ମହାପ୍ରଭୁଙ୍କ ଦର୍ଶନ ପାଇଁ ବ୍ୟାରିକେଡ଼ରେ କରିଥିଲେ ଅପେକ୍ଷା, ହଠାତ୍ ଅସୁସ୍ଥ ହୋଇପଡିଲେ ଭକ୍ତ

Published By : Prameya-News7 Bureau | April 13, 2021 IST

ପୁରୀ ୧୩।୪: ପୁରୀ ଆସି ମହାପ୍ରଭୁଙ୍କ ଦର୍ଶନ ପାଇଁ ଟାଣ ଖରାରେ ବ୍ୟାରିକେଡ଼ରେ ଅପେକ୍ଷା କରିଥିବା ଜଣେ ଭକ୍ତ ହଠାତ୍ ଅସୁସ୍ଥ ହୋଇପଡିବାରୁ ତାଙ୍କୁ ଚିକିତ୍ସା ପାଇଁ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଅସୁସ୍ଥ ଭକ୍ତ ହେଉଛନ୍ତି ମଧ୍ୟପ୍ରଦେଶ ଗୌରୀଗଞ୍ଜ ଜିଲ୍ଲା କୋଟୁଓ୍ବାଲି ବକ୍ତବାର ଅଞ୍ଚଳର ଶ୍ରୀହର୍ଷ ମିଶ୍ର। ୩ ଦିନ ହେବ ଖାଇନଥିବା ଶ୍ରୀହର୍ଷ ବ୍ୟାରିକେଡ଼ରେ ଦର୍ଶନ ପାଇଁ ଅପେକ୍ଷା କରିଥିବାବେଳେ ଖରା ଓ ଗୁଳିଗୁଳି ଯୋଗୁଁ ଅସୁସ୍ଥ ହୋଇପଡିଥିଲେ। ସେଠାରେ ମୁତୟନ ଥିବା ଓଡିଶା ପୋଲିସ, ଜେଟିପି ଓ ସ୍ବେଚ୍ଛାସେବୀ ତୁରନ୍ତ ତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ସଦର ମୁଖ୍ୟ ଚିକିତ୍ସାଳୟ ଭେଷଜ ବିଭାଗରେ ଭର୍ତ୍ତି କରାଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.