ମାଲକାନଗିରି ଗସ୍ତରେ DGP, ବରିଷ୍ଠ ଅଧିକାରୀଙ୍କ ସହ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା

Published By : Prameya-News7 Bureau | February 01, 2020 IST

ମାଲକାନଗିରି ୦୧।୦୨:  ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଶ୍ରୀ ଅଭୟ ଆଜି ଦିନିକିଆ ମାଲକାନଗିରି ଜିଲ୍ଲା ଗସ୍ତ କରି ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି । ଡିଜିପିଙ୍କ ସହ ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ ଭିନୟତୋଷ ମିଶ୍ର, ଆଇ.ଜି. ଅପରେସନ ଅମିତାଭ ଠାକୁର, ଆଇ.ଜି. ଆଧୁନିକିକରଣ ରେଖା ଲୋହାନି, ଗୁଇନ୍ଦା ନିର୍ଦ୍ଦେଶକ ସତ୍ୟଜିତ ମହାନ୍ତି, ସ୍ବତନ୍ତ୍ର ଗୁଇନ୍ଦା ନିର୍ଦ୍ଦେଶକ ଆର.କେ. ଶର୍ମା, ଡି.ଆଇ.ଜି ଗୁଇନ୍ଦା ଅନିରୁଦ୍ଧ ସିଂ ଓ ଦକ୍ଷିଣ ପଶ୍ଚିମାଞ୍ଚଳ ଡି.ଆଇ.ଜି ଶଫିନ ଅହମ୍ମଦ ଖାନ ବାୟୁସେନାର ଦୁଇଟି ସ୍ବତନ୍ତ୍ର ହେଲିକାପ୍ଟର ଯୋଗେ ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳକୁ ଯାଇଥିଲେ ।

{"id":218933,"sizeSlug":"large"}

ଜାନବାଇ, ଯନ୍ତାପାଇ ଓ ବଡପଡା ଠାରେ ଥିବା ପୋଲିସ କ୍ୟାମ୍ପର ସୁରକ୍ଷା ବ୍ୟବସ୍ଥାକୁ ଯାଞ୍ଚ କରିଥିଲେ ବରିଷ୍ଠ ପୋଲିସ ଟିମ୍ । ଏହା ପରେ ବିଚ୍ଛିନ୍ନାଞ୍ଚଳର ବିକାଶକୁ ନେଇ ଆଦିବାସୀ ଲୋକଙ୍କ ସହ ସିଧାସଳଖ କଥା ହୋଇଥିଲେ ଡିଜିପି ଶ୍ରୀ ଅଭୟ । ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳରୁ ପୁଣି ମାଲକାନଗିରି ଏସ.ପି.ଙ୍କ କାର୍ଯ୍ୟାଳୟକୁ ଯାଇ ସେଠାରେ ଓଡିଶା ପୋଲିସ ଓ ବି.ଏସ.ଏଫ ଅଧିକାରୀଙ୍କ ସହ ମିଶି ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିବା ପରେ ନକ୍ସଲ ପନ୍ଥିଙ୍କ ସହ ମୁକାବିଲା କରିବା ଲାଗି ନୁଆ ରଣନୀତି ପ୍ରସ୍ତୁତ କରିଛନ୍ତି । ରାଜ୍ୟ ପୋଲିସ ବିଭାଗର ବରିଷ୍ଠ ଆଇ.ପି.ଏସ ଟିମ୍  ଆଜି ନକ୍ସଲ ପ୍ରବଣ ମାଲକାନଗିରି ଜିଲ୍ଲାରେ ରାତ୍ରି ଯାପନ କରିବେ ।

{"id":218934,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.