ରେଳବାଇ ସୁରକ୍ଷା କମିଟି ବୈଠକ : ଯାତ୍ରୀ ଭାବେ ଯାତାୟତ କରିବେ କିନ୍ନର, କରିପାରିବେନି ଭିକ୍ଷାବୃତ୍ତି

Published By : Prameya-News7 Bureau | June 26, 2019 IST

ଭୁବନେଶ୍ବର ୨୬|୬: ଷ୍ଟେସନ ହେଉ ବା ଟ୍ରେନ୍ କିନ୍ନରଙ୍କ ଉପରେ କଟକଣା । ସେମାନେ କେବଳ ଯାତ୍ରୀ ଭାବେ ଯାତାୟତ କରିପାରିବେ । ମାତ୍ର ଭିକ୍ଷାବୃତ୍ତି କରିପାରିବେ ନାହିଁ । ପୋଲିସ ଡିଜିଙ୍କ କ୍ୟାମ୍ପ୍ ଅଫିସରେ ବସିଥିବା ପ୍ରଥମ ରାଜ୍ୟସ୍ତରୀୟ ରେଳବାଇ ସୁରକ୍ଷା କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଏଥିପାଇଁ କିନ୍ନରଙ୍କ ସହ ଆଲୋଚନା କରାଯିବ ।

ଏପରିକି ସେମାନେ ରହୁଥିବା ସ୍ଥାନକୁ ଯାଇ ବୁଝାଇବ ପୋଲିସ । ତଥାପି ବେଖାତିର କରି ସେମାନେ ଯଦି ଟ୍ରେନ୍ ଓ ଷ୍ଟେସନ ଭିତରେ ଭିକ୍ଷାବୃତ୍ତି କରନ୍ତି, ତେବେ କାର୍ଯ୍ୟାନୁଷ୍ଠାନ ନିଆଯିବ । ସେହିପରି ଟ୍ରେନରେ ନିଶା ଦେଇ ଲୁଟ୍ କରୁଥିବା ଲୁଟେରାଙ୍କ ଉପରେ ରହିବ ପୋଲିସର ନଜର । ଜିଆରପି, ଆରପିଏଫ ଓ ସ୍ଥାନୀୟ ପୋଲିସ ସହାୟତାରେ ଯାତ୍ରୀମାନଙ୍କୁ ସୁରକ୍ଷା ଯୋଗାଇ ଦିଆଯିବ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.