ସୁନ୍ଦରଗଡ଼ ଓ ପୁରୀରେ ହାଜତ ମୃତ୍ୟୁ ! NHRC ଗାଇଡ୍‌ଲାଇନ୍‌ ଅନୁସାରେ ତଦନ୍ତ କରାଯିବ - DGP

Published By : Prameya-News7 Bureau | November 19, 2020 IST

ଭୁବନେଶ୍ୱର ୧୯।୧୧: ପୁରୀ ଓ ସୁନ୍ଦରଗଡ଼ରେ ହାଜତ ମୃତ୍ୟୁ ଘଟଣା । ମାମଲାରେ ପୋଲିସ ଡିଜି ଅଭୟ ନିଜ ପ୍ରତ୍ରିକିୟା ରଖିଛନ୍ତି । ଘଟଣାକୁ ଗୁରୁତ୍ୱ ସହ ନେଇଛି ଓଡିଶା ପୋଲିସ । ସମସତ ପ୍ରକାର ବ୍ୟବସ୍ଥା ଭିତରେ ମୃତଦେହର ବ୍ୟବଚ୍ଛେଦ କରାଯାଇଛି । ହାଜତରେ କିଭଳି ମୃତ୍ୟୁ ହେଲା, ସେନେଇ ଏକ ସ୍ୱତନ୍ତ୍ର ଟିମ୍ ଅନୁଧ୍ୟାନ କରୁଛନ୍ତି । NHRC ଗାଇଡଲାଇନ୍‌ ଅନୁସାରେ ଘଟଣାର ତଦନ୍ତ କରାଯିବ ।

ଖବର ଅନୁଯାୟୀ, ଆଜି ରାଜ୍ୟରେ ଦୁଇଟି ସ୍ଥାନରେ ହାଜତ ମୃତ୍ୟୁର ଅଭିଯୋଗ ଆସିଛି । ଗୋଟିଏ ଘଟଣା ପୁରୀର ବାସେଳିସାହି ଥାନା ହାଜତରେ ହୋଇଥିବା ବେଳେ ଅନ୍ୟଟି ସୁନ୍ଦରଗଡ଼ ଜିଲ୍ଲା ବୀରମୁତ୍ରପୁର ଥାନାରେ ହୋଇଛି । ପୁରୀ ବାସେଳିସାହି ଥାନା ହାଜତରେ ଜଣେ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି । ମୃତ ଯୁବକ ବଳିଆପଣ୍ଡା ଅଞ୍ଚଳର କେ. ରମେଶ । କୌଣସି ଏକ ମାମଲାକୁ ନେଇ ସଂପୃକ୍ତ ଯୁବକଙ୍କୁ ବୁଧବାର ରାତିରେ ଉଠାଇ ଆଣିଥିଲା ପୋଲିସ । ତେବେ ପୋଲିସ ସହ ଧସ୍ତାଧସ୍ତି ହୋଇଥିଲେ ଯୁବକ, ଏହାପରେ ତାଙ୍କୁ ଡାକ୍ତରଖାନା ନେବା ବାଟରେ ମୃତ୍ୟୁ ହୋଇଯାଇଛି । ଏହାକୁ ନେଇ ଥାନା ଆଗରେ ଉତ୍ତେଜନା ଲାଗିରହିଥିଲା ।

ସେହିପରି ଅନ୍ୟପଟେ  ସୁନ୍ଦରଗଡ ଜିଲ୍ଲା ବୀରମିତ୍ରପୁର ଥାନା ହାଜତରେ ଯୁବକଙ୍କ ମୃତ୍ୟୁ ଅଭିଯୋଗ ଆସିଛି । ଏକ ଅପରାଧିକ ମାମଲାରେ ଗତ ୧୮ ତାରିଖରେ ଯୁବକଙ୍କୁ ଉଠାଇ ଆଣିଥିଲା ପୋଲିସ । ବୀରମିତ୍ରପୁର ଥାନା ହାଜତରେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତ ଯୁବକ ହେଲେ ବୀରମିତ୍ରପୁର ଥାନା କରବଲହା ରୋଡ୍ ଅଞ୍ଚଳର ସାରିକ ସଲିମ । ଯୁବକଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ପୋଲିସ ପିଟି ପିଟି ମାରିଦେଇଥିବା ପରିବାରଲୋକ ଅଭିଯୋଗ ଆଣିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.