Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅଗସ୍ତି ନୂଆଗାଁ ଓ ଚମାଖଣ୍ଡି ପଞ୍ଚାୟତର ସରପଞ୍ଚ ଏବଂ ସମିତି ସଭ୍ୟ ପ୍ରାର୍ଥୀ ନିର୍ଦ୍ବନ୍ଦରେ ନିର୍ବାଚିତ
  • ||
  • ରାଜ୍ୟରେ ବୁଧବାର ସୁସ୍ଥହେଲେ ଆଉ ୧୦ହଜାର ୭୮ଜଣ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୨୮୭୩ ଜଣ ଡିସଚାର୍ଜ
  • ||
  • ପାଟ୍ରୋଲିଂ ଗାଡିକୁ ଚକ୍‌ମା ଦେଇ ଖସିଯିବା ବେଳେ ଗୋଡାଇ ଗୋଡାଇ କାବୁ କଲା ପୋଲିସ: ଅଟୋରୁ ବିପୁଳ ଗଞ୍ଜେଇ ଜବତ, ୫ ଗିରଫ
  • ||
  • ମାତ୍ର ୬୦ ସେକେଣ୍ଡରେ ଜଣାପଡିବ ଶରୀରର ରକ୍ତ ସର୍କରା, ଛୁଞ୍ଚିର ଭୟ ରହିବନି… ଆସିଗଲା ନୂଆ ମେସିନ୍
  • ||
  • ଖଲ୍ଲିକୋଟ : ପଞ୍ଚାୟତ ନିର୍ବାଚନ ପାଇଁ ଗଞ୍ଜାମ ଜିଲ୍ଲାର ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ, ମୈଦାନରେ ୧୩ ହଜାର ୬୭୫ ପ୍ରାର୍ଥୀ
  • ||
  • ସମ୍ବଲପୁର : ଭୀମସାର ଡାକ୍ତରୀ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ, ଗୋଡ ଭାଙ୍ଗିବା ସହ ଶରୀରରେ ଲାଗିଛି ଆଘାତ
  • ||
  • ଭୁବନେଶ୍ବର : ଜାଲ୍‌ ପ୍ରମାଣପତ୍ର ଦେଇ ୩କୋଟି ୬୮ଲକ୍ଷ ଟଙ୍କା ଠକେଇ ଅଭିଯୋଗ, ପିଏନବି ପୂର୍ବତନ ମୁଖ୍ୟ ପରିଚାଳକ ସମେତ ୩ ଗିରଫ
  • ||
  • ଭୁବନେଶ୍ବର : କୋଭିଡ୍‌ର କେବେ ବି ଅନ୍ତ ହେବନାହିଁ : ସ୍ଵାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଭୁବନେଶ୍ବର : ରାଜ୍ୟରେ କରୋନା ସଂକ୍ରମଣ କମିବା ନେଇ ମିଳିଲାଣି ସଂକେତ : SRC
  • ||
  • ପୁରୀ : ମହିଳାଙ୍କ ଅଶ୍ଳୀଳ ଫଟୋ ଓ ଭିଡିଓ ଭାଇରାଲ୍ ପଡିଲା ମହଙ୍ଗା, ଅଭିଯୁକ୍ତ ଗିରଫ
  • ||

ଜୀବନରେ ସୁଖ ଶାନ୍ତି ଓ ସନ୍ତାନ ପ୍ରାପ୍ତି ପାଇଁ ଏକାମ୍ର କ୍ଷେତ୍ରରେ ଅନନ୍ତ ବ୍ରତ କଲେ ଶ୍ରଦ୍ଧାଳୁ

12/09/2019 at 6:12 PM

ଭୁବନେଶ୍ବର ୧୨।୯- ଅନନ୍ତ ବ୍ରତ କୁ ନେଇ  ଚଳ ଚଞ୍ଚଳ ଏକାମ୍ର କ୍ଷେତ୍ର। ।ଏକାମ୍ର କ୍ଷେତ୍ରରେ  ପ୍ରଭୁ  ଅନନ୍ତବାସୁଦେବ ମନ୍ଦିରରେ  ପହାନ୍ତାରୁ    ଲାଗିଥିଲା  ଶ୍ରଦ୍ଧାଳୁ  ଓ ମହିଳା ବ୍ରତଧାରୀଙ୍କ ଭିଡ।  ପ୍ରଭୁ  ଅନନ୍ତ ଅନନ୍ତ  ବାସୁଦେବଙ୍କ ଦର୍ଶନ କରିବାକୁ    ଲମ୍ବା ଧାଡିରେ   ଅପେକ୍ଷା କରିଥିଲେ  ବ୍ରତଧାରୀ। ବିଧି ବିଧାନ  ଓ ନିଷ୍ଠାର  ପୁର୍ବକ  ପୁଜାର୍ଚନା କରିଥିଲେ ରାଜଧାନୀର  ବହୁ ମହିଳା।

  ଭୁବନେଶ୍ବର ଅନନ୍ତ  ବାସୁଦେବ ମନ୍ଦିରରେ   ବ୍ରତଧାରୀଙ୍କ ଭିଡ। ଭାଦ୍ରବ ମାସ  ଶୁକ୍ଳ ଚତୁଦର୍ଶୀ  ତିଥି​ରେ  ଏହି  ବ୍ରତ କୁ ପାଳନ କରାଯାଏ।  ବ୍ରାହ୍ମ ମୁହୁର୍ତ୍ତରେ ଶଯ୍ୟା ତ୍ୟାଗ କରି ପ୍ରଭୁ ବିଷ୍ଣୁଙ୍କୁ   ସ୍ମରଣ  ପୁର୍ବକ   ସ୍ନାନ ଶୌଚ ବିଧି  ଶେଷ  କରି  ପୁଜା କରିଥିଲେ ବ୍ରତଧାରୀ । ସୁର୍ଯ୍ୟ ଦେବଙ୍କୁ  ଅର୍ଘ୍ୟ  ପ୍ରଦାନ କରି  ତୁଳସୀ ଚଉରାମୂଳେ ବୃନ୍ଦାବତୀଙ୍କୁ ପୁ ଜା କରାଯାଇଥିଲା। । ଭୁବନେଶ୍ବର ଅନନ୍ତ ବାସୁ​‌​‌ଦେବ  ମନ୍ଦିରରେ ବ୍ରତଧାରୀଙ୍କ ଭିଡଦେଖିବାକୁ ମିଳିଥିଲା। ପ୍ରଭୁ  ବିଷ୍ଣୁଙ୍କୁ  ଗୁଆ ହଳଦୀ ପାଣି    ଧୋଇ  ମୁରୁଜ  ଚିତା ପକାଇ  ଚିତା   ବସାଇ ଶୁଭ ମନାସିଥିଲେ  ବ୍ରତଧାରୀ।

ବିନ୍ଦୁ ସାଗର କୁଳରେ ବସିଥିବା   ସ୍ବତନ୍ତ୍ର ପୁଜା ​‌ ଦୋକାନ ଗୁଡିକରେ   ଅନନ୍ତ ବ୍ରତ ସାମଗ୍ରୀର ସମ୍ଭାର ଦେଖିବାକୁ  ମିଳିଥିଲା​‌  ପୁଜା ସମାଗ୍ରୀ ସହ  ବିଭିନ୍ନ ଜଙ୍ଗଲୀ ଫୁଲ ଫଳର   ସମ୍ଭାର ଦେଖିବାକୁ ମିଳିଥଲା।  ଅନନ୍ତ ବ୍ରତରେ୧୪  ପ୍ରକାର  ଫୂଲ ଫଳରେ   ପୁଜା କରିବାର  ପରମ୍ପରା ରହିଛି।

 ଚାର, ସତ୍ୟ  ଆମ୍ବ,  କେନ୍ଦୁ ,  ପିସ୍ତା,  କାଇଁଚି କୋଳି କନିଅର ଭଳି ୧୪  ପ୍ରକାର ଫୁଲ ଫଳ   ଦୋକାନରେ  ବ୍ରତଧାରୀଙ୍କ ଭିଡ ଲାଗିଥିଲା। ବିନ୍ଦୁ  ସାଗାରର ଦଶାହ ତୁଠ ଠାରୁ    ଅନନ୍ତ ବାସୁଦେବ ମନ୍ଦିର  ପର୍ଯ୍ୟନ୍ତ  ଭକ୍ତ ଲମ୍ବାଲାଇନରେ ଯାଇ   ପ୍ରଭୁ ବିଷ୍ଣଙ୍କ ଦର୍ଶନ କରିବା ସହ ପୁଜାର୍ଚ୍ଚନା କରିଥିଲେ ।ଏନେଇ   ବିନ୍ଦୂ ସାଗର କୂଳ ସହ  ଅନନ୍ତ ବାସଦେବ ମନ୍ଦିରରେ ଭକ୍ତିମୟ   ପରିବେଶ  ସୃଷ୍ଟି ହୋଇଥିଲା।

ଏହି ପୁଜା ଯଥା ବିଧି ପାଳନ  କ​‌ଲେ   ସନ୍ତାନ ପ୍ରାପ୍ତି ସହ  ଜୀବନ​‌ରେ ସୁଖ- ଶାନ୍ତି  ମିଳିବା  ନେଇ   ବିଶ୍ବାସ ରହିଛି।

   Related Posts