Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲୋକସଭାରେ ପାରିତ ହେଲା କୃଷି ଆଇନ ଉଚ୍ଛେଦ ବିଲ୍‌
  • ||
  • କୃଷକଙ୍କୁ ଦଳି ମାରିଲେ ୭ ଦନ୍ତା, ଖଣ୍ଡ ଖଣ୍ଡ କରିଦେଲେ ଶରୀର
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ, ୨୩୬ ମୃତ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୯କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୭ କରୋନା ସଂକ୍ରମିତ, ୧୦୪୮୮୮୦ରେ ପହଞ୍ଚିଲା ସଂଖ୍ୟା
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଓମିକ୍ରନ୍ ନେଇ AIIMS ମୁଖ୍ୟ ଗୁଲେରିଆ ଦେଲେ ଚେତାବନୀ, କହିଲେ ନୂଆ ଭାରିଆଣ୍ଟ ଭାକସିନକୁ ଦେଇପାରେ ଚକମା
  • ||

୧୦ ବର୍ଷ ମଧ୍ୟରେ ଚଳିତ ବର୍ଷ ରେକର୍ଡ ସଂଖ୍ୟାରେ ଗଞ୍ଜେଇ ଜବତ, ସାଟେଲାଇଟ୍ ମ୍ୟାପିଂ ଯୋଗୁଁ ମିଳିଛୁ ଅଧିକ ସଫଳତା : ଡିଜିପି

13/10/2020 at 4:38 PM

କଟକ ୧୩।୧୦: ଗଞ୍ଜେଇ ଚାଷୀ ଏବଂ ଚୋରା ଚାଲାଣକାରୀ ସାବଧାନ । ଯେଉଁ ଦୁର୍ଗମ ଅଞ୍ଚଳରେ ଚାଷ କଲେ ବି ଧରିବ ପୋଲିସ । ଇସ୍ରୋଠୁ ଇସାରା ପାଇ ଗଞ୍ଜେଇ ଚାଷ ନଷ୍ଟ କରୁଛି ପୋଲିସ । ଅର୍ଥାତ୍ ସାଟେଲାଇଟ୍ ମାଧ୍ୟମରୁ ଗଞ୍ଜେଇ ଚାଷ ସମ୍ପର୍କରେ ତଥ୍ୟ ସଂଗ୍ରହ କରୁଛି ପୋଲିସ । ସେପ୍ଟେମ୍ବର ୧ ସୁଦ୍ଧା ଓଡ଼ିଶାରୁ ଜବତ ହେଲାଣି ୧ ହଜାର ୫୪ କ୍ବିଣ୍ଟାଲ ଚୋରା ଗଞ୍ଜେଇ । ଯାହା ଗତ ୧୦ ବର୍ଷ ଭିତରେ ସର୍ବାଧିକ । ଇସ୍ରୋ ଏବଂ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ବା ଏନସିବି ସହାୟତାରେ ଆଗକୁ କାର୍ଯ୍ୟାନୁଷ୍ଠାନକୁ ତ୍ବାରନ୍ବିତ କରାଯିବ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ପୋଲିସ ଡିଜି ଅଭୟ ।

ଇସ୍ରୋ ଦେଉଛି ଖବର । ଗଞ୍ଜେଇ ବେପାରୀଙ୍କୁ ଗୋଡାଇ ଗୋଡାଇ ଧରୁଛି ପୋଲିସ । ଚଳିତ ବର୍ଷ ଗଞ୍ଜେଇ ଜବତ କରିବାରେ ରେକର୍ଡ ସୃଷ୍ଟି କରିଛି ଓଡ଼ିଶା ପୋଲିସ । ସାଟେଲାଇଟ୍ ମାଧ୍ୟମରୁ ଗଞ୍ଜେଇ ଚାଷ ସମ୍ପର୍କରେ ତଥ୍ୟ ସଂଗ୍ରହ କରୁଛି ପୋଲିସ । ଇସ୍ରୋ ସହାୟତାରେ ଚଳିତ ବର୍ଷ ସେପ୍ଟେମ୍ବର ୧ ତାରିଖ ସୁଦ୍ଧା ଓଡ଼ିଶା ପୋଲିସ ୧ ହଜାର ୫୪ କ୍ବିଣ୍ଟାଲ ଚୋରା ଗଞ୍ଜେଇ ଜବତ କରିଛି ।  ଯାହା ହେଉଛି ସର୍ବକାଳୀନ ରେକର୍ଡ ।

କୋରାପୁଟ ଜିଲ୍ଲାରୁ ସର୍ବାଧିକ ୪୧୩.୧୪ କ୍ବିଣ୍ଟାଲ ଗଞ୍ଜେଇ ଜବତ ହୋଇଥିବା ବେଳେ ମାଲକାନାଗିରି ଜିଲ୍ଲାରୁ ୨୪୦.୬୬ କ୍ବିଣ୍ଟାଲ ଏବଂ ଗଜପତି ଜିଲ୍ଲାରୁ ଜବତ ହୋଇଛି ୧୨୬.୫୮ କ୍ବିଣ୍ଟାଲ ଚୋରା ଗଞ୍ଜେଇ । ଏହି ୩ ଜିଲ୍ଲାରୁ ଏତେ ପରିମାଣର ଗଞ୍ଜେଇ ଜବତ ହେବା ପଛର ମୂଳ କାରଣ ହେଉଛି, ଜିଲ୍ଲାରେ ଥିବା ଅନେକ ଦୁର୍ଗମ ଅଞ୍ଚଳରେ ଗଞ୍ଜେଇ ଚାଷ କରାଯାଉଛି । ସେସବୁକୁ ଠାବ କରିବା ଯେତିକି କଷ୍ଟାସାଧ୍ୟ, ସେଠାରେ ପହଞ୍ଚି ତାକୁ ନଷ୍ଟ କରିବା ହେଉଛି ତା’ଠାରୁ ଅଧିକ ଚ୍ୟାଲେଞ୍ଜିଂ । ତେବେ ଗଞ୍ଜେଇ ଚାଷକୁ ଠାବ କରିବା ଲାଗି ଓଡିଶା ପୋଲିସ ଇସ୍ରୋ ଏବଂ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ବା ଏନସିବିର  ସହୟତା ଲୋଡିଛି ।

ଗଲା ୧୦ ବର୍ଷ ଭିତରେ ପୋଲିସ ବାର୍ଷିକ ୩୧୨ କ୍ବିଣ୍ଟାଲ ଗଞ୍ଜେଇ ଜବତ  କରିଥିଲା । ହେ​‌ଲେ ଗଲା ୫ ବର୍ଷରେ ବର୍ଷକୁ ହାରାହାରି ଜବତ ହୋଇଛି ୪୧୪ କ୍ବିଣ୍ଟାଲ ଗଞ୍ଜେଇ । କିନ୍ତୁ ଚଳିତ ବର୍ଷ ସମସ୍ତ ରେକର୍ଡ ଭାଙ୍ଗିଛି ଓଡ଼ିଶା ପୋଲିସ । କେବଳ ଯେ ଗଞ୍ଜେଇ କାରବାର ବଢିଛି ତା ନୁହେଁ, ପୋଲିସ ଅଧିକ କ୍ରିୟାଶୀଳ ହୋଇ କାମ କରିଥିବାରୁ ସଫଳତା ମିଳିଥିବା ପୋଲିସ ଡିଜି କହିଛନ୍ତି । ଏହାଛଡା ଗଞ୍ଜେଇ ଚାଷ, ଚାଲାଣ ଏବଂ ହୋଲସେଲ କାରବାର ରୋକିବାକୁ ସ୍ବତନ୍ତ୍ର ମାଷ୍ଟର ପ୍ଲାନ କରାଯାଇଛି । ତା ସହିତ ଅଦାଲତି ମାମଲାରେ ଗଞ୍ଜେଇ ମାଫିଆମାନଙ୍କୁ କିପରି ଦୋଷୀ ସାବ୍ୟସ୍ତ କରିହେବ, ସେଥିଲାଗି ମଧ୍ୟ ବିଶେଷ ପଦକ୍ଷେପ ନିଆଯାଉଥିବା କହିଛନ୍ତି ଡିଜିପି ।

ଚଳିତ ବର୍ଷ ବ୍ରାଉନ ସୁଗାର କାରବାରକୁ ରୋକିବା ଦିଗରେ ରାଜ୍ୟ ପୋଲିସକୁ ମଧ୍ୟ ବେଶ ସଫଳତା ମିଳିଛି । କିନ୍ତୁ ଗଞ୍ଜେଇ ଚାଷକୁ ରୋକିବା ଲାଗି ରାଜ୍ୟ ଗଞ୍ଜେଇ ପାଇଁ ଅଧିକ ମାନବ ସମ୍ବଳ ସହିତ ନୂତନ ଜ୍ଞାନକୌଶଳର ଆବଶ୍ୟକତା ରହିଛି । କାରଣ ରାଜ୍ୟର ଦୁର୍ଗମ ଅଞ୍ଚଳଗୁଡିକରେ ଏବେ ବି ବ୍ୟାପକ ମାତ୍ରାରେ ଚାଲିଛି ଗଞ୍ଜେଇ ଚାଷ ।

   Related Posts