Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମୁଛି କରୋନା ସଂକ୍ରମଣ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୬୬୯ ଆକ୍ରାନ୍ତ
  • ||
  • ସରକାର ଓ କୃଷକଙ୍କ ମଧ୍ୟରେ ପ୍ରଥମ ବୈଠକ ବିଫଳ: ପୁଣି ଡିସେମ୍ବର ୩ରେ ଉଭୟ ପକ୍ଷ ମଧ୍ୟରେ ଆଲୋଚନା, ଜାରି ରହିବ ଆନ୍ଦୋଳନ
  • ||
  • ସୋର : ବାଇକ୍ ଉପରେ ମାଡିଗଲା କାର୍, ୩ ଗୁରୁତର
  • ||
  • କଣ୍ଟାବାଞ୍ଝି : ରାସ୍ତା କଡ ସିମେଣ୍ଟ ଖୁଣ୍ଟରେ ପିଟିହେଲା ବାଇକ୍ଦୁ, ଦୁଇ ମୃତ, ଜଣେ ଗୁରୁତର
  • ||
  • ଭଦ୍ରକ : ଟ୍ରକ୍‌କୁ ୮୭ ହଜାର ଟଙ୍କା ଫାଇନ୍, ପରମିଟ୍ ନଥାଇ ପରିବହନ ହେଉଥିଲା ଅଧିକ ଓଜନର ସାମଗ୍ରୀ
  • ||
  • ଆଠମଲ୍ଲିକ : ବାଇକ୍‌କୁ ଧକ୍କା ଦେଲା ପିକ୍‌ଅପ୍ ଭ୍ୟାନ୍, ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ
  • ||
  • ସୋର : ଟ୍ରକ୍ ଚାପାରେ ମା’ ମୃତ, ବାପା-ପୁଅ ଗୁରୁତର
  • ||
  • ସାନଖେମୁଣ୍ଡି : ଦାଦା ବଟି ମାଗିବା ଅଭିଯୋଗରେ ଯୁବକ ଗିରଫ, ମାଉଜର ଓ ଅଫୁଟା ଗୁଳି ଜବତ
  • ||
  • ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୪୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୩୭୮ କରୋନା ସଂକ୍ରମିତ, ୩୧୯୧୦୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||

ଏହି କନେଷ୍ଟବଳଙ୍କୁ ପୋଲିସ ମହାନିର୍ଦ୍ଦେଶକ ମାରିଥାନ୍ତି ସାଲ୍ୟୁଟ, ପ୍ରକୃତ କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ

25/08/2019 at 12:30 PM

ମଧ୍ୟପ୍ରଦେଶ୨୫|୮: ମଧ୍ୟପ୍ରଦେଶର ପୋଲିସ କନେଷ୍ଟବଳ ରାମଚନ୍ଦ୍ର କୁଶଓ୍ବାହଙ୍କୁ ନେଇ ବେଶ ଚର୍ଚ୍ଚା ଚାଲିଛି। ରାମଚନ୍ଦ୍ର କୁଶଓ୍ବାହ ପାଞ୍ଚ ଘଣ୍ଟା ପାଇଁ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀଙ୍କ ଭୂମିକାରେ ରହିଥାନ୍ତି। ଏହି ସମୟରେ ପୋଲିସ ଡିଜିପି କନେଷ୍ଟବଳ ରାମଚନ୍ଦ୍ରଙ୍କୁ ସାଲ୍ୟୁଟ ମାରିଥାନ୍ତି। ଏହି ପ୍ରଥା ପାଖାପାଖି ୧୦ ବର୍ଷ ହେବ ଚାଲିଆସୁଛି।

ମଧ୍ୟପ୍ରଦେଶର କନେଷ୍ଟବଳ ରାମଚନ୍ଦ୍ରଙ୍କୁ ପୋଲିସ ବିଭାଗର ବରିଷ୍ଠ ଅଧକାରୀମାନେ ତାଙ୍କୁ ସାଲ୍ୟୁଟ ମାରିଥାନ୍ତି। ରାମଚନ୍ଦ୍ର ବି ସାଲ୍ୟୁଟ ବଦଳରେ ସାଲ୍ୟୁଟ ମାରି ବରିଷ୍ଠ ପୋଲିସ ଅଧକାରୀଙ୍କୁ ସମ୍ମାନ ଦେଇଥାନ୍ତି। ଆପଣ ଜାଣିବାକୁ ଚାହୁଁଥିବେ ଜଣେ କନେଷ୍ଟବଳଙ୍କୁ କାହିଁକି ଉଚ୍ଚ ପଦସ୍ଥ ପୋଲିସ ଅଧିକାରୀମାନେ ସାଲ୍ୟୁଟ ମାରନ୍ତି। ତେବେ ଆସନ୍ତୁ ଜାଣିବା ପ୍ରକୃତ ଘଟଣା ସଂପର୍କରେ…

ରାମଚନ୍ଦ୍ର କୁଶଓ୍ବାହ ବହୁଦିନ ହେବ ପୋଲିସ କନେଷ୍ଟବଳ ଭାବେ କାର୍ଯ୍ୟ କରି ଆସୁଛନ୍ତି। ସ୍ବାଧୀନତା ଦିବସ ଅବସରେ ତାଙ୍କୁ ଏକ ଅଲଗା ରୂପରେ ଦେଖିବାକୁ ମିଳିଥାଏ। ସ୍ବାଧୀନତା ଦିବସର ଦୁଇଦିନ ପୂର୍ବରୁ ଅର୍ଥାତ ଅଗଷ୍ଟ ୧୩ ତାରିଖରେ ଭୋପାଳରେ ସ୍ବାଧୀନତା ଦିବସ ଉପଲକ୍ଷେ ଏକ ଫୁଲ ଡ୍ରେସ ରିୟସେଲ ହୋଇଥାଏ। ଏଥିରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ଚରିତ୍ରରେ ରାମଚନ୍ଦ୍ର କୁଶଓ୍ବାହ ଅଭିନୟ କରିଥାନ୍ତି। ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀଙ୍କ ଚରିତ୍ରରେ ଅଭିନୟ କରୁଥିବା ରାମଚନ୍ଦ୍ରଙ୍କୁ ଏନସିସି କ୍ୟାର୍ଡରଠାରୁ ଆରମ୍ଭ କରି ପୋଲିସ ମହାମହାନିର୍ଦ୍ଦେଶକଙ୍କ ପର୍ଯ୍ୟନ୍ତ ସମସ୍ତେ ତାଙ୍କୁ ସାଲ୍ୟୁଟ ମାରିଥାନ୍ତି।

   Related Posts