Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୋଲିସର ଅପରେସନ୍ ହାଇଦର : ଚଢାଉ ଜୋରଦାର, ବିଭିନ୍ନ ସ୍ଥାନରେ ଲାଗିଲା ପୋଷ୍ଟର
  • ||
  • ମଙ୍ଗଳବାରଠୁ ଲଗାତାର ୬ ଦିନ ବନ୍ଦ ରହିବ ବ୍ୟାଙ୍କ: ସୋମବାର ସାରି ଦିଅନ୍ତୁ ବ୍ୟାଙ୍କ କାମ
  • ||
  • SCBରୁ ଗ୍ୟାଙ୍ଗଷ୍ଟାର ହାଇଦର୍‌ ଫେରାର ଘଟଣା, ୬ ପୋଲିସ କର୍ମଚାରୀ ସସ୍‌ପେଣ୍ଡ
  • ||
  • ଭଦ୍ରକ : ବସକୁ ପିଟିଲା ଟ୍ରକ୍, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ଚଣ୍ଡିଖୋଲ : ଧକ୍କା ଦେଲା ଟ୍ରକ୍, ଜୀବନ ହାରିଲେ ସ୍ୱାମୀ-ସ୍ତ୍ରୀ, ଝିଅ ଗୁରୁତର
  • ||
  • ମାନିଲେନି କଟକଣା : ଭୁବନେଶ୍ୱର ୪ ନମ୍ୱର ମାର୍କେଟରେ ପୋଲିସର ଚଢାଉ, ଫାଇନ ଦେଲେ ଦୋକାନୀ
  • ||
  • ବଡ଼ବିଲ : ଅଗ୍ନିକାଣ୍ଡରେ ଜଳିଗଲା ୪ଟି ଦୋକାନ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ
  • ||
  • ତାତିରୁ ମିଳିଛି ତ୍ରାହି, ୧୪ ଯାଏଁ କାଳବୈଶାଖି ବର୍ଷା ସମ୍ଭାବନା
  • ||
  • ଓଡିଶାରେ ସାଙ୍ଘାତିକ ସ୍ଥିତିରେ କରୋନା, ୨୪ ଘଣ୍ଟାରେ ୧୩୭୯ ପଜିଟିଭ୍ ଚିହ୍ନଟ
  • ||
  • ତାତିରୁ ମିଳିଛି ତ୍ରାହି, ୧୪ ଯାଏଁ କାଳବୈଶାଖି ବର୍ଷା ସମ୍ଭାବନା
  • ||

ଇତିହାସରେ ପ୍ରଥମ ଘଟଣା : ଆଜି ଖୋଲିନି ଶ୍ରୀମନ୍ଦିର ଭିତର ଦ୍ବାର, ବାରିକେଡ୍ ଭାଙ୍ଗି ଧସେଇ ପଶିବାକୁ ଭକ୍ତଙ୍କ ଉଦ୍ୟମ

28/12/2018 at 1:42 PM

ପୁରୀ ୨୮|୧୨:  ସକାଳୁ ଏଯାଏଁ ଖୋଲିନି ଶ୍ରୀମନ୍ଦିର । ଶ୍ରୀମନ୍ଦିର ଭିତର ଦ୍ବାର ଖୋଲିନାହିଁ । ମହାପ୍ରଭୁଙ୍କ ସମସ୍ତ ନୀତିକାନ୍ତି ଠପ୍ ହୋଇଛି । ଶ୍ରୀଜୀଉଙ୍କୁ ଦର୍ଶନ ନକରିପାରି ଭକ୍ତମାନଙ୍କ ମଧ୍ୟରେ ଆକ୍ରୋଶ ଦେଖାଦେଇଛି । ନୂଆବର୍ଷ ପାଇଁ ପୁରୀରେ ହଜାର ହଜାର ଭକ୍ତଙ୍କ ଭିଡ ଲାଗିଛି । ଭକ୍ତ କିନ୍ତୁ ମହାପ୍ରଭୁଙ୍କୁ ଦର୍ଶନ କରିପାରୁନାହାନ୍ତି । ସିଂହଦ୍ବାର ସମ୍ମୁଖରେ ଉତ୍ତେଜନା । ବାରିକେଡ୍ ଭାଙ୍ଗି ଶ୍ରୀମନ୍ଦିର ଭିତରକୁ ଧସେଇ ପଶିବାକୁ ଭକ୍ତମାନେ ଉଦ୍ୟମ କରିଛିନ୍ତି । ପୋଲିସ-ସେବାୟତଙ୍କ ମଧ୍ୟରେ ଗଣ୍ଡଗୋଳ ଉଗ୍ର ରୂପ ନେଇଛି । ସେବାୟତଙ୍କୁ ସୁରକ୍ଷା କର୍ମୀଙ୍କ ମାଡ ପ୍ରତିବାଦରେ ନୀତିକାନ୍ତି ବନ୍ଦ ରହିଛି । ସମସ୍ୟାର ସମାଧାନ ନେଇ ଜିଲ୍ଲାପାଳଙ୍କ ସହ ଆଲୋଚନା ବିଫଳ ହୋଇଛି । ହାତ ଟେକିଦେଇଛନ୍ତି ଜିଲ୍ଲା ପ୍ରଶାସନ । ଏସପି ମଧ୍ୟ ଆଲୋଚନା କରି ବିଫଳ ହୋଇଛନ୍ତି ।

ଗତକାଲି ସନ୍ଧ୍ୟାରେ ବଙ୍ଗାଳି ଭକ୍ତଙ୍କୁ ଶ୍ରୀମନ୍ଦିର ଭିତରକୁ ନେବାବେଳେ ସେମାନଙ୍କୁ ବିଦେଶୀ ଭକ୍ତ ସନ୍ଦେହ କରି ସୁରକ୍ଷା କର୍ମୀମାନେ ସିଂହ ଦ୍ବାର ନିକଟରେ ଅଟକାଇଥିଲେ । ସେମାନଙ୍କୁ ମନ୍ଦିର ଭିତରକୁ ନେଇ ଯାଉଥିବା ଭବାନୀ ମହାପାତ୍ର ଓ ୨ସୁରକ୍ଷା କର୍ମୀଙ୍କ ମଧ୍ୟରେ ଯୁକ୍ତି ତର୍କ ପରେ ହାତାହାତି ହୋଇଥିଲେ । ୨ ସୁରକ୍ଷା କର୍ମୀ ଜଣେ ସେବାୟତଙ୍କୁ ପିଟିଥିବା ଅଭିଯୋଗ ହୋଇଛି । ସୁରକ୍ଷାକର୍ମୀଙ୍କ ମାଡରେ ଭବାନୀ ମହାପାତ୍ର ଆହତ ହୋଇଛନ୍ତି । ଭବାନୀ ମହାପାତ୍ର ଓ ପୋଲିସ  କନେଷ୍ଟବଲ୍  ବିଶ୍ବଜିତ ପରିଜା ଉଭୟ ସିଂହଦ୍ବାର ଥାନାରେ ଏତଲା ଦେଇଛନ୍ତି । ଉଭୟ ପକ୍ଷ ପରସ୍ପର ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଅଡି ବସିଛନ୍ତି ।

   Related Posts