Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାନଖେମୁଣ୍ଡି : କୋଭିଡ୍ କଟକଣା ଉଲଂଘନ କରି ଗାଁରେ ଚାଲିଥିଲା ବାହାଘର ଭୋଜିଭାତ, ବନ୍ଦ କଲା ପ୍ରଶାସନ
  • ||
  • ଚୋରି କରୁଥିଲା ବିଦ୍ୟୁତ ଖୁଣ୍ଟ, ଗାଁ ଲୋକଙ୍କ ହାତରେ ଧରାପଡିଲା ଚୋର
  • ||
  • ରାଜ୍ୟରେ କରୋନା ନେଲା ଆଉ ୨୧ଜଣଙ୍କ ଜୀବନ, ୨୧୬୧ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ୧୧ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୧,୮୦୭ ପଜିଟିଭ୍
  • ||
  • କମିଲା ତାତି : ଆଜି ଏହି ସବୁ ଜିଲ୍ଲାରେ ବଜ୍ରପାତ ସହ କୁଆପଥର ବର୍ଷା ସମ୍ଭାବନା
  • ||
  • ସଂକ୍ରମଣ ରୋକିବାକୁ ରାଜ୍ୟରେ ସାପ୍ତାହିକ ସଟ୍‌ଡାଉନ୍, ଜରୁରୀ ସେବାକୁ ଛାଡ଼ିଦେଲେ ସବୁ ବନ୍ଦ
  • ||

ଭୁବନେଶ୍ବର ଡିଜି କ୍ୟାମ୍ପ ଅଫିସରେ ଡିଜି ସମ୍ମିଳନୀ : ଆନ୍ତଃରାଜ୍ୟ ଅପରାଧୀଙ୍କ ଗତିବିଧି ଉପରେ ଲାଗିବ ରୋକ

22/02/2019 at 11:15 AM

ଭୁବନେଶ୍ବର ୨୨/୨: ଭୁବନେଶ୍ବର ଡିଜି କ୍ୟାମ୍ପ ଅଫିସରେ ଚାଲିଛି ଡିଜି ସମ୍ମିଳନୀ । ପାଞ୍ଚଟି ରାଜ୍ୟର ପୋଲିସ ଡିଜି ଏହି ସମ୍ମିଳନୀରେ ଯୋଗ ଦେଇଛନ୍ତି । ରାଜ୍ୟ ପୋଲିସ ମହାନିଦେର୍ଶକ ଡ. ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ହେଉଛି ଅନୁଷ୍ଠିତ । ବୈଠକରେ ଓଡିଶାର ପଡୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ, ଛତିଶଗଡ ସ​‌ମେତ ଝାରଖଣ୍ଡର ପୋଲିସ ଡିଜି ଯୋଗ ଦେଇଛନ୍ତି । ଏଥିସହ ପାଞ୍ଚଟି ରାଜ୍ୟର ବରିଷ୍ଠ ଗୋଇନ୍ଦା ଅଧିକାରୀମାନେ ମଧ୍ୟ ବୈଠକରେ ସାମିଲା ହୋଇଛନ୍ତି । ଆଗକୁ ସାଧାରଣ ନିର୍ବାଚନ । ତାକୁ ନଜରରେ ରଖି ବୈଠକରେ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରିବ ପୋଲିସ । ଏଥିପାଇଁ ପଡୋଶୀ ରାଜ୍ୟମାନଙ୍କର ସହଯୋଗ ଆବଶ୍ୟକ । ଏହା ଉପରେ ବୈଠକରେ ବିଶଦ ଆଲୋଚନା ହେବ । । ୫ ଟି ରାଜ୍ୟର ଆଇନ ବ୍ୟବସ୍ଥା, ଅପରାଧ ନିୟନ୍ତ୍ରଣ ଓ ଅନ୍ୟକିଛି ଗରୁତ୍ବପୂର୍ଣ ବିଷୟ ଉପରେ ମଧ୍ୟ ହେବ ଆଲୋଚନା ।

ଡିଜି ସମ୍ମିଳନୀରେ ପୋଲିସ୍ ଡିଜି ଆର.ପି ଶର୍ମା ସୂଚନା ଦେଇଛନ୍ତି ଯେ ନିର୍ବାଚନ ବେଳେ ନକ୍ସଲ ମୁକାବିଲା ବିଶେଷ କରି ଓଡିଶା, ଆନ୍ଧ୍ର ଓ ଛତିଶଗଡ ପାଇଁ ଗୁରୁତ୍ୱ ପୂର୍ଣ୍ଣ ରହିବ। ଏଭଳି ପରିସ୍ଥିତିରେ ଆନ୍ତଃରାଜ୍ୟ ସମନ୍ୱୟ ଶାନ୍ତି ପୂର୍ଣ ଭାବେ ସମାପନ କରିବାରେ ସହାୟକ ହେବ। ପୂର୍ବରୁ ନକ୍ସଲ ମୁକାବିଲାରେ ଓଡିଶା ପୋଲିସ ସଫଳ ହୋଇଥିବାବେଳେ ଏବେ ବି କେତେକ ସ୍ଥାନରେ ପରିସ୍ଥିତି ସମ୍ବେଦନଶୀଳ ରହିଛି। ନିର୍ବାଚନ ବେଳେ ସମୁଦ୍ର ତଳେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯିବ। ଏହି ସମୟରେ ହେଲିକପ୍ଟର ଓ ଡଙ୍ଗାର ସହାୟତା ନିଆଯିବ। ଆନ୍ତଃରାଜ୍ୟ ଅପରାଧୀଙ୍କ ଗତିବିଧି ଉପରେ କିଭଳି ରୋକ ଲଗାଯିବ ତାହା ଉପରେ ଗୁରୁତ୍ୱ ଦିଆଯିବ ବୋଲି କହିଛନ୍ତି ପୋଲିସ ଡିଜି।

ଏହି ବୈଠକ ରାଜ୍ୟ ପୋଲିସ ପାଇଁ ବହୁ ଗୁରୁତ୍ବ ବହନ କରେ । ବିଶେଷ କରି ମାଓବାଦୀ କାର୍ଯ୍ୟକଳାପ, ନିଶା ଦ୍ରବ୍ୟ ଚୋରା ଚାଲାଣ ଉପରେ ମଧ୍ୟ ଫୋକସ ରହିବ । କାରଣ ସାଧାରଣ ନିର୍ବାଚନରେ ରାଜ୍ୟରେ ହିଂସା ବୃଦ୍ଧି ସମ୍ଭାବନା ରହିଥିବା ନେଇ ଗୋଇନ୍ଦା ରିପୋର୍ଟ ଦେଇଛି । ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ, ଛତିଶଗଡ ସ​‌ମେତ ଝାରଖଣ୍ଡର ପୋଲିସ ଡିଜିଙ୍କ ସହ ଏହା ଉପରେ ଆଲୋଚନା ହେବ । ଅନ୍ୟପଟେ ମାଓବାଦୀ ନିର୍ବାଚନ ସମୟରେ ସମ୍ବେଦନଶୀଳ ବୁଥରେ ଆକ୍ରମଣ କରିବାର ଯୋଜନା ରହିଛି । ଯାହାର ବଡ ଉଦାହରଣ ଛତିଶଗଡ ଦାନ୍ତେଓ୍ବଡାରେ ମାଓବାଦୀ ଆକ୍ରମଣ । ଯେଉଁଥିରେ ୭ ଜଣଙ୍କ ମୃତ୍ୟ ହୋଇଥିଲା । ଓଡିଶାରେ ସାଧାରଣ ନିର୍ବାଚନ ସମୟରେ ମାଓବାଦୀମାନେ ସେହିଭଳି କିଛି ଘଟଣା ଘଟାଇପାରନ୍ତି । ଏହାକୁ ରୋକିବା ପାଇଁ ପଡୋଶୀ ରାଜ୍ୟ ସହ କିଭଳି ସମନ୍ବୟ ରଖି କିଭଳି ରଣନୀତି କରାଯାଇ ପାରିବ ।

ଠିକ ସମୟରେ ଗୋଇନ୍ଦା ତଥ୍ୟର କିଭଳି ଆଦାନ ପ୍ରଦାନ ହେବ । ଏହା ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହେବ । ଅପରପକ୍ଷରେ ମାଓ ଉପଦ୍ରବ ଅଞ୍ଚଳରେ କୁମ୍ବିଂ ଅପରେସନ ଜୋରଦାର କରାଯିବ । ପଡୋଶୀ ରାଜ୍ୟର ପୋଲିସ ସହ ରାଜ୍ୟ ପୋଲିସ ଏହାକୁ ନେଇ ନିୟମିତ ଭାବେ ଯୋଗାଯୋଗରେ ରହିବ । ସବୁଠାର ବଡ କଥା ନିର୍ବାଚନ ସମୟରେ ନିଶାଦ୍ରବ୍ୟ ଚୋରା ଚାଲାଣ କରାଯାଏ । ଏହାକୁ ନଜରରେ ରଖି ସ୍ବତନ୍ତ୍ରଭାବେ ପ୍ରସ୍ତୁତ କରିବ ବ୍ଲୁ ପ୍ରିଣ୍ଟ । ବେଆଇନ ଅର୍ଥ କାରବାର ଉପରେ କଡା ନଜର ରଖିବ ପୋଲିସ । ଅବାଧ ଓ ନିରପେକ୍ଷ ନିର୍ବାଚନ ପାଇଁ ପୋଳିସ ପକ୍ଷରୁ ଆବଶ୍ୟକ ବ୍ୟବସ୍ଥା ଲାଗି ବୈଠକରେ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ ହେବ ।  

   Related Posts