ସେବାୟତ ବେଶରେ ଭକ୍ତ, ଗୁଣ୍ଡିଚା ମନ୍ଦିରରେ କଲେ ପ୍ରବେଶ

Published By : Prameya-News7 Bureau | June 26, 2020 IST

ପୁରୀ ୨୬।୬: ସେବାୟତ ବେଶରେ ଆସିଲେ ଭକ୍ତ । ଶ୍ରୀଗୁଣ୍ଡିଚା ମନ୍ଦିରରେ ମଙ୍ଗଳା ଆଳତୀ ସମୟରେ ପ୍ରବେଶ କରି ଦର୍ଶନ କରିଲେ ଦୁଇ ଜଣ ଭକ୍ତ । ସେବାୟତଙ୍କ ବିରୋଧ ପରେ ସେମାନଙ୍କୁ ଅଟକ ରଖାଯାଇଛି । ଏହି ଦୁଇ ଭକ୍ତଙ୍କୁ ଶ୍ରୀମନ୍ଦିର ସୁରକ୍ଷା ଅଧିକାରୀ କୁମ୍ଭାରପଡ଼ା ପୋଲିସ ଜିମା ଦେଇଛନ୍ତି ।

ଦୁଇ ଅଣସେବାୟତ ହେଉଛନ୍ତି ପୁରୀ କୁମ୍ଭାରପଡାର ଅଜୟ କୁମାର ମହାନ୍ତିଙ୍କ ପୁଅ ଅଭିଜିତ ଓ ଅନ୍ୟ ଜଣେ ମାର୍କଣ୍ଡେଶ୍ବର ସାହିର ଦୁର୍ଗାପ୍ରସାଦ ମହାନ୍ତିଙ୍କ ପୁଅ ସ୍ମୃତି ରଞ୍ଜନ ବୋଲି ଜଣାପଡିଛି ।

କୁମ୍ଭାରପଡା ପୋଲିସ ଘଟଣାର ତଦନ୍ତ ଜାରି ରଖିଛି। ଏହି ଦୁଇ ଭକ୍ତଙ୍କୁ ସିଂହଦ୍ବାରରେ ରୋକାଯାଇଥିବା ସମୟରେ ସେହିମାନଙ୍କର କୋଭିଡ୍ ଟେଷ୍ଟ କରାଯାଇଥିବା ଦେଖିବାକୁ ମିଳିଥିଲା । ସେମାନଙ୍କ କୋଭିଡ୍ ଟେଷ୍ଟ ରିପୋର୍ଟ ଦେଖାଇଥିଲେ । ଏଠାରେ ପ୍ରଶ୍ନ ଉଠୁଛି କିଭଳି ସେମାନଙ୍କର କୋଭିଡ୍ ଟେଷ୍ଟ କରାଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.