Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଜୁଲାଇ ୧ ତାରିଖରୁ ପାତାଳରେ ବାସ କରିବେ, କ୍ଷୀର ସାଗର ଅନନ୍ତ ଶଯ୍ୟାରେ ବିଶ୍ରାମ ନେବେ ଭଗବାନ ବିଷ୍ଣୁ : ୪ ମାସ ହେବନାହିଁ କୌଣସି ଧାର୍ମିକ କାର୍ଯ୍ୟ

22/06/2020 at 5:20 PM

ଭୁବନେଶ୍ୱର ୨୨/୦୬ : ଜୁଲାଇ ୧ ତାରିଖରୁ ଭଗବାନ ବିଷ୍ଣୁ ୪ ମାସ ପାଇଁ ପାତାଳକୁ ଚାଲିଯିବେ | ପାଞ୍ଜି ଅନୁଯାୟୀ ଜୁଲାଇ ୧ ତାରିଖରେ ଏକାଦଶୀ ତିଥି ରହିଛି | ଏହି ଏକାଦଶୀକୁ ଦେବଶୟନି ଏକାଦଶୀ କୁହାଯାଏ | ଏହି ଏକାଦଶୀରେ ଆଷାଢ଼ ଏକାଦଶୀ, ବନ୍ଦନା ଏକାଦଶୀ ମଧ୍ୟ କୁହାଯାଏ | ଏହା ଏକ ମହତ୍ଵପୁର୍ଣ ଏକାଦଶୀ | ଏକାଦଶୀ ଦିନ ଭଗବାନ ବିଷ୍ଣୁଙ୍କୁ ଆରାଧନା କରାଯାଇଥାଏ |  

ପୌରାଣିକ ବିଶ୍ୱାସ ରହିଛି ଯେ ଏହି ଏକାଦଶୀରେ ବିଧି ମୁତାବକ ବ୍ରତ ପାଳନ କଲେ ସବୁ ପ୍ରକାର କଷ୍ଟରୁ ମୁକ୍ତି ମିଳିଥାଏ | ଜୀବନରେ ଥିବା ବାଧାବିଘ୍ନ ଦୂର ହୋଇଥାଏ | ଧନ ସମ୍ବନ୍ଧୀୟ ସମସ୍ୟା ଦୂର ହୋଇଥାଏ | ଏକାଦଶୀ ଦିନ ଭଗବାନ ବିଷ୍ଣୁ ଓ ଅଶ୍ୱଥ ବୃକ୍ଷକୁ ପୂଜା କରାଯାଏ | 

ହିନ୍ଦୁ ଧର୍ମରେ ଏକାଦଶୀ ସବୁ ବ୍ରତ ଠାରୁ ସର୍ବୋତ୍ତମ ବୋଲି କୁହାଯାଏ | ଏକାଦଶୀ ବ୍ରତ ସମ୍ପର୍କରେ ବେଦ ଓ ପୁରାଣରେ ବର୍ଣ୍ଣିତ ରହିଛି | ମହାଭାରତରେ ମଧ୍ୟ ଏକାଦଶୀ ବ୍ରତ ସମ୍ପର୍କରେ କୁହାଯାଇଛି | ଭଗବାନ ଶ୍ରୀକୃଷ୍ଣ ସ୍ୱୟଂ ମହାଭାରତରେ ଏକାଦଶୀ ବ୍ରତର ମହତ୍ୱ କହିଥିଲେ | ଏକାଦଶୀ ବ୍ରତ ପାଳନ କଲେ ସବୁ ପ୍ରକାର ପାପରୁ ମୁକ୍ତି ମିଳିଥାଏ ଏବଂ ସବୁ ମନୋସ୍କାମନା ପୁର୍ଣ ହୋଇଥାଏ ବୋଲି ବିଶ୍ୱାସ ରହିଛି |

ଦେବଶୟନି ଏକାଦଶୀ ତିଥିରୁ ଚାତୁର୍ମାସ ଆରମ୍ଭ ହୋଇଥାଏ | କୁହାଯାଏ ଯେ ଭଗବାନ ବିଷ୍ଣୁ ଏହି ଏକାଦଶୀ ତିଥିରୁ ଚାରି ମାସ ପାଇଁ ପାତାଳରେ ବାସ କରନ୍ତି | ଏହାପରେ ୪ ମାସ ସମ୍ପୂର୍ଣ୍ଣ ହେବାପରେ, ସୂର୍ଯ୍ୟଦେବତା ତୁଳା ରାଶିରେ ପ୍ରବେଶ କରନ୍ତି ସେଦିନ ଭଗବାନ ବିଷ୍ଣୁଙ୍କ ଶୟନ ସମାପ୍ତ ହୋଇଥାଏ | ଏହି ଦିନକୁ ଦେବ ଉଠାଣି ଏକାଦଶୀ କୁହାଯାଏ |

ଭଗବାନ ବିଷ୍ଣୁ ପାତାଳକୁ ଯିବା ପରେ ଧାର୍ମିକ କାର୍ଯ୍ୟ ବାରଣ କରାଯାଇଥାଏ | ଏହି ୪ ମାସରେ ଧାର୍ମିକ କାର୍ଯ୍ୟ ହୁଏନାହିଁ | ଏହି ୪ ମାସ ଭଗବାନ ବିଷ୍ଣୁ କ୍ଷୀର ସାଗରର ଅନନ୍ତ ଶଯ୍ୟାରେ ବିଶ୍ରାମ କରନ୍ତି | ସେଥିପାଇଁ ଏହି ୪ ମାସରେ କୌଣସି ଧାର୍ମିକ କାର୍ଯ୍ୟ କରାଯାଏ ନାହିଁ |

ଦେବଶୟନି ଏକାଦଶୀ ପ୍ରାରମ୍ଭ ମୁହୂର୍ତ୍ତ – ଜୁନ ୩୦ ତାରିଖ ସନ୍ଧ୍ୟା ୭ଟା ୪୯ ମିନିଟ

ଦେବଶୟନି ଏକାଦଶୀ ସମାପ୍ତ ମୁହୂର୍ତ୍ତ – ଜୁଲାଇ ୧ ତାରିଖ ସନ୍ଧ୍ୟା ୫ଟା ୨୯ ମିନିଟ

   Related Posts