କାର୍ତ୍ତିକ ମାସର ଦ୍ବିତୀୟ ସୋମବାର : ଶୈବପୀଠ ଧବଳେଶ୍ଵରରେ ଶ୍ରଦ୍ଧାଳୁଙ୍କ ସମାଗମ

Published By : Prameya-News7 Bureau | October 21, 2019 IST

ଆଠଗଡ ୨୧|୧୦: ମହାକାର୍ତ୍ତିକ ମାସର ଦ୍ବିତୀୟ ସୋମବାର । ପ୍ରସିଦ୍ଧ ଶୈବପୀଠ ଶ୍ରୀ ଶ୍ରୀ ଧବଳେଶ୍ଵର ପୀଠରେ ଆରମ୍ଭ ହୋଇଛି କାର୍ତ୍ତିକ ବ୍ରତ। ଆଜି ସକାଳୁ ସକାଳୁ ଶ୍ରଦ୍ଧାଳୁମାନଙ୍କ ଭିଡ଼ ଲାଗିଛି ପୀଠରେ। କାର୍ତ୍ତିକ ବ୍ରତଧାରୀ ମାନେ ହବିଷ ପାଳନ କରୁଛନ୍ତି।

{"id":172667}

ଏ ବର୍ଷ ପାଞ୍ଚଟି ସୋମବାର ପଡ଼ୁଥିବାରୁ ମାସ ସାରା ପ୍ରଶାସନ ଓ ପୂଜକ ସମାଜ ପକ୍ଷରୁ ମହାପ୍ରଭୁଙ୍କୁ ସ୍ଵତନ୍ତ୍ର ବେଶ ସହିତ ପୂଜାର୍ଚ୍ଚନା କରାଯିବ । ଆଜି ରାତି ପ୍ରାୟ ଦୁଇଟା ରୁ ତିନିଟା ମଧ୍ୟରେ ପହଡ଼ ଖୋଲାଯାଇ ମଙ୍ଗଳ ଆଳତୀ ମଇଲମ ଆଦି ନୀତି ସମ୍ପନ୍ନ ପରେ ସାଧାରଣ ଦର୍ଶନ ପାଇଁ ଦ୍ଵାର ଖୋଲାଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.