ବାଲେଶ୍ବର ଲକ୍ଷ୍ମଣନାଥ ଫାଟକର ସ୍ଥିତି ଅନୁଧ୍ୟାନ କଲେ ଡିଜିପି ଅଭୟ

Published By : Prameya-News7 Bureau | April 21, 2020 IST

ବାଲେଶ୍ବର୨୧/୪: ବାଲେଶ୍ବରରେ କରୋନା ସ୍ଥିତି ସମ୍ବେଦନଶୀଳ ହୋଇଛି। ସୋମବାର ୫ଜଣ ଆକ୍ରାନ୍ତ ଚିହ୍ନଟ ହେବା ପରେ ବାଲେଶ୍ବରରେ ପଜିଟିଭଙ୍କ ସଂଖ୍ୟା ୮ରେ ପହଞ୍ଚିଛି। ପୋଲିସ ଡିଜି ଅଭୟ ଆଜି ବାଲେଶ୍ବର ଲକ୍ଷ୍ମଣନାଥ ତନଖି ଫାଟକ ଗସ୍ତ କରି ସ୍ଥିତି ସମୀକ୍ଷା କରିଛନ୍ତି। ବାଲେଶ୍ବରରେ ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କର ପଶ୍ଚିମବଙ୍ଗ ଲିଙ୍କଥିବା ଜଣାପଡିବା ପରେ ସ୍ଥିତି ଉପରେ ଅଧିକ ନଜର ରଖିବା ଜରୁରୀ ହୋଇଛି ।

ପଶ୍ଚିମବଙ୍ଗ ପଟୁ ଓଡ଼ିଶାର ପ୍ରବେଶ ଦ୍ୱାର କୁହାଯାଉଥିବା ୬୦ ନମ୍ବର ଜାତୀୟ ରାଜପଥର ଲକ୍ଷ୍ମଣନାଥ ତନଖି ପାଠକ ଓ ଭୋଗରାଇର ଉଦୟପୁର ଓ ଦୀଘା। ଏହି ସୀମା ସରକାର ଓ ପୋଲିସ ପ୍ରଶାସନର ଚିନ୍ତା ବଢାଇଛି । ଗୋଟିଏ ଦିନରେ ୧୩ ଜଣ ସଂକ୍ରମିତଙ୍କ ମଧ୍ୟରୁ ୧୦ଜଣ ହେଉଛନ୍ତି କୋଲକାତା ଫେରନ୍ତା । ଏମାନେ ସମସ୍ତେ ଏହି ଲକ୍ଷ୍ମଣନାଥ ତନଖି ପାଠକ ଦେଇ ଘରକୁ ଫେରିଥିବା କୁହାଯାଇଛି।

 ମହାମାରୀକୁ ରୋକିବା ପାଇଁ ଏହି ସୀମା ଗୁଡିକ ସିଲ କରାଯାଇଛି। ଏହାସତ୍ବେ ଅନେକ ଲୋକ ଆସିଥିବା କୁହାଯାଉଛି । ପଶ୍ଚିମବଙ୍ଗ ସୀମାକୁ ଜଳେଶ୍ବର ଏବଂ ଭୋଗରାଇର ଅନେକ ଗାଁ ଲାଗିଥିବାରୁ ଏସବୁ ଅଞ୍ଚଳକୁ ଅନେକ ଲୋକ ପଶ୍ଚିମବଙ୍ଗରୁ ଆସିଥିବା ଅନୁମାନ କରାଯାଉଛି । ସ୍ଥିତି ଅନୁଧ୍ୟାନ କରିବା ପାଇଁ ଡିଜିପି ବାଲେଶ୍ବରରେ ସ୍ଥିତି ସମୀକ୍ଷା କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.