ଡିଜି ପାହ୍ୟାର ଅଫିସର୍ ନିଜ ପତ୍ନୀଙ୍କୁ କରୁଥିଲେ ମାରପିଟ୍: ଗୃହମନ୍ତ୍ରୀଙ୍କୁ ଭିଡିଓ ପଠାଇ ନ୍ୟାୟ ମାଗିଲେ ଆଇଆର୍‌ଏସ୍ ପୁଅ

Published By : Prameya-News7 Bureau | September 28, 2020 IST

ଭୋପାଲ ୨୮/୦୯ : ମଧ୍ୟ ପ୍ରଦେଶରେ ଡିଜିପି ସ୍ଥରର ଅଧିକାରୀ ପୁରୁଷୋତ୍ତମ ଶର୍ମାଙ୍କୁ ତାଙ୍କ ପତ୍ନୀ ଆଉ ଜଣେ ମହିଳାଙ୍କ ଘରୁ ଧରିଥିଲେ । ଏହାପରେ ପୁରୁଷୋତ୍ତମ ଶର୍ମା ନିଜ ପତ୍ନୀଙ୍କୁ ମାରପିଟ କରିଥିଲେ । ଅଧିକାରୀଙ୍କ ପୁତ୍ର ଗୌତମ ଶର୍ମା ଉଭୟ ଘଟଣାର ଭିଡିଓ ଗୃହମନ୍ତ୍ରୀ, ମୁଖ୍ୟ ସଚିବ ଓ ଡିଜିପିଙ୍କୁ ପଠାଇ ପିତାଙ୍କ ବିରୋଧରେ ମାମଲା ରୁଜ୍ଜୁ କରିବାକୁ ଗୁହାରି କରିଛନ୍ତି ।

{"id":335599,"sizeSlug":"large"}

ପିତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଦାବି କରିଛନ୍ତି । ତେବେ ବର୍ତ୍ତମାନ ସୁଦ୍ଧା କୌଣସି ମାମଲା ରୁଜ୍ଜୁ ହୋଇନାହିଁ । କିନ୍ତୁ ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି । ଭିଡିଓ ଗୃହମନ୍ତ୍ରୀ ସ୍ଥର ଯାଏଁ ପହଞ୍ଚିବା ପରେ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଉଛି । 

{"id":335595,"sizeSlug":"large"}

ଏହି ମାମଲାରେ ଡିଜି ସ୍ଥର ଅଧିକାରୀ ପୁରୁଷୋତ୍ତମ ଶର୍ମାଙ୍କ ପ୍ରଥମ ବୟାନ ଆସିଛି । ସେ କହିଛନ୍ତି ଯେ ସେ ମାରପିଟ ଅଭିଯୋଗକୁ ସ୍ୱୀକାର କରୁଛନ୍ତି । ଏହି ମାମଲାରେ ସରକାର ଯାହା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ତାକୁ ବି ସେ ସ୍ୱୀକାର କରିବେ ବୋଲି କହିଛନ୍ତି । ସେ ଆହୁରି କହିଛନ୍ତି ଯେ ଏହା ତାଙ୍କର ପାରିବାରିକ ମାମଲା ଏବଂ ନିଜ ପତ୍ନୀ ସହ ସମ୍ପର୍କକୁ ନେଇ ସେ କ୍ଷୁବ୍ଧ ।

{"id":335597,"sizeSlug":"large"}

ସୂଚନା ଅନୁଯାୟୀ, ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଗତ ୧୨ ବର୍ଷ ହେଲା ଝଗଡା ଚାଲିଛି । ଉଭୟ ଗୋଟିଏ ଛାତ ତଳେ ରହୁଥିଲେଏ ବି ଅଲଗା ଅଲଗା କୋଠରୀରେ ରୁହନ୍ତି । ପୁରୁଷୋତ୍ତମ ଶର୍ମାଙ୍କ ଅଭିଯୋଗ କରିଥିବା ତାଙ୍କ ପୁତ୍ର ଆଇଆରଏସ ଅଧିକାରୀ । ଗୃହମନ୍ତ୍ରୀଙ୍କୁ ପଠାଇଥିବା ଭିଡିଓ ସିସିଟିଭିରୁ ରେକର୍ଡ ହୋଇଛି ।

wp:core-embed/youtube {"url":"https://www.youtube.com/embed/ErZ7jcrWAZo","type":"rich","providerNameSlug":"embed-handler","className":"wp-embed-aspect-16-9 wp-has-aspect-ratio"}
https://www.youtube.com/embed/ErZ7jcrWAZo
/wp:core-embed/youtube

ସୂଚନା ଅନୁଯାୟୀ, ମାରପିଟ ଘଟଣାର ଭିଡିଓ ଗତ ରାତିର ଅର୍ଥାତ ରବିବାର ରାତିର । ଭିଡିଓରେ ସ୍ପଷ୍ଟ ଶୁଣିବାକୁ ମିଳିଛି ଯେ ପୁରୁଷୋତ୍ତମ ଶର୍ମାଙ୍କ ପତ୍ନୀ ଘରର ଚାକରଙ୍କୁ କହୁଛନ୍ତି ଯେ ଏହି ଘଟଣାର ଭିଡିଓ ରେକର୍ଡ କର । ଏହି ଭିଡିଓ କ୍ଲିପକୁ ନେତା, ଗଣମାଧ୍ୟମ ଓ ଅଧିକାରୀଙ୍କୁ ପଠାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.