ରାଜ୍ୟର ୨୫ଦକ୍ଷ ପୁଲିସ ଅଫିସରଙ୍କୁ ସମ୍ମାନିତ କଲେ ଡିଜିପି

Published By : Prameya-News7 Bureau | November 08, 2019 IST

କଟକ ୮।୧୧: ରାଜ୍ୟର ୨୫ ଜଣ ଦକ୍ଷ ପୁଲିସ ଅଫିସରଙ୍କୁ ଆଜି ସମ୍ମାନିତ କରିଛନ୍ତି ଡିଜିପି । ଏହି ଅଫିସର ମାନେ ବିଭିନ୍ନ ସଙ୍ଗୀନ ଅପରାଧର ସଠିକ୍ ତଦନ୍ତ କରିଛନ୍ତି  । ଏହା ସହିତ ଅଭିଯୁକ୍ତମାନଙ୍କୁ ଅଦାଲତରେ ଦୋଷୀ ସାବ୍ୟସ୍ତ କରାଇବାରେ ମଧ୍ୟ ବିଶେଷ ଭୂମିକା ଗ୍ରହଣ କରିଛନ୍ତି ।

{"id":181005}

ଏଭଳି ଅଫିସର ମାନେ ବିଭାଗ ପାଇଁ ଗୌରବ ଆଣିଛନ୍ତି ବୋଲି କହିଛନ୍ତି ଡିଜିପି ବିଜୟ କୁମାର ଶର୍ମା । ତେବେ ରାଜ୍ୟ ସରକାରଙ୍କ ୫-ଟି ବ୍ୟବସ୍ଥାନୁସାରେ ଯେଉଁ ପୁଲିସ ଅଫିସର ଏବଂ କର୍ମଚାରୀମାନେ ଦକ୍ଷତାର ସହିତ କାମ କରିବେ, ସେମାନଙ୍କୁ ଆବଶ୍ୟକ ପଡିଲେ ଡବଲ ପ୍ରମୋସନ, ଏବଂ ବିଦେଶ ଗସ୍ତ କରିବାର ସୁଯୋଗ ଦିଆଯିବ ବୋଲି କହିଛନ୍ତି ଡିଜିପି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.