Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁରୀ : ପ୍ରତିକ୍ଷାର ଅନ୍ତ, ଆଜିଠୁ ବିନା କୋଭିଡ଼ ରିପୋର୍ଟରେ କାଳିଆ ଦର୍ଶନ
  • ||
  • ଆମେରିକାର ପ୍ରଥମ ମହିଳା ଉପରାଷ୍ଟ୍ରପତି ହେଲେ କମଳା ହ୍ୟାରିସ୍
  • ||
  • ଆମେରିକାର ୪୬ ତମ ରାଷ୍ଟ୍ରପତି ଭାବେ ଶପଥ ନେଲେ ଜୋ ବାଇଡେନ୍‌
  • ||
  • ଆମେରିକାର ଉପ ରାଷ୍ଟ୍ରପତି ଭାବେ ଶପଥ ନେଲେ କମଳା ହ୍ୟାରିସ୍‌
  • ||
  • ଚାଷୀଙ୍କ ସହ ୧୦ମ ରାଉଣ୍ଡ ଆଲୋଚନା ଶେଷ, ସରକାର କହିଲେ ପ୍ରତ୍ୟାହାର ହେବନି କୃଷି ଆଇନ
  • ||
  • ପୋଖରୀରୁ ମିଳିଲା ମୁଣ୍ଡ ବିହୀନ ମୃତଦେହ, ପୋଲିସ ଆରମ୍ଭ କଲା ଖୋଳତାଡ଼
  • ||
  • ଢ଼େଙ୍କାନାଳ: ବନ ବିଭାଗର ଅତର୍କିତ ଚଢ଼ାଉ, ବିଭିନ୍ନ ବନ୍ୟଜନ୍ତୁଙ୍କ ଜାଲ ଜବତ, ୪ ଶିକାରୀ ଗିରଫ
  • ||
  • ବଲାଙ୍ଗୀର : ଟାଇଲ କାମ ବେଳେ ଅଘଟଣ, ଚାପି ହୋଇ ଜଣେ ଶ୍ରମିକ ମୃତ, ୨ ଗୁରୁତର
  • ||
  • ଢେଙ୍କାନାଳ : ଟ୍ରକ୍ ପଛରେ ଧକ୍କା ହେଲା ବାଇକ୍, ବାପା ମୃତ, ଝିଅ ଗୁରୁତର
  • ||
  • ଅନୁଗୋଳ : ଗଛ ତଳୁ ନବଜାତ ଶିଶୁ ପୁତ୍ର ଉଦ୍ଧାର
  • ||

ସମଲେଶ୍ବରୀଙ୍କ ଧବଳମୁଖୀ ବେଶ : ଡିଜିଟାଲ ପ୍ଲାଟଫର୍ମରେ ଦର୍ଶନ କରୁଛନ୍ତି ଭକ୍ତ

19/09/2020 at 11:29 AM

ସମ୍ବଲପୁର ୧୯/୯: ପଶ୍ଚିମ ଓଡ଼ିଶାର ଇଷ୍ଟଦେବୀ ମାଆ ସମଲେଶ୍ବରୀ ଆଜି ମଧ୍ୟ ଭକ୍ତଙ୍କୁ ଧବଳମୁଖୀ ବେଶରେ ଦର୍ଶନ ଦେଉଛନ୍ତି। ଆଜି ଦିନ ୧୨ଟା ପର୍ଯ୍ୟନ୍ତ ଏହି ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ। ଏହାପରେ ପୁଣି ସିନ୍ଦୁର ବର୍ଣ୍ଣକୁ ଫେରିବେ। ଦୀର୍ଘ ଅଢ଼େଇ ଦିନ ଧରି ମା ଭକ୍ତଙ୍କୁ ଶ୍ୱେତବର୍ଣରେ ଦର୍ଶନ ଦେଇଥାନ୍ତି। କୋଭିଡ କଟକଣା ଯୋଗୁଁ ଲକ୍ଷ ଲକ୍ଷ ଭକ୍ତ ଡିଜିଟାଲ ପ୍ଲାଟଫର୍ମରେ ମାଆଙ୍କୁ ଦର୍ଶନ କରୁଛନ୍ତି।

 ମଳମାସ ଆରମ୍ଭ ହୋଇଥିବା ଯୋଗୁଁ ଦେବୀଙ୍କ ଷୋଡଶ ଉପଚାର ପୂଜା ବନ୍ଦ ରହିଛି। ଏହି ପୂଜା ଅକ୍ଟୋବର ପ୍ରତିପଦାରୁ ପୁଣି ଆରମ୍ଭ ହୋଇ ମହାଷ୍ଟମୀ ପର୍ଯ୍ୟନ୍ତ ଚାଲିବ। ପ୍ରତି ଦିନ ହେଉଥିବା ପୂଜା ବା ମାଙ୍କର ରୀତିନୀତିରେ କୌଣସି ପ୍ରକାର ପରିବର୍ତ୍ତନ ହୋଇନାହିଁ। ଆଜି ଭୋରରୁ ମାଙ୍କର ମହା ଆଳତି ହୋଇଛି। ବର୍ଷ ତମାମ ମା ସିନ୍ଦୁର ବର୍ଣରେ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି କିନ୍ତୁ ମହାଳୟା ଦିନରୁ ଅଢେଇଦିନ ପର୍ଯ୍ୟନ୍ତ ମା ଶ୍ୱେତବର୍ଣରେ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି।

   Related Posts