Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ରାମ ମନ୍ଦିର ଭୂମିପୂଜନ ପରେ ମନ୍ଦିର ନିର୍ମାଣ ପାଇଁ ଭକ୍ତ ଦାନ କଲେଣି ୬୦ କୋଟି ଟଙ୍କା ସହ ସୁନା ଓ ରୂପା

24/08/2020 at 4:09 PM

ଅଯୋଧ୍ୟା ୨୪/୦୮ : ଅଯୋଧ୍ୟା ରାମ ମନ୍ଦିର ଭୂମିପୂଜନ ପରେ ପ୍ରଭୁ ଶ୍ରୀରାମଙ୍କ ଭକ୍ତ ମନ ଖୋଲି ଦାନ କରୁଛନ୍ତି | ଭବ୍ୟ ମନ୍ଦିର ନିର୍ମାଣ ପାଇଁ ଏବେ ସୁଦ୍ଧା ୬୦ କୋଟିରୁ ଅଧିକ ଟଙ୍କା ଦାନ ହୋଇସାରିଛି | ରାମ ମନ୍ଦିର ଟ୍ରଷ୍ଟ ହେବାପରେ ଏବେ ପର୍ଯ୍ୟନ୍ତ ୫୦ କୋଟିରୁ ଅଧିକ ଟଙ୍କା ଦାନ ସ୍ୱରୂପ ଖାତାରେ ଜମା ହୋଇସାରିଛି | ଭୂମିପୂଜନ ପୂର୍ବରୁ ମଧ୍ୟ ଭକ୍ତଙ୍କ ଦ୍ୱାରା ମନ୍ଦିର ଟ୍ରଷ୍ଟର ଅଧ୍ୟକ୍ଷ ଏବଂ ମହାସଚିବଙ୍କ ପାଖକୁ ସହଯୋଗ ରାଶି ମିଳିବା ଆରମ୍ଭ ହୋଇଥିଲା | ଏବେ ସୁଦ୍ଧା ମନ୍ଦିର ଟ୍ରଷ୍ଟକୁ ପାଖାପାଖି ୫୦ କୋଟି ଟଙ୍କା ଓ ଅନେକ ଟନ ସୁନା, ରୁପା ଦାନରେ ମିଳିସାରିଛି |

ଟ୍ରଷ୍ଟର ମହାସଚିବ ଚମ୍ପତ ରାୟ କହିଛନ୍ତି ଯେ, ମନ୍ଦିର ନିର୍ମାଣ ପାଇଁ ଗତ ୨ ମାସ ହେଲା ଟ୍ରଷ୍ଟ ଅଧ୍ୟକ୍ଷ ମହନ୍ତ ନୃତ୍ୟ ଗୋପାଳ ଦାସଙ୍କ ପାଖକୁ ଆସୁଥିବା ରମଭକ୍ତ କିଛି ନା କିଛି ଦାନ କରୁଛନ୍ତି | ଅଧିକାଂଶ ଲୋକ ରୁପା ଦାନ କରୁଛନ୍ତି | ଦିବଂଗତ ବଜରଙ୍ଗ ଦାସ ମନ୍ଦିର ନିର୍ମାଣ ପାଇଁ ୪୦ କିଲୋ ରୁପା ଇଟା ଦାନ କରିଥିଲେ |

ନିକଟରେ ଟ୍ରଷ୍ଟର ମହାସଚିବ ଚମ୍ପତ ରାୟ ଏକ ଭିଡିଓ ମେସେଜ ଜାରି କରି କହିଥିଲେ ଯେ ପ୍ରଭୁ ଶ୍ରୀରାମଙ୍କ ପବିତ୍ର ଜନ୍ମଭୂମିରେ ଭବ୍ୟ ଓ ଦିବ୍ୟ ମନ୍ଦିର ନିର୍ମାଣ କାର୍ଯ୍ୟ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭୂମିପୂଜନ ପରେ ଆରମ୍ଭ ହୋଇଛି | ଭୂମିପୂଜନ ପରେ ଅନେକ ଆଲୋକ ମନ୍ଦିର ଟ୍ରଷ୍ଟକୁ ଧନରାଶି ଦାନ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି | ଚମ୍ପତ ରାୟ କହିଛନ୍ତି ଭକ୍ତ ନିଜ ଦାନ ସିଧାସଳଖ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆର ରାମ ଜନ୍ମ ଭୂମି ତୀର୍ଥ କ୍ଷେତ୍ର ଆକାଉଣ୍ଟକୁ ଟ୍ରାନ୍ସଫର କରିପାରିବେ | ଟ୍ରାନ୍ସଫରର ସମସ୍ତ ଡିଟେଲ ରାମ ଜନ୍ମ ଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ଅଧିକୃତ ଟ୍ୱିଟର ହ୍ୟାଣ୍ଡଲରେ ଉପଲବ୍ଧ |

   Related Posts