Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୋଖରୀରୁ ମିଳିଲା ନିଖୋଜ ଶିଶୁକନ୍ୟାର ମୃତଦେହ, ହତ୍ୟା ସନ୍ଦେହ
  • ||
  • ଶିକାରୀ ଗିରଫ, ୬ ମୃତ ବିଦେଶୀ ପକ୍ଷୀ ଜବତ
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୭କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୧ କରୋନା ସଂକ୍ରମିତ, ୧୦୪୮୬୮୩ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୬୨୧ ମୃତ
  • ||
  • ମଝି ସମୁଦ୍ରରେ ଦୁର୍ଘଟଣା, ଧକ୍କା ହେଲା ୨ ଜାହାଜ
  • ||
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

ଅନ୍ତର୍ଜାତୀୟ ବିମାନ ଉଡ଼ାଣ ଉପରେ ବଢ଼ିଲା ପ୍ରତିବନ୍ଧକ, ଅଗଷ୍ଟ ୩୧ ପର୍ଯ୍ୟନ୍ତ କଟକଣା ଜାରି କଲେ DGCA

30/07/2021 at 3:44 PM

ନୂଆଦିଲ୍ଲୀ ୩୦।୭: ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (ଡିଜିସିଏ) ଶୁକ୍ରବାର ବିଦେଶ ଉଡ଼ାଣ ନେଇ ଜାରି ପ୍ରତିବନ୍ଧକକୁ ସମ୍ପ୍ରସାରଣ କରିଛନ୍ତି। ଏଥିରେ ଦେଶରେ ଜାରି କୋଭିଡ-୧୯ ଜନିତ ପରିସ୍ଥିତି କାରଣରୁ ବିଦେଶରୁ ଭାରତକୁ ଓ ଭାରତରୁ ବିଦେଶକୁ ବିମାନ ଚଳାଚଳ ଅଗଷ୍ଟ ୩୧ ତାରିଖ ପର୍ଯ୍ୟନ୍ତ ନିଷିଦ୍ଧ କରିଛନ୍ତି। ତେବେ ଡିଜିସିଏଙ୍କ ଏହି ନିଷେଧାଦେଶ କାର୍ଗୋ ବିମାନ ଲାଗି ପ୍ରଯୁଜ୍ୟ ନୁହେଁ।

ଡିଜିସିଏଙ୍କ ଅନ୍ତର୍ଜାତୀୟ ଉଡ଼ାଣ କଟକଣାର ଅବଧି ଜୁଲାଇ ୩୧ ତାରିଖରେ ଶେଷ ହେଉଥିଲା। ଏଣୁ ଶୁକ୍ରବାର ପରବର୍ତ୍ତି କଟକଣା ଜାରି କରିଥିଲେ ବି ଡିଜିସିଏଙ୍କ ଅନୁମୋଦିତ ଉଡାଣ ଉପରେ ଏହା ଲାଗୁ ନୁହେଁ ବୋଲି ସ୍ପଷ୍ଟ କରାଯାଇଛି। ଦେଶରେ କରୋନା ଭାଇରସ ମହାମାରୀ ଲାଗି ୨୩ ମାର୍ଚ୍ଚ ୨୦୨୦ରେ ଅନ୍ତର୍ଜାତୀୟ ବିମାନ ଉଡ଼ାଣ ବାତିଲ ହୋଇଥିଲା। ପରବର୍ତ୍ତି କାଳରେ ବିଦେଶକୁ ଉଡ଼ାଣ ଏପର୍ଯ୍ୟନ୍ତ ସ୍ୱଭାବିକ ହୋଇ ନାହିଁ।

ତେବେ ବିଦେଶକୁ ସ୍ୱତନ୍ତ୍ର ବିମାନ ସେବା ଓ କାର୍ଗୋ ବିମାନ ଚଳାଚଳ ଜାରି ରହିଛି। ତେବେ ଗତବର୍ଷ ମେ ମାସରେ ଘରୋଇ ଗନ୍ତବ୍ୟରେ ବିମାନ ସେବା ପୁଣି ଚଳାଚଳ ଆରମ୍ଭ କରାଯାଇଥିବା ବେଳେ ଏବେ ଦେଶ ଭିତରେ ବିଭିନ୍ନ ଗନ୍ତବ୍ୟରେ ବିମାନ ଚଳାଚଳ ସ୍ୱଭାବିକ ହୋଇଛି। ତେବେ ଦେଶରେ କୋଭିଡ-୧୯ର ସଂକ୍ରମଣ ସ୍ତର ଉଚ୍ଚ ରହୁଥିବାରୁ ଅନ୍ତର୍ଜାତୀୟ ବିମାନ ଉଡାଣ ନେଇ କଟକଣା ବଳବତ୍ତର ରହିଛି।  

   Related Posts