ନାବାଳିକା ଦୁଷ୍କର୍ମ ଓ ଗର୍ଭପାତ ଘଟଣାର ତଦନ୍ତ କରିବ କ୍ରାଇମ୍‌ବ୍ରାଞ୍ଚ, ଅଭିଯୁକ୍ତ ଆଇଆଇସି ଏବେବି ଫେରାର

Published By : Prameya-News7 Bureau | June 30, 2020 IST

ରାଉରକେଲା ୩୦।୬: ନ୍ୟୁଜ୍ ୭ର ମହା ପ୍ରଭାବ । ସୁନ୍ଦରଗଡ ବୀରମିତ୍ରପୁର ନାବାଳିକା ଦୁଷ୍କର୍ମ ଏବଂ ଗର୍ଭପାତ ମାମଲାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ପୋଲିସ ଡିଜି ଅଭୟ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଏହି ମାମଲା ନେଇ ବାରମ୍ବାର ନ୍ୟୁଜ୍ ୭ ଖବର ପ୍ରସାରଣ କରିବା ପରେ ଅଭିଯୁକ୍ତ ବୀରମିତ୍ରପୁର ଆଇଆଇସିଙ୍କୁ ନିଲମ୍ବନ କରାଯାଇଥିଲା । ଅଭିଯୁକ୍ତ ବୀରମିତ୍ରପୁର ଆଇଆଇସି ଆନନ୍ଦ ମାଝୀ ଏବେବି ଫେରାର ଅଛନ୍ତି । ସଂପୃକ୍ତ ଥାନାବାବୁଙ୍କୁ ବହିଷ୍କାର କରିବା ପାଇଁ ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା।

ଏପର୍ଯ୍ୟନ୍ତ ପୋଲିସ କାହାରିକୁ ଗିରଫ କରିନଥିବା ବେଳେ ଖୋଦ୍ ମୁଖ୍ୟ ଅଭିଯୁକ୍ତଙ୍କ ପତ୍ତା ପାଉନି ପୋଲିସ । ସେପଟେ ନାବାଳିକାଙ୍କ ୧୬୪ ଧାରାରେ ବୟାନ ରେକର୍ଡ ସରିଯାଇଛି । ଅଭିଯୁକ୍ତମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ସହ ନିଲମ୍ବିତ ଥାନା ଅଧିକାରୀଙ୍କୁ ଗିରଫ ଦାବିରେ ଆସନ୍ତା ଦୁଇ ତାରିଖରେ ରାଉରକେଲା କଂଗ୍ରେସ ବୀରମିତ୍ରପୁର ବନ୍ଦ ଡାକରା ଦେଇଛି ।

ଘଟଣାକୁ ଏ ପର୍ଯ୍ୟନ୍ତ ୧୫ ଦିନ ବିତିଯାଇଥିଲେ ମଧ୍ୟ ପୋଲିସ ସମସ୍ତଙ୍କୁ ଅନ୍ଧାରରେ ରଖିଥିବା ଅଭିଯୋଗ ହୋଇଛି । ନିଲମ୍ବନ ହୋଇଥିବା ଥାନାବାବୁଙ୍କ ସହଯୋଗୀ ସେହି ଥାନାର କର୍ମଚାରୀ କିଏ ତାହା କାହିଁକି କହୁନାହିଁ ପୋଲିସ । ସେପଟେ ପ୍ରଶ୍ନ ଉଠୁଛି ମାମଲାର ଅନ୍ୟ ଅଭିଯୁକ୍ତମାନେ ଏବେ କେଉଁଠି ?

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.