Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୪୧୫ ମୃତ
  • ||
  • ଗାଙ୍ଗୁଲିଙ୍କୁ ହରାଇଲେ ଶାହ : ୧ ରନରେ ପରାସ୍ତ ହେଲା ଦାଦାଙ୍କ ଟିମ୍
  • ||
  • ବାତ୍ୟା ପାଇଁ ଟ୍ରେନ ବାତିଲ, ଯାତ୍ରୀଙ୍କୁ ଟ୍ରେନର ଷ୍ଟକ୍ ରଖିବାକୁ ଅନୁରୋଧ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୩ କରୋନା ସଂକ୍ରମିତ, ୧୦୫୦୦୬୦ରେ ପହଞ୍ଚିଲା ସଂଖ୍ୟା
  • ||
  • ଚିଲିକାରେ ବଢୁଛି ବର୍ଷା ଓ ପବନ, ରାସ୍ତାଘାଟ ଖାଁ ଖାଁ
  • ||
  • ଅନୁଗୁଳ : ଟ୍ରକ-ଇନୋଭା ମୁହାଁମୁହିଁ ଧକ୍କା, ୨ ମୃତ
  • ||
  • ନୟାଗଡ : ଭିଜିଲାନ୍ସ ପଞ୍ଝାରେ ଅତିରିକ୍ତ ଯୋଗାଣ ଅଧିକାରୀ, ଏକାସାଙ୍ଗେ ୬ଟି ସ୍ଥାନରେ ରେଡ୍
  • ||
  • ପୃଥିବୀକୁ ବଡ ବିପଦ ! ମାଡି ଆସୁଛି ଗ୍ରହାଣୁ, ମାଡ ହେଲେ ପରମାଣୁ ବୋମାଠୁ ଭୟଙ୍କର ବିସ୍ଫୋରଣ
  • ||
  • ଯବାନଙ୍କ ଆତ୍ମହତ୍ୟା, ସର୍ଭିସ ରାଇଫଲରୁ ଗୁଳି ଚଳାଇ ହାରିଲେ ଜୀବନ
  • ||
  • ଜଗତସିଂହପୁରରେ ଲାଗି ରହିଛି ବର୍ଷା, ବାତ୍ୟା ମୁକାବିଲା ପାଇଁ ସଜାଗ ପ୍ରଶାସନ
  • ||

ପ୍ରସିଦ୍ଧ ଶୈବପୀଠ ଧବଳେଶ୍ବର ପଞ୍ଚୁକ ; ଧବଳେଶ୍ବରଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ସମାଗମ

19/11/2018 at 1:19 PM

କଟକ ୧୯|୧୧:   କଟକ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ଆଠଗଡର ଧବଳେଶ୍ବର ପୀଠରେ ଆରମ୍ଭ ହୋଇଛି ପହିଲି ପଞ୍ଚୁକ । ରାତି ୪ଟାରେ ବିଭିନ୍ନ ନୀତିକାନ୍ତି କରାଯାଇ ପହୁଡ଼ ଖୋଲାଯିବା ପରେ ଶ୍ରଦ୍ଧାଳୁ ଧାଡିରେ ଯାଇ ଧବଳେଶ୍ବରଙ୍କୁ ଦର୍ଶନ କରିବାର ସୁଯୋଗ ପାଇଛନ୍ତି । ଆଜିଠୁ ତିନିଦିନ ଧରି ଧବଳେଶ୍ବର ମହାପ୍ରଭୁଙ୍କ ବଡ଼ସିଂହାର ବେଶ ଅନୁଷ୍ଠିତ ହେବ । ଏହି ବେଶ ଏକ ଦୁର୍ଲଭ ବେଶ ହୋଇଥିବା ଯୋଗୁଁ ଦୂରଦୂରାନ୍ତରୁ ଭକ୍ତ ଧାଇଁ ଆସନ୍ତି ଏହି ପୀଠକୁ । କାର୍ତ୍ତିକ ମାସର ଶେଷ ସୋମବାର ହୋଇଥିବା ଯୋଗୁଁ ପୀଠରେ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଛି । ଶାନ୍ତି ଶୃଙ୍ଖଳା ପାଇଁ ୧୭ ପ୍ଲାଟୁନ୍ ପୋଲିସ ଫୋର୍ସ ମୃତୟନ କରାଯାଇଛି । ଚଳିତବର୍ଷ ମହାନଦୀରେ ବିଡାନାସି ଘାଟକୁ ପ୍ରଶାସନ ତରଫରୁ ବନ୍ଦ କରିଦିଆଯାଇଥିବାରୁ ଶ୍ରଦ୍ଧାଳୁ ମଞ୍ଚେଶ୍ବର ଘାଟରେ ଝୁଲା ପୋଲରେ ଯିବା ସହିତ ଡଙ୍ଗାରେ ଯାଆସ କରୁଛନ୍ତି । ମହାନଦୀରେ  ହୁଲି ଡଙ୍ଗାକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଥିବା ବେଳେ ଲାଇଫ୍ ଜ୍ୟାକେଟକୁ ବାଧ୍ୟତାମୂଳକ କରାଯାଇଛି । ଅଗ୍ନିଶମ ଓ ଓଡ୍ରାଫ ଟିମକୁ ସଜାଗ ରଖାଯାଇଛି ।

   Related Posts