ଆଜି ପବିତ୍ର ମାଘ ସପ୍ତମୀ : କୋଣାର୍କ ଚନ୍ଦ୍ରଭାଗାରେ ବୁଡ ପକାଇଲେ ହଜାର ହଜାର ଶ୍ରଦ୍ଧାଳୁ

Published By : Prameya-News7 Bureau | February 01, 2020 IST

କୋଣାର୍କ ୧।୨: ଆଜି ପବିତ୍ର ମାଘ ସପ୍ତମୀ । କୋଣାର୍କ ଚନ୍ଦ୍ରଭାଗାରେ ବୁଡ ପକାଇଲେ ହଜାର ହଜାର ଶ୍ରଦ୍ଧାଳୁ । ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମକୁ ଦେଖି ଚନ୍ଦ୍ରଭାଗା ନିକଟ ପୁଷ୍କରିଣୀରେ ସମସ୍ତ ବ୍ୟବସ୍ଥା ସହ ବ୍ୟାରିକେଡ୍ ବ୍ୟବସ୍ଥା ହୋଇଛି । ସମୁଦ୍ରରେ ସ୍ନାନ ପାଇଁ ଶ୍ରଦ୍ଧାଳୁଙ୍କୁ ବାରଣ କରାଯାଇଛି ।

{"id":218493,"sizeSlug":"large"}

ଏହାସହ କୌଣସି ଅଘଟଣ ରୋକିବାକୁ  ଚନ୍ଦ୍ରଭାଗା ସମୁଦ୍ର କୁଳରେ  ଲାଇଫ୍ ଗାର୍ଡମାନଙ୍କୁ ମଧ୍ୟ ମୁତୟନ କରାଯାଇଛି  । ପ୍ରଶାସନ ପକ୍ଷରୁ  ସମସ୍ତ ବ୍ୟବସ୍ଥା ହୋଇଛି  ।  ଭୋରରୁ ବୁଡ଼ ପକାଉଛନ୍ତି  ହଜାର ହଜାର ଶ୍ରଦ୍ଧାଳୁ ।  ଭିଡ଼କୁ ନଜରରେ ରଖି ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡ଼ାକଡ଼ି କରାଯାଇଛି । 

{"id":218494,"sizeSlug":"large"}

ପୁରୀ -କୋଣାର୍କ ଏବଂ ପିପିଲି-କୋଣାର୍କ ରାସ୍ତାରେ ଟ୍ରାଫିକ୍ ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ବିଶ୍ବାସ ରହିଛି ମାଘ ସପ୍ତମୀରେ ଚନ୍ଦ୍ରଭାଗାରେ ବୁଡ଼ ପକାଇଲେ ପାପ ନାଶ ସହ ମନୋସ୍କାମନା ପୂରଣ ହୋଇଥାଏ । ଏହା ସହ ଶରୀର ମଧ୍ୟ ଆରୋଗ୍ୟ ରହିଥାଏ । ୧୨୫ ବର୍ଷ ପରେ ଏଥର ବାରୁଣୀ ସ୍ନାନ ପଡ଼ୁଥିବାରୁ ଚନ୍ଦ୍ରଭାଗାରେ ପ୍ରବଳ ଜନସମାଗମ ଦେଖିବାକୁ ମିଳୁଛି    ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.