Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମର୍ମନ୍ତୁଦ ଦୁର୍ଘଟଣା: ଡୋଡା ଘାଟିରେ ଖସିପଡିଲା ମାଟାଡୋର, ୮ ମୃତ ଓ ଅନେକ ଆହତ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୬ ହଜାରରୁ ଅଧିକ କରୋନା ପଜିଟିଭ୍, ୭୩୩ ମୃତ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୧୨ କୋଭିଡ୍ ପଜିଟିଭ୍
  • ||
  • କରଞ୍ଜିଆରେ ମାତିଛନ୍ତି ଝାଡଖଣ୍ଡୀ ହାତୀ, ନଷ୍ଟ କରୁଛନ୍ତି ଏକର ଏକର ଫସଲ
  • ||
  • ସିରିଜ୍‌ ଦୁର୍ଘଟଣା, ପଛକୁ ପଛ ଧକ୍କା ହେଲେ ୮ ଗାଡ଼ି ; ୩ ମୃତ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସୋନପୁର ବନ୍ଦ ପାଳନ
  • ||
  • ଓଡିଶା ଆସୁଛନ୍ତି କେନ୍ଦ୍ର କୋଇଲା ମନ୍ତ୍ରୀ, ଗସ୍ତ କରିବେ ପାରାଦୀପ ଓ ତାଲଚେର
  • ||

ଆଜି ଶ୍ରାବଣ ତୃତୀୟ ସୋମବାର : ଭୋଳାବାବାଙ୍କ ମସ୍ତକରେ ଜଳାଭିଷେକ ଲାଗି ଲମ୍ବାଲାଇନ୍ ରେ ଶ୍ରଦ୍ଧାଳୁ

5/08/2019 at 8:38 AM

ଭୁବନେଶ୍ବର ୫/୮: ଆଜି ଶ୍ରାବଣ ମାସର ତୃତୀୟ ସୋମବାର । ବଡି ଭୋରରୁ ବିଭିନ୍ନ ଶୈବପୀଠରେ ଶ୍ରଦ୍ଧାଳୁଙ୍କ ଭିଡ । ବୋଲ ବମ ହରହର ବମ ଧ୍ବନୀରେ ପ୍ରକମ୍ପିତ ହେଉଛି ପରିବେଶ । ଦେବ ଦେବ ମହାଦେବଙ୍କୁ ଜଳଲାଗି କରୁଛନ୍ତି ହଜାର ହଜାର ଶ୍ରଦ୍ଧାଳୁ । ଚଳଚଞ୍ଚଳ ହୋଇପଡିଛି ରାଜ୍ୟର ସମସ୍ତ ଶୈବପୀଠ । ମହାପ୍ରଭୁ ଲିଙ୍ଗରାଜ, ପୁରୀ ଲୋକନାଥ ଓ କୋରାପୁଟ ଜିଲ୍ଲାର ଗୁପ୍ତେଶ୍ବର ଆଦି ଶୈବ କ୍ଷେତ୍ର ଗୁଡିକରେ ନାହିଁ ନଥିବା ଭିଡ ଦେଖିବାକୁ ମିଲିଛି । ଶ୍ରାବଣ ସୋମବାରରେ ମହାଦେବଙ୍କୁ ଜଳଲାଗି କଲେ ମନସ୍କାମନା ପୂର୍ଣ୍ଣ ହୁଏ ବୋଲି ଶ୍ରଦ୍ଧାଳୁଙ୍କ ବିଶ୍ବାସ । କାଉଡ଼ିଆଙ୍କ ଲାଗି ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ରାସ୍ତା କଡ଼ରେ ସେବା ଯୋଗାଇ ଦିଆଯାଉଛି ।…

ଏବେ ବୋଲ୍ ବମ୍ ରେ ଅଧିକରୁ ଅଧିକ ମହିଳା ବାହୁଙ୍ଗି ଧରି ଶୈବ ପୀଠ ଯାଉଥିବାର ଦେଖିବାକୁ ମିଳୁଛି । ମହିଳା କାଉଡିଆଙ୍କ ସଂଖ୍ୟା କ୍ରମଶଃ ବଢିବାରେ ଲାଗିଛି।

ରଙ୍ଗ ବଦଳୁଛି ଶ୍ରାବଣ ଯାତ୍ରା। ପୂର୍ବରୁ କେବଳ ପୁରୁଷ ମାନେ ହିଁ ଶହ ଶହ କିଲୋମିଟର ଦୀର୍ଘ ପଥ ଚାଲି ଚାଲି ପାଣି ନେଇ ଶୈବ ପୀଠକୁ ଯାଉଥିଲେ। ଏବେ କିନ୍ତୁ କଟକ ଗଡଗଡିଆ ଘାଟକୁ ଗଲେ ଏ ଟ୍ରେଣ୍ଡରେ ପରିର୍ତ୍ତନ ହେବା ସ୍ପଷ୍ଟ ବାରିହେଇ ପଡୁଛି। ପୁରୁଷଙ୍କ ତୁଳନାରେ ଯଥେଷ୍ଟ ସଂଖ୍ୟାରେ ମହିଳା କାଉଡିଆ ବି ମହାନଦୀର ଏହି ପବିତ୍ର ଘାଟରୁ ଜଳ ନେଇ ବିଭିନ୍ନ ଶୈବ ପୀଠ ଅଭିମୁଖେ ବାହାରିଛନ୍ତି। ଶିବ ଭକ୍ତି ହିଁ ଏହି ନାରୀ ମାନଙ୍କୁ ଘରୁ ଗୋଡ କାଢି ଖରା ବର୍ଷାରେ ଶହ ଶହ କିଲୋମିଟର ଚାଲି ଚାଲି ଯିବା ପାଇଁ ପ୍ରେରଣା ଦେଇଛି ବୋଲି କହନ୍ତି ଏହି ମହିଳା କାଉଡିଆମାନେ।ୟ

ଚଳିତ ବର୍ଷ ଗଡଗଡିଆ ଘାଟରେ ଏକାଠି ହୋଇଥିବା କାଉଡିଆଙ୍କ ମଧ୍ୟରୁ ପ୍ରାୟ ୩୦ ପ୍ରତିଶତ ମହିଳା କାଉଡିଆ ରହିଛନ୍ତି। ବିଭିନ୍ନ ମାନସିକ ପୂରଣ ପାଇଁ ଓ କିଛିଜଣଙ୍କ  ମାନସିକ ପୂରଣ ହୋଇଥିବାରୁ ମହିଳା ମାନେ ଗଡଗଡିଆ ଘାଟରୁ ପାଣି ଉଠାଇ ବିଭିନ୍ନ ଶୈବ ପୀଠ ଅଭିମୁଖେ ଯାଉଥିବା କହିଛନ୍ତି।

ମହିଳା କାଉଡିଆଙ୍କ ସଂଖ୍ୟା ବଢିବାକୁ ଓ ରାତିରେ ଏମାନେ ଦୀର୍ଘ ପଥ ଚାଲି ଚାଲି ଯାଉଥିବାରୁ ମହିଳା ପୋଲିସ୍ ଙ୍କୁ ନେଇ ସୁରକ୍ଷା ବ୍ୟବସ୍ଥା ବି କଡା କଡି କରିବାକୁ ଦାବି ହୋଇଛି ।

   Related Posts