Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପିରେ ବଡ ଧରଣର ଦୁର୍ଘଟଣା, ଖେରୀ ଘାଘରା ନଦୀରେ ଓଲଟିଲା ଡଙ୍ଗା, ୧୦୦ ଭାସିଗଲେ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

ବଢିଲା ଅନ୍ତର୍ଜାତୀୟ ଗନ୍ତବ୍ୟରେ ବାଣିଜ୍ୟିକ ବିମାନ ଚଳାଚଳ କଟକଣା, ଅକ୍ଟୋବର ୩୧କୁ ସମ୍ପ୍ରସାରିତ, କାର୍ଗୋ ବିମାନକୁ ରିହାତି

28/09/2021 at 8:24 PM

ନୂଆଦିଲ୍ଲୀ ୨୮।୯:  କେନ୍ଦ୍ର ସରକାର କରୋନାଭାଇରସ ମହାମାରୀ କାରଣରୁ ଅନ୍ତର୍ଜାତୀୟ ଗନ୍ତବ୍ୟରେ ଅନୁସୂଚିତ ବାଣିଜ୍ୟିକ ଉଡ଼ାଣ ପ୍ରତିବନ୍ଧକକୁ ପୁଣି ସମ୍ପ୍ରସାରଣ କରିଛନ୍ତି। ଏ ନେଇ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) ମଙ୍ଗଳବାର ଜାରି କରିଥିବା ନୂଆ ସର୍କୁଲାରରେ ଏହା ଅକ୍ଟୋବର ୩୧ ପର୍ଯ୍ୟନ୍ତ ସମ୍ପ୍ରସାରିତ ହୋଇଥିବା ସୂଚିତ କରିଛନ୍ତି। ତେବେ ଅନ୍ତର୍ଜାତୀୟ କାର୍ଗୋ ବିମାନ ଓ ନିୟାମକଙ୍କ ଦ୍ୱାରା ଅନୁମୋଦିତ ବିମାନ ଉଡ଼ାଣ ନିମନ୍ତେ ଏହି ନିର୍ଦ୍ଦେଶନାମା ଲାଗୁ ନୁହେଁ।

କେବଳ ମନୋନୀତ କିଛି ମାର୍ଗରେ ଅନୁସୂଚିତ ଅନ୍ତର୍ଜାତୀୟ ଉଡ଼ାଣକୁ ଅନୁମତି ଦିଆଯାଇପାରେ ବୋଲି ନିର୍ଦ୍ଦେଶନାମାରେ କୁହାଯାଇଛି। ଦେଶରେ କୋଭିଡ-୧୯ ସଂକ୍ରମଣର ପ୍ରସାର ରୋକିବା ଲାଗି ଭାରତ ସରକାର ୨୩ ମାର୍ଚ୍ଚ ୨୦୨୦ରୁ ଅନ୍ତର୍ଜାତୀୟ ବାଣିଜ୍ୟିକ ବିମାନ ଉଡ଼ାଣ ଉପରେ କଟକଣା ଜାରି କରିଥିଲେ। ତେବେ ଇତି ମଧ୍ୟରେ କେତେକ ଦେଶ ବିମାନ ଉଡ଼ାଣରେ ଥିବା କଟକଣା ଢ଼ିଲା କରିଛନ୍ତି। ଏପରି ଦଶମାନଙ୍କ ସହ ଭାରତ ସରକାର ଏୟାର ବବୁଲ ବୁଝାମଣା କରିଛନ୍ତି।

ବୁଝାମଣାରେ ଜାତୀୟ ବିମାନ ପରିବହନ ଦ୍ୱାରା ଅନ୍ତର୍ଜାତୀୟ ଉଡ଼ାଣ ସଞ୍ଚାଳନ ଲାଗି ଅନୁମତି  ରହିଛି। ଏଥିରେ ଭାରତ-ଆମେରିକା, ବ୍ରିଟେନ, ୟୁଏଇ, ମାଲଦ୍ୱୀପ, ନେଦରଲ୍ୟାଣ୍ଡ, ଫ୍ରାନ୍ସ, ଜର୍ମାନ, କତାର ଓ ଭୁଟ୍ଟାନ ସମେତ ପ୍ରାୟ ୨୫ଟି ଦେଶଙ୍କ ସହ ଭାରତର ଏହି ବୁଝାମଣା ହୋଇଛି। ତେବେ ଡିଜିସିଏଙ୍କ ପୂର୍ବ କଟକଣା ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ବଳବତ୍ତର ଥିଲା। କଟକଣା ହଟାଇବା ଲାଗି ବିଚାର କରାଯାଉଥିବା ବେଳେ ଦେଶରେ ତୃତୀୟ ଲହର ଆଶଙ୍କାକୁ ନଜରରେ ରଖି ଏହାକୁ ପୁଣି ୩୧ ଅକ୍ଟୋବର ପର୍ଯ୍ୟନ୍ତ ସମ୍ପ୍ରସାରଣ କରାଯାଇଛି।

   Related Posts