ବିଶିଷ୍ଟ ଭଜନ କଣ୍ଠଶିଳ୍ପୀ ଭିକାରୀ ମହମ୍ମଦଙ୍କ ପରଲୋକ

Published By : Prameya-News7 Bureau | November 05, 2020 IST

ନୟାଗଡ ୫।୧୧: ବିଶିଷ୍ଟ ଭଜନ କଣ୍ଠଶିଳ୍ପୀ ଭିକାରୀ ମହମ୍ମଦଙ୍କ ପରଲୋକ । ମୃତ୍ୟୁ ବେଳକୁ ତାଙ୍କୁ ୭୬ବର୍ଷ ବୟସ ହୋଇଥିଲା । ସେ ପକ୍ଷାଘାତ ରୋଗରେ ଆକ୍ରାନ୍ତ ଥିଲେ । ତାଙ୍କ ଅବସ୍ଥା ଗୁରୁତର ହେବାକୁ ତାଙ୍କୁ କଟକ ବଡ ମେଡିକାଲରେ ଭର୍ତ୍ତି ହୋଇଥିଲେ । ଚିକିତ୍ସାଧୀନ ଅବସ୍ଥାରେ କଟକ ତାଙ୍କର ଦେହାନ୍ତ ହୋଇଛି ।

ଓଡିଶାର ଦ୍ବିତୀୟ ସାଲବେଗ ଭାବେ ପରିଚିତ ଭିକାରୀ ମହମ୍ମଦ ମୁସଲମାନ ସମ୍ପ୍ରଦାୟର ହୋଇଥିଲେ ମଧ୍ୟ ସେ ଛାନ୍ଦ, ଚଉପଦୀ, ଜଣାଣ, ଭଜନ, ଓଡିଶୀ ତଥା ଖଣ୍ଡପଡାର ପାରମ୍ପରିକ ଢୁମ୍ପା ସଙ୍ଗୀତ ଗାନ କରି ରାଜ୍ୟ ତଥା ରାଜ୍ୟ ବାହାରେ ସୁନାମ ଅର୍ଜନ କରିଛନ୍ତି । ସଙ୍ଗୀତ ସମ୍ରାଟ ଭିକାରୀ ବଳ, ଅକ୍ଷୟ ମହାନ୍ତି, ପ୍ରଣବ ପଟ୍ଟନାୟକ, ଚିତ୍ତ ଜେନା, ପ୍ରଫୁଲ୍ଲ କର, ଦିବାକର ମହାନ୍ତିଙ୍କ ଭଳି ରାଜ୍ୟର ବରିଷ୍ଠ କଣ୍ଠଶିଳ୍ପୀମାନଙ୍କ ସହ ବିଭିନ୍ନ ମଞ୍ଚରେ ଶ୍ରୀଜଗନ୍ନାଥ ଭଜନ ପରିବେଷଣ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.