ଚନ୍ଦ୍ରଭାଗାରେ ମାଘ ବୁଡ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ, ମଙ୍ଗଳବାର ବୁଡ ପକାଇବେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ

Published By : Prameya-News7 Bureau | February 11, 2019 IST

କୋଣାର୍କ ୧୧|୨: କୋଣାର୍କ ପ୍ରସିଦ୍ଧ ଚନ୍ଦ୍ରଭାଗାରେ ମାଘ ବୁଡ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି l ମଙ୍ଗଳବାର ଚନ୍ଦ୍ରଭାଗାରେ ବୁଡ ପକାଇବେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ । ସେଥିପାଇଁ ଜିଲ୍ଲା ପ୍ରଶାସନ ତରଫରୁ ଟ୍ରାଫିକ୍ ନିୟନ୍ତ୍ରଣ ସହ ସୁରକ୍ଷା ବ୍ୟବସ୍ଥାକୁ କଡାକାଡି କରାଯାଇଛି ।

{"id":84147}

ମଙ୍ଗଳବାର ପ୍ରସିଦ୍ଧ ମାଘ ବୁଡ । ସେଥିପାଇଁ ଚନ୍ଦ୍ରଭାଗାରେ ଏବେଠୁ ଲାଗିଲାଣି ଗହଳି ।  ରାଜ୍ୟ ତଥା ରାଜ୍ୟ ବାହାରୁ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିବାରେ ଲାଗିଛି । ବିଶ୍ବାସ ରହିଛି ମାଘ ସପ୍ତମୀ ତିଥିରେ ଚନ୍ଦ୍ରଭାଗାରେ ବୁଡପକାଇଲେ  ପାପ ନାଶନ ସହ ଶରୀର ଆରୋଗ୍ୟ ହୋଇଥାଏ ।

{"id":84148}

କିମ୍ବଦନ୍ତୀ ଅନୁଯାୟୀ ଶ୍ରୀକୃଷ୍ଣଙ୍କ ପୁଅ ଶାମ୍ବ ଅଭିଶାପ ପାଇ କୁଷ୍ଠ ରୋଗରେ ପୀଡିତ ଥିଲେ । ଆରୋଗ୍ୟ ପାଇଁ ଶାମ୍ବ ଚନ୍ଦ୍ରଭାଗା କୂଳରେ ସୂର୍ଯ୍ୟଙ୍କୁ ଉପାସନା କରିବା ପରେ କୁଷ୍ଠ ରୋଗରୁ ମୁକ୍ତ ହୋଇଥିଲେ । ପରେ ତୀର୍ଥ ପୁଷ୍କରିଣୀରେ ସ୍ନାନ କରିଥିଲେ । ସେହି ଦିନଠାରୁ ତୀର୍ଥ ପୁଷ୍କରିଣୀରେ ବୁଡ ପକାଇଲେ ମାନସିକ ପୁରଣ ହୋଇଥାଏ ବୋଲି ଶ୍ରଦ୍ଧାଳୁଙ୍କ ମଧ୍ୟରେ ବିଶ୍ବାସ ରହିଛି ।

{"id":84149}

ମାଘ ବୁଡ଼ ପାଇଁ ଚଦ୍ରଭାଗା ପବିତ୍ର ପୁଷ୍କରିଣୀକୁ ବାରିକେଟ୍ ଯୋଗେ ଘେରାଉ କରାଯାଇଛି । ଏହା ସହ ଶ୍ରଦ୍ଧାଳୁଙ୍କ ସୁରକ୍ଷା ପାଇଁ ୩୦ପ୍ଲାଟୁନ୍ ପୋଲିସ ଫୋର୍ସ ନିୟୋଜିତ କରାଯାଇଛି । ଟ୍ରାଫିକ ସମସ୍ୟାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ପାର୍କିଂ ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି । ଆସନ୍ତାକାଲି ପ୍ରାୟ ୪ ଲକ୍ଷକୁ ଅଧିକ ଶ୍ରଦ୍ଧାଳୁ ଚଦ୍ରଭାଗା ପବିତ୍ର ପୁଷ୍କରିଣୀରେ ବୁଡ ପକାଇବେ ବୋଲି ଅନୁମାନ କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.