DGCA ଙ୍କ ଘୋଷଣା, ୩୧ ମେ ପର୍ଯନ୍ତ ନିଲମ୍ବିତ ରହିବ ଅନ୍ତର୍ଜାତୀୟ ଉଡାଣ

Published By : Prameya-News7 Bureau | April 30, 2021 IST

ନୂଆଦିଲ୍ଲୀ ୩୦।୪:  କୋଭିଡ-୧୯ ମହାମାରୀ ଲାଗି ବାତିଲ ହୋଇଥିବା ଅନ୍ତର୍ଜାତୀୟ ଉଡାଣକୁ ଆଗାମୀ ମେ ୩୧ ତାରିଖ ପର୍ଯ୍ୟନ୍ତ ସମ୍ପ୍ରସାରଣ କରାଯାଇଛି। ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) ଶୁକ୍ରବାର ଏହି ଘୋଷଣା କରିଛନ୍ତି। ତେବେ ଏହି କଟକଣା ଅନ୍ତର୍ଜାତୀୟ କାର୍ଗୋ ବିମାନ ଲାଗି ପ୍ରଜୁଯ୍ୟ ନୁହେଁ ବୋଲି ସ୍ପଷ୍ଟ  କରିଦେଇଛନ୍ତି। ତେବେ ନିତ୍ୟାନ୍ତ ଆବଶ୍ୟକତା ସ୍ଥଳେ ସମ୍ପର୍କିତ ପ୍ରାଧିକର୍ତ୍ତାଙ୍କ ଅନୁମତିରେ ଅନ୍ତରାଷ୍ଟ୍ରୀୟ ମାର୍ଗରେ ବିମାନ ସଞ୍ଚାଳନ କରାଯାଇପାରେ ବୋଲି ଜାରି ସର୍କୁଲାରରେ କୁହାଯାଇଛି।

{"id":446669,"width":837,"height":571,"sizeSlug":"large","linkDestination":"none"}

୨୬ ଜୁନ ୨୦୨୦ରେ ଅନ୍ତର୍ଜାତୀୟ ଉଡାଣ ନେଇ ନିଷ୍ପତ୍ତିରେ ସାମାନ୍ୟ ଶଂସୋଧି କରାଯାଇ ପରିପତ୍ର ପ୍ରକାଶ କରାଯାଇଥିଲା। ଯାହାର ବୈଧତା ୩୧ ମେ ୨୦୨୧ ମଧ୍ୟ ରାତ୍ର ପର୍ଯ୍ୟନ୍ତ ସମ୍ପ୍ରସାରଣ କରାଯାଇଛି। ତେବେ ଏହି ସର୍କୁଲାର ଅନ୍ତର୍ଜାତୀୟ କାର୍ଗୋ ବିମାନଲାଗି ପ୍ରଜୁଯ୍ୟ ନୁହେଁ ବୋଲି ସ୍ପଷ୍ଟ କରିଦିଆଯାଇଛି।

wp:embed {"url":"https://twitter.com/DGCAIndia/status/1388022141451333633","type":"rich","providerNameSlug":"twitter","responsive":true,"className":""}
https://twitter.com/DGCAIndia/status/1388022141451333633
/wp:embed

ଗତବର୍ଷ ଦେଶରେ କରୋନା ସଂକ୍ରମଣ ଲକଡାଉନ କାଳରେ ଅନ୍ତର୍ଜାତୀୟ ବିମାନ କଟକଣା ଜାରି ହୋଇଥିଲା। ଯାହା ଦୁଇମାସ ପରେ ପୁଣି ଆରମ୍ଭ ହୋଇଥିବା ବେଳେ ରେଗୁଲେଟର ଏୟାରଫେୟାର କ୍ୟାପ୍‌ ଲାଗୁ କରିଥିଲେ। ପରବର୍ତ୍ତି ପର୍ଯ୍ୟାୟରେ ଡିଜିସିଏ ଗତ ଫେବୃଆରୀରେ ସର୍ବନିମ୍ନ ପ୍ରାଇସ ବେଣ୍ଡରେ ୧୦ ଓ ସର୍ବାଧିକ ବେଣ୍ଡରେ ୩୦ ପ୍ରତିଶତ ବଢାଇଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.