ନାବାଳିକା ଦୁଷ୍କର୍ମ ଏବଂ ଗର୍ଭପାତ ମାମଲା : ଚାକିରୀରୁ ବିଦା ହେଲେ ବୀରମିତ୍ରପୁର ଆଇଆଇସି ଆନନ୍ଦ ଚନ୍ଦ୍ର ମାଝୀ, ଏବେବି ଫେରାର

Published By : Prameya-News7 Bureau | July 01, 2020 IST

ଭୁବନେଶ୍ବର ୧।୭: ସୁନ୍ଦରଗଡ ବୀରମିତ୍ରପୁର ନାବାଳିକା ଦୁଷ୍କର୍ମ ଏବଂ ଗର୍ଭପାତ ମାମଲାର ମୁଖ୍ୟ ଅଭିଯୁକ୍ତ ଥାନା ଅଧିକାରୀ ଆନନ୍ଦ ଚନ୍ଦ୍ର ମାଝୀ ଚାକିରୀରୁ ବିଦା ହୋଇଛନ୍ତି । ପୋଲିସ ଡିଜି ଅଭୟ ତାଙ୍କୁ ଚାକିରୀରୁ ବହିଷ୍କାର କରିଛନ୍ତି । ଏ ନେଇ ଡିଜି ଟ୍ବିଟ୍ କରି ସୂଚନା ଦେଇଛନ୍ତି । ତାଙ୍କ ଏଭଳି ଆଚରଣ ଲଜ୍ଜାଜନକ ବୋଲି ଡିଜି କହିଛନ୍ତି ।

wp:html /wp:html

ମଙ୍ଗଳବାର ଦିନ ଏହି ଘଟଣାରେ ପୋଲିସ ଡିଜି କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ଏହାସହ ମୁଖ୍ୟ ଅଭିଯୁକ୍ତ ବୀରମିତ୍ରପୁର ଆଇଆଇସିଙ୍କୁ ନିଲମ୍ବନ କରାଯାଇଥିଲା । ଅଭିଯୁକ୍ତ ବୀରମିତ୍ରପୁର ଆଇଆଇସି ଆନନ୍ଦ ଚନ୍ଦ୍ର ମାଝୀ ଏବେବି ଫେରାର ଅଛନ୍ତି । ସଂପୃକ୍ତ ଥାନାବାବୁଙ୍କୁ ବହିଷ୍କାର କରିବା ପାଇଁ ଦାବି ସ୍ଥାନୀୟ ବାସିନ୍ଦା ଦାବି କରିଥିଲେ ।

ଏପର୍ଯ୍ୟନ୍ତ ପୋଲିସ କାହାରିକୁ ଗିରଫ କରିନଥିବା ବେଳେ ଖୋଦ୍ ମୁଖ୍ୟ ଅଭିଯୁକ୍ତଙ୍କ ପତ୍ତା ପାଉନି ପୋଲିସ । ସେପଟେ ନାବାଳିକାଙ୍କ ୧୬୪ ଧାରାରେ ବୟାନ ରେକର୍ଡ ସରିଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.