ନ୍ୟୁଜ ସେଭେନର ମହାପ୍ରଭାବ : ସୋସିଆଲ ମିଡିଆରେ ଫଟୋ ଭାଇରାଲ ଘଟଣାର ତଦନ୍ତ ହେବ ବୋଲି କହିଲେ ଜେଲ ଡିଜି …
13/10/2019 at 3:29 PM

କଟକ ୧୩/୧୦: ଚୌଦ୍ବାର ଜେଲରୁ ଅପରାଧୀଙ୍କ ଫଟୋ ଭାଇରାଲ ଘଟଣାର ହେବ ତଦନ୍ତ । ଏହି ସୂଚନା ଦେଇଛନ୍ତି ଜେଲ ଡିଜି ସତ୍ୟଜିତ ମହାନ୍ତି । ଚୌଦ୍ବାର ଜେଲ ଭିତରୁ ଦୁର୍ଦ୍ଦାନ୍ତ ଅପରାଧୀ ଦଶହରା ଶୁଭେଚ୍ଛା ଦେବାର EXCLUSIVE ଖବର ପ୍ରସାରଣ କରିଥିଲା ନ୍ୟୁଜ୍ ସେଭେନ । ସୋସିଆଲ ମିଡିଆରେ ବୁଲୁଥିବା ଜେଲ ବିତରର ଫଟୋ । ଯାହାକି ଅନେକ ପ୍ରଶ୍ନ ଛିଡା କରିଛି ।ଅପରାଧୀଙ୍କ ହାତରେ ଆଣ୍ଡ୍ରଏଡ ମୋବାଇଲ ଜେଲ ଭିତରେ ଆସିଲା କିପରି । ପୂର୍ବରୁ ଚଢାଉ ବେଳେ ବହୁ ବାର ଫୋନ ମିଳିଥିବା ବେଳେ ଏବେ ଜେଲ ଭିତରକୁ ଆଣ୍ଡ୍ରଏଡ ଫୋନ ଆସିବା ସମସ୍ତଙ୍କୁ ଚକିତ କରିଛି ।

ଗତ ଦଶହରା ଦିନ ଦୁର୍ଦ୍ଦାନ୍ତ ଅପରାଧୀ କଟକର ରାଜା ବସ୍ତିଆ, ଡିକ୍ ରାହୁଲ ନାମକ ଫେସ ବୁକ ଆକାଉଣ୍ଟରେ ଏହି ଶୁଭେଚ୍ଛା ଜଣାଇଥିଲା । କେବଳ ରାଜା ନୁହେଁ ବୋମା ମାଡ ଘଟଣାରେ ଲାଲବାଗ ଥାନା ପୋଲିସ ଦ୍ବାରା ଗିରଫ ହୋଇଥିବା ଦୁର୍ଦ୍ଦାନ୍ତ ଅପରାଧୀ ହାଡିଆ ଓରଫ ପ୍ରକାଶ ବେହେରା ମଧ୍ୟ ରାଜା ସହ ଫଟୋରେ ଦେଖିବାକୁ ମିଳିଛି । ଗତ ଜୁଲାଇ ମାସରୁ ରାଜା ବସ୍ତିଆ ଜେଲରେ ରହିଥିବା ବେଳେ ଅଗଷ୍ଟ ମାସରେ ହାଡିଆ ଗିରଫ ହୋଇ ଜେଲରେ ରହିଛି । ଜେଲ ଭିତରୁ ସୋସିଆଲ ମିଡିଆ ତଥା ଫେସବୁକରେ ଅପରାଧୀ ମାନେ ଏଭଳି ଶୁଭେଚ୍ଛା ଜଣାଇବା ଜେଲ କର୍ତ୍ତୃପକ୍ଷଙ୍କ କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନ ବାଚୀ ସୃଷ୍ଟି କରିଛି ।

ନିକଟରେ ପୂଜା ପୂର୍ବରୁ ଜିଲ୍ଲାପାଳ, ପୋଲିସ କମିଶନର, ଡିସିପି ସମସ୍ତେ ପରିଦର୍ଶନରେ ଯାଇଥିବା ବେଳେ ଏଭଳି କାରବାର ଉପରେ କିଭଳି ନଜର ପଡିଲା ନାହିଁ ସେ ନେଇ ଉଠିଛି ପ୍ରଶ୍ନ । ଆସାଧୁ ଜେଲ କର୍ମଚାରୀ ଙ୍କ ପାଇଁ ଜେଲ ଭିତରେ ଅପରାଧୀ ମାନେ ବେଧଡକ ଭାବେ ସମସ୍ତ ବେଆଇନ କାର୍ଯ୍ୟ ଚାଲିଥିବା ଅଭିଯୋଗ ହୋଇଛି । ସେପଟେ ଜେଲ ଅଧୀକ୍ଷକ ରାଜ କିଶୋର ସାହୁ ଏ ନେଇ ପ୍ରତିକ୍ରିୟା ରଖିଛନ୍ତି ।…