ଶ୍ରୀମନ୍ଦିର ସମ୍ମୁଖରେ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ପ୍ରଥମ ଥର ପାଇଁ କଲେ ସମୂହ ଭଜନ କୀର୍ତ୍ତନ
2/10/2019 at 5:28 PM

ପୁରୀ – ପୂର୍ବରୁ ସଙ୍କୀର୍ଣ୍ଣ ହୋଇ ପଡିଥିବା ସିଂହଦ୍ୱାର ସମ୍ମୁଖ ସ୍ଥାନ ଉଚ୍ଛେଦ ପରେ ବେଶ୍ ପ୍ରଶସ୍ତ ହୋଇଯାଇଛି । ଏଠାରେ ଅନ୍ୟ ରାଜ୍ୟରୁ ଆସିଥିବା ତୀର୍ଥ ଯାତ୍ରୀମାନେ ସନ୍ଧ୍ୟା ସମୟରେ ବସି ଭଜନ କୀର୍ତ୍ତନ କରିଛନ୍ତି । ହଜାର ହଜାର ସଂଖ୍ୟାରେ ମହିଳା ଓ ପୁରୁଷ ଶ୍ରଦ୍ଧାଳୁ ଏଠାରେ ବିଭିନ୍ନ ପାରମ୍ପରିକ ବାଦ୍ୟଯନ୍ତ୍ର ଧରି ଭଜନ କୀର୍ତ୍ତନ କରିବା ସହ ଭକ୍ତି ଓ ଶ୍ରଦ୍ଧାର ସହ ନୃତ୍ୟ ବି କରିଥିଲା । ପ୍ରଥମ ଥର ପାଇଁ ଏତେ ସଂଖ୍ୟାରେ ଶ୍ରଦ୍ଧାଳୁ ଭଜନ କୀର୍ତ୍ତନ କରୁଥିବା ଦେଖିବାକୁ ମିଳୁଥିଲା । କେବଳ ସେତିକି ନୁହଁ ସେହି ସ୍ଥାନର ନୀଳଚକ୍ର, ପତିତପାବନ ବାନା, ମୁଖ୍ୟ ମନ୍ଦିର ଓ ସିଂହଦ୍ୱାରକୁ ଏକାଠି ଦର୍ଶନ କରି ହେଉଥିଲା ।

ପୂର୍ବରୁ ଏହି ସ୍ଥାନରେ ବିଭିନ୍ନ ଅଳଙ୍କାର ଦୋକାନ, ଖଜା ଦୋକାନ ରହିଥିଲା । ଉଚ୍ଛେଦ ପରେ ଏଠାରେ ବେଶ୍ ଖୋଲାସ୍ଥାନ ମିଳିବାରୁ ଶ୍ରଦ୍ଧାଳୁମାନଙ୍କ ଯାତାୟତ ଓ ଶ୍ରୀମନ୍ଦିରରେ ଦର୍ଶନ ଶୃଙ୍ଖଳିତ ହୋଇ ପାରୁଥିବା ଶ୍ରଦ୍ଧାଳୁମାନେ ପ୍ରକାଶ କରିଛନ୍ତି ।