Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

DGCAଙ୍କ ଘୋଷଣା : ଏପ୍ରିଲ ୧୪ ପର୍ଯ୍ୟନ୍ତ ବନ୍ଦ ରହିବ commercial flight ଉଡାଣ

ନୂଆଦିଲ୍ଲୀ ୨୬।୩:  ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ)  ଗୁରୁବାର ଯାତ୍ରୀବାହୀ ବିମାନଙ୍କ ଅନ୍ତର୍ଜତୀୟ ଉଡାଣ ନେଇ ନୂଆ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଏଥିରେ ୧୪ ଏପ୍ରିଲ ସନ୍ଧ୍ୟା ସାଢେ ୬ଟା ୪୦ ପର୍ଯ୍ୟନ୍ତ ବିଦେଶକୁ ସମସ୍ତ ଉଡାଣ ବାତିଲ ହୋଇଥିବା ଘୋଷଣା କରିଛନ୍ତି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏହି ନିଷ୍ପତି ନିଆଯାଇଥିବା ଡିଜିସିଏ କହିଛନ୍ତି।

ତେବେ ଏହି ସମୟରେ ବିଦେଶରୁ ଦେଶକୁ ଅଥବା ଦେଶରୁ ବିଦେଶକୁ କାର୍ଗୋ ବିମାନ ଚଳାଚଳରେ କୌଣସି ପ୍ରତିବନ୍ଧକ ନଥିବା ଡିଜିସିଏ ଉପମହାନିର୍ଦ୍ଦେଶକ ସୁନିଲ କୁମାର କହିଛନ୍ତି। ତେବେ ପ୍ରଧାନମନ୍ତ୍ରୀ ଦେଶରେ ଲକ୍ ଡାଉନ ଘୋଷଣା କରିବା ପୂର୍ବରୁ ଡିଜିସିଏ ଏପ୍ରିଲ ୧୪ ତାରିଖ ପର୍ଯ୍ୟନ୍ତ ଅନ୍ତର୍ଜାତୀୟ ଯାତ୍ରୀବିମାନ ଚଳାଚଳ ଉପରେ କଟକଣା ଜାରି କରିଥିଲେ।

ବିମାନ ଭଳି ରେଳ ଯାତ୍ରୀମଧ୍ୟ ସଂକ୍ରମିତ ହେବାର ଆଶଙ୍କା ଥିବାରୁ ଭାରତୀୟ ରେଳ ପ୍ରଥମେ ମାର୍ଚ୍ଚ ୩୧ ଓ ପରେ ଏପ୍ରିଲ ୧୪ ତାରିଖ ପର୍ଯ୍ୟନ୍ତ ରେଳ ଚଳାଚଳ ବନ୍ଦ ରଖିଛନ୍ତ।

   Related Posts