Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ICC ଟି-୨୦ ରାଙ୍କିଂ : ୪ର୍ଥ ସ୍ଥାନରେ ପାକିସ୍ତାନ ବ୍ୟାଟ୍ସମ୍ୟାନ୍‌ ମହମ୍ମଦ ରିଜଓ୍ବାନ, ବିରାଟ କୋହଲି (୫) ଏବଂ ଲୋକେସ ରାହୁଲ (୮) ଖସିଲେ
  • ||
  • କରଞ୍ଜିଆ : ନଭେମ୍ବର ପହିଲାରୁ ଖୋଲିବ ଶିମିଳିପାଳ ଜାତୀୟ ଉଦ୍ୟାନ
  • ||
  • ସୋର : ଭଙ୍ଗା ଘରୁ ମିଳିଲା ପୁଳା ପୁଳା ରାସନ କାର୍ଡ, ଲୋକଙ୍କୁ ଦିଆନଯାଇ ଲୁଚାଇ ରଖାଯାଇଥିଲା କାହିଁକି ?
  • ||
  • ଆନନ୍ଦପୁର : କଣ୍ଡକ୍ଟରଙ୍କ ଭୁଲ୍, ଯାତ୍ରୀଙ୍କ ଗୋଡ ଉପରେ ଚଢିଗଲା ବସ୍
  • ||
  • କୋଣାର୍କ : ବାଇକ୍ ଚୋରି ରାକେଟ୍ ଠାବ : ୮ ବାଇକ୍ ସହ ୪ ଅଭିଯୁକ୍ତ ଗିରଫ
  • ||
  • ତେଲକୋଇ : କାଞ୍ଜିପାଣି ଘାଟିରେ ଭାରସ୍ୟାମ ହରାଇ ଓଲଟିଲା ଅଟୋ, ୫ବର୍ଷର ଶିଶୁ ସମେତ ୩ ଗୁରୁତର
  • ||
  • ଚାନ୍ଦବାଲି : ଅଘୋଷିତ ବିଦ୍ୟୁତ କାଟ୍ : ଦୀର୍ଘ ୧୨ଘଣ୍ଟା ଧରି ଅନ୍ଧାରରେ ରହିଲା ଆଖଣ୍ଡଳମଣୀ ପୀଠ
  • ||
  • ଭୁବନେଶ୍ବର : ନଭେମ୍ବର ୧ରୁ ଯୁକ୍ତ ୩ ପ୍ରଥମ ବର୍ଷ ଏବଂ ୧୫ରୁ ପିଜି ପ୍ରଥମ ବର୍ଷ କ୍ଲାସ୍ ଖୋଲିବ
  • ||
  • ଖୋର୍ଦ୍ଧା : ୩ ଦିନ ହେବ ଚିଲିକା ମଝିରେ ଫସିଥିଲା ଡଙ୍ଗା, ୨ ମତ୍ସ୍ୟଜୀବୀଙ୍କ ସହ ୧୦ବର୍ଷର ଛୁଆ ଉଦ୍ଧାର
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ଘଟଣାରେ ନୀରବତାକୁ ବରଦାସ୍ତ କରାଯିବନି : କଂଗ୍ରେସ
  • ||

ବିମାନଯାତ୍ରାକୁ ନେଇ DGCAଙ୍କ ବଡ଼ ନିଷ୍ପତ୍ତି, ଅନ୍ତର୍ଜାତୀୟ ଉଡାଣ ଫେବୃଆରୀ୨୮ ପର୍ଯ୍ୟନ୍ତ ବାତିଲ

29/01/2021 at 6:15 PM

ନୂଆଦିଲ୍ଲୀ ୨୯।୧: ଦେଶରେ କୋଭିଡ-୧୯ ମହାମାରୀ ଲାଗି ବନ୍ଦ ହୋଇଥିବା ଅନ୍ତର୍ଜାତୀୟ ବିମାନ ସେବା ଏବେ ବନ୍ଦ ରହିବ। ଏ ନେଇ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) ଶୁକ୍ରବାର ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି। ଦେଶରେ ଫେବୃଆରୀ ୨୮ ପର୍ଯ୍ୟନ୍ତ ଇଣ୍ଟରନ୍ୟାସନାଲ ଫ୍ଲାଇଟସ୍‌ ( ଅନ୍ତର୍ଜାତୀୟ ବିମାନ ଉଡାଣ) ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି। 

କୋଭିଡ-୧୯ ମହାମାରୀ ସାରା ଦେଶକୁ ଆକ୍ରାନ୍ତ କରିଛି। ଏପର୍ଯ୍ୟନ୍ତ ଦେଶରେ ୧ କୋଟିରୁ ଊର୍ଦ୍ଧ୍ୱ ଲୋକେ କରୋନା ସଂକ୍ରମିତ ହୋଇଛନ୍ତି। ସ୍ୱଳ୍ପ କିଛି ଛାଡି ଦେଲେ ସେତିକି ସଂଖ୍ୟକ ଲୋକେ ଆରୋଗ୍ୟ ମଧ୍ୟ ହୋଇଛନ୍ତି। ତେବେ ଦେଶରେ କରୋନା ସଂକ୍ରମଣ ଏବେବି ଥମି ନାହିଁ। ଏଣୁ ଡିଜିସିଏ ବର୍ତ୍ତମାନ ଲାଗି ଅନ୍ତର୍ଜାତୀୟ ଉଡାଣ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ତେବେ ବନ୍ଦେ ଭାରତ ଯୋଜନାରେ କିଛି ବିମାନ ଅନ୍ତର୍ଜାତୀୟ ଗନ୍ତବ୍ୟରେ ଯାତାୟାତ କରିବେ।  

ସାରା ଦେଶରେ ମାର୍ଚ୍ଚ ୨୩ରୁ ସବୁ ପ୍ରକାର ବିମାନ ଯାତାୟାତ ରଦ୍ଦ କରି ଦିଆଯାଇଥିଲା। ପରେ ଘରୋଇ ଗନ୍ତବ୍ୟରେ ବିମାନ ଚଳାଚଳ ଆରମ୍ଭ ହୋଇଥିଲେ ବି ଅନ୍ତର୍ଜାତୀୟ ଗନ୍ତବ୍ୟରେ ସ୍ୱଭାବିକ ବିମାନ ଚଳାଚଳ ଆରମ୍ଭ ହୋଇନଥିଲା। କିଛି ବିମାନଙ୍କୁ ଅନ୍ତର୍ଜାତୀୟ ମାର୍ଗରେ ଚଳାଚଳ ଅନୁମତି ମିଳିଥିଲା। ହେଲେ ଏବେ ପୁଣି ଥରେ ୨୮ ଫେବୃଆରୀ ପର୍ଯ୍ୟନ୍ତ ବାତିଲ କରିଦିଆଯାଇଛି। ସାରା ଦେଶରେ ଗତ ୨୪ ଘଣ୍ଟାରେ ୧୮ ହଜାର ନୂଆ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଣୁ ପରିସ୍ଥିତିକୁ ଦୃଷ୍ଟିରେ ରଖି  ଅନ୍ତର୍ଜାତୀୟ ଉଡାଣ କଟକଣା କାୟମ ରଖାଯାଇଛି।

ତେବେ ବନ୍ଦେ ଭାରତ ଯୋଜନାରେ ଏୟାର ଇଣ୍ଡିଆ ଓ କିଛି ଘରୋଇ ବିମାନ କମ୍ପାନୀଙ୍କୁ ବିଦେଶ ଉଡାଣ ଅନୁମତି ଦିଆଯାଇଛି। ସେମାନେ ମଧ୍ୟ ଦାୟିତ୍ୱ ସୂଚାରୁ ରୂପେ ପାଳନ କରୁଥିବା ବେଳେ ବିଦେଶରେ ଫଶି ରହିଥିବା ଭାରତୀୟଙ୍କୁ ଫେରାଇ ଆଣୁଛନ୍ତି।  ସେହିପରି ଦେଶରେ ଅଟକି ରହିଥିବା ବିଦେଶକୁ ସେମାନଙ୍କ ଦେଶରେ ପହଞ୍ଚାଉଛନ୍ତି। ଦେଶରେ ମେ ୬ ତାରିଖରୁ ପ୍ରଧାନମନ୍ତ୍ରୀ ବନ୍ଦେ ଭାରତ ଯୋଜନା କାର୍ଯ୍ୟକାରୀ କରିଥିଲେ।

   Related Posts