ପୋଲିସ ଡିଜିଙ୍କ ମାଲକାନଗିରି ଗସ୍ତ, ଆତ୍ମସମର୍ପଣ କଲେ ୨ ମାଓବାଦୀ

Published By : Prameya-News7 Bureau | July 18, 2021 IST

ମାଲକାନଗିରି ୧୮।୦୭: ମାଲାକାନଗିରି ଗସ୍ତରେ ପୋଲିସ ମହାନିର୍ଦ୍ଦେଶକ ଶ୍ରୀ ଅଭୟ । ତେମୁରୁପାଲି ଠାରେ ହୋଇଥିବା ବିଏସଏଫ କ୍ୟାମ୍ପର କଲେ ମାଓ ସ୍ଥିତିର ସମୀକ୍ଷା । ଡିଜିପିଙ୍କ ସହିତ ବହୁ ବରିଷ୍ଠ ପୋଲିସ ଅଧିକାରୀମାନେ ମଧ୍ୟ ଉପସ୍ଥିତ ରହିଛନ୍ତି ।  

ତେବେ ଡିଜିପିଙ୍କ ଏହି ଗସ୍ତ ଅବସରେ ଦୁଇ ହାର୍ଡକୋର୍ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ଡିଜିପିଙ୍କ ନିକଟରେ ଆତ୍ମସମର୍ପଣ କରିଥିବା ୨ ମାଓବାଦୀଙ୍କ ମଧ୍ୟରୁ ଜଣେ ପୁରୁଷ ଓ ଜଣେ ମହିଳା ଥିବା ଜଣାପଡିଛି । ସେହିପରି ମାଓ ମୁକାବିଲା ନେଇ ବିଏସଏଫ ଏବଂ ଓଡିଶା ପୋଲିସ ସହ ସମୀକ୍ଷା ବୈଠକ କରିବେ । ସୀମାରେ ମାଓ ଗତିବିଧି ଉପରେ ମଧ୍ୟ ବୈଠକରେ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.