Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ICC ଟି-୨୦ ରାଙ୍କିଂ : ୪ର୍ଥ ସ୍ଥାନରେ ପାକିସ୍ତାନ ବ୍ୟାଟ୍ସମ୍ୟାନ୍‌ ମହମ୍ମଦ ରିଜଓ୍ବାନ, ବିରାଟ କୋହଲି (୫) ଏବଂ ଲୋକେସ ରାହୁଲ (୮) ଖସିଲେ
  • ||
  • କରଞ୍ଜିଆ : ନଭେମ୍ବର ପହିଲାରୁ ଖୋଲିବ ଶିମିଳିପାଳ ଜାତୀୟ ଉଦ୍ୟାନ
  • ||
  • ସୋର : ଭଙ୍ଗା ଘରୁ ମିଳିଲା ପୁଳା ପୁଳା ରାସନ କାର୍ଡ, ଲୋକଙ୍କୁ ଦିଆନଯାଇ ଲୁଚାଇ ରଖାଯାଇଥିଲା କାହିଁକି ?
  • ||
  • ଆନନ୍ଦପୁର : କଣ୍ଡକ୍ଟରଙ୍କ ଭୁଲ୍, ଯାତ୍ରୀଙ୍କ ଗୋଡ ଉପରେ ଚଢିଗଲା ବସ୍
  • ||
  • କୋଣାର୍କ : ବାଇକ୍ ଚୋରି ରାକେଟ୍ ଠାବ : ୮ ବାଇକ୍ ସହ ୪ ଅଭିଯୁକ୍ତ ଗିରଫ
  • ||
  • ତେଲକୋଇ : କାଞ୍ଜିପାଣି ଘାଟିରେ ଭାରସ୍ୟାମ ହରାଇ ଓଲଟିଲା ଅଟୋ, ୫ବର୍ଷର ଶିଶୁ ସମେତ ୩ ଗୁରୁତର
  • ||
  • ଚାନ୍ଦବାଲି : ଅଘୋଷିତ ବିଦ୍ୟୁତ କାଟ୍ : ଦୀର୍ଘ ୧୨ଘଣ୍ଟା ଧରି ଅନ୍ଧାରରେ ରହିଲା ଆଖଣ୍ଡଳମଣୀ ପୀଠ
  • ||
  • ଭୁବନେଶ୍ବର : ନଭେମ୍ବର ୧ରୁ ଯୁକ୍ତ ୩ ପ୍ରଥମ ବର୍ଷ ଏବଂ ୧୫ରୁ ପିଜି ପ୍ରଥମ ବର୍ଷ କ୍ଲାସ୍ ଖୋଲିବ
  • ||
  • ଖୋର୍ଦ୍ଧା : ୩ ଦିନ ହେବ ଚିଲିକା ମଝିରେ ଫସିଥିଲା ଡଙ୍ଗା, ୨ ମତ୍ସ୍ୟଜୀବୀଙ୍କ ସହ ୧୦ବର୍ଷର ଛୁଆ ଉଦ୍ଧାର
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ଘଟଣାରେ ନୀରବତାକୁ ବରଦାସ୍ତ କରାଯିବନି : କଂଗ୍ରେସ
  • ||

ଜୁନ୍ ୩୦ ପର୍ଯ୍ୟନ୍ତ ବଢ଼ିଲା ଅନ୍ତର୍ଜାତୀୟ ଯାତ୍ରୀ ବିମାନ ଉଡ଼ାଣ କଟକଣା: DGCA

28/05/2021 at 6:19 PM

ନୂଆଦିଲ୍ଲୀ ୨୮।୫: ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶକ (ଡିଜିସିଏ) ଅନ୍ତର୍ଜାତୀୟ ଯାତ୍ରୀ ବିମାନ ଉଡ଼ାଣକୁ ଆଗାମୀ ଜୁନ ୩୦ ତାରିଖ ପର୍ଯ୍ୟନ୍ତ ସମ୍ପ୍ରସାରଣ କରିଛନ୍ତି। ତେବେ ଏହି କଟକଣା କାର୍ଗୋ ସଞ୍ଚାଳନ ଓ ନିୟାମକଙ୍କ ଦ୍ୱାରା ଅନୁମୋଦିତ  ଉଡ଼ାଣ ଉପରେ ଲାଗୁ ହେବ ନାହିଁ ବୋଲି ଶୁକ୍ରବାର ଡିଜିସିଏ ଘୋଷଣା କରିଛନ୍ତି। କରୋନା ଭାଇରସ ମହାମାରୀ ଯୋଗୁ ମାର୍ଚ୍ଚ ୨୦୨୦ରୁ ଦେଶରେ ଅନ୍ତର୍ଜାତୀୟ ଯାତ୍ରୀ ବିମାନ ଉଡ଼ାଣ କଟକଣା ଲାଗୁ ହୋଇଛି।

ତେବେ ଦେଶରେ ଅନ୍ତର୍ଜାତୀୟ ଉଡ଼ାଣ କଟକଣା ଜାରି ଥାଇବି ଗତବର୍ଷ  ମେ ମାସରୁ ଦ୍ୱିପାକ୍ଷିକ ‘ଏୟାର ବବଲ’ ମାଧ୍ୟମରେ ବିଭିନ୍ନ ଦେଶଙ୍କ ସହ ମିଶି ଭାରତ ‘ବନ୍ଦେ ଭାରତ ମିସନ’ କାର୍ଯ୍ୟକାରୀ  କରିଛି। ଗତବର୍ଷ  ମାର୍ଚ୍ଚ ୨୩ ତାରିଖରେ ସମସ୍ତ ଘରୋଇ ଓ ଅନ୍ତର୍ଜାତୀୟ ଉଡ଼ାଣ ବାତିଲ ପରେ କିଛି ବଛାବଛା ଦେଶଙ୍କ ସହ ଏହି ମିସନରେ ବିମାନ ସମ୍ପର୍କ ଆରମ୍ଭ ହୋଇଥିଲା। ଏଥିରେ ଅନୁନ୍ୟ ୨୭ଟି ଦେଶଙ୍କ ସହ ଭାରତ ରାଜିନାମା କରିଥିବା ବେଳେ କୋଭିଡ କାଳରେ ବିଦେଶରେ ଅଟକି ରହିଥିବା ଭାରତୀୟ ଓ ଭାରତରେ ଅଟକି ରହିଥିବା ବିଦେଶୀ ନାଗରିକଙ୍କୁ ସେମାନଙ୍କ ଗନ୍ତବ୍ୟରେ ପହଞ୍ଚାଇବାରେ ସହାୟକ ହୋଇଛି।

ଏୟାର ବବଲ  ରାଜିନାମାରେ ଆମେରିକା, ବ୍ରିଟେନ, ୟୁଏଇ, କେନିୟା, ଭୁଟ୍ଟାନ ଓ ଫ୍ରାନ୍ସ ସମେତ ୨୭ ଦେଶ ଭାରତ ସହ ଚୁକ୍ତି କରିଛନ୍ତି। ଫଳରେ ବିଦେଶକୁ ସ୍ୱଭାବିକ ବିମାନ ଚଳାଚଳ ନଥିଲେ ହେଁ ଅଟକି ରହିଥିବ ଲୋକଙ୍କ ଲାଗି କୌଣସି ପ୍ରକାର ସମସ୍ୟା ସୃଷ୍ଟି କରି ନାହିଁ। ତେବେ ଗତବର୍ଷ ମାର୍ଚ୍ଚ ମାସରୁ ଜାରି ଉଡାଣ କଟକଣାରେ ଅନ୍ତର୍ଜାତୀୟ ଉଡ଼ାଣ ନିଲମ୍ବନ କ୍ରମାଗତ ସମ୍ପ୍ରସାରିତ ହୋଇଥିବା ବେଳେ ଶେଷ କଟକଣାର ଅବଧି ମେ ୩୧ ତାରିଖ ପର୍ଯ୍ୟନ୍ତ ଥିଲା। ହେଲେ ଉପୁଜିଥିବା କୋଭିଡ ଦ୍ୱିତୀୟ ଲହରରେ ଏହି କଟକଣାକୁ ଆଉ ମାସକ ଲାଗି ବଢାଇ ଦିଆଯାଇଛି।  

   Related Posts