ନଡିଆରେ ଭକ୍ତଙ୍କୁ ଦର୍ଶନ ଦେଲେ ମହାପ୍ରଭୁ ଜଗନ୍ନାଥ

Published By : Prameya-News7 Bureau | July 04, 2019 IST

ବାଲିଅନ୍ତା ୪|୭: ଜଗତର ନାଥ ଜଗନ୍ନାଥ ହେଉଛନ୍ତି ସର୍ବବ୍ୟାପୀ । ଭକ୍ତ ତାଙ୍କୁ ଯେଉଁଠାରେ ଦେଖିବାକୁ ଚାହିଁଛି ସେ ତାକୁ ସେଠାରେ ଦେଖାଦେଇଛନ୍ତି । କେବେ ପ୍ରଜାପତିରେ ତ କେବେ ରୁଟିରେ ତ କେବେ ଗଛରେ ତାଙ୍କର ସ୍ବରୂପକୁ ଭକ୍ତ ଦେଖିବାକୁ ପାଇଛି । ତେବେ ଆଜି ବିଶ୍ବ ପ୍ରସିଦ୍ଧ ରଥଯାତ୍ରାରେ ଭକ୍ତ ରଥ ଉପରେ ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି । ଚଳଚଞ୍ଚଳ ହୋଇ ଉଠିଛି ଶ୍ରୀକ୍ଷେତ୍ର । ଲକ୍ଷାଧିକ ଭକ୍ତଙ୍କ ସମାଗମରେ ବଡ଼ଦାଣ୍ଡ ଜନସମୁଦ୍ର ପାଲଟିଛି। ଜଗତର ବଡ଼ ଠାକୁର ଶ୍ରୀଜଗନ୍ନାଥ ନିଜର ବଡ଼ ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କୁ ନେଇ ଶ୍ରୀମନ୍ଦିରରୁ ୯ ଦିବସୀୟ ଯାତ୍ରାରେ ବାହାରିବେ। ବଡଦାଣ୍ଡରେ ଚତୁର୍ଦ୍ଧା ମୂରତିଙ୍କୁ ଦର୍ଶନ କରିବା ପାଇଁ ଦେଶ ବିଦେଶରୁ ଭକ୍ତ ଓ ଶ୍ରଦ୍ଧାଳୁ ଛୁଟି ଆସିଛନ୍ତି । କାରଣ ବିଶ୍ବାସ ଅନୁଯାୟୀ ରଥରେ ୩ ଠାକୁରଙ୍କୁ ଦର୍ଶନ କଲେ ସବୁ ପାପ ଧୋଇ ହୋଇଯାଇ ପୂଣ୍ୟ ମିଳିଥାଏ।

ଆଜି ଭଳି ପବିତ୍ର ଅବସରରେ ଜଣେ ଭକ୍ତ ମହାପ୍ରଭୁଙ୍କ ସ୍ବରୂପ ନଡିଆରେ ଦେଖିବାକୁ ପାଇଛନ୍ତି । ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତା ବ୍ଲକ୍ ଧବଳହାର ଗାଁର ନାଥସାହିର ଆଲୋକ ନାଥଙ୍କ ଘରେ ଥିବା ନଡିଆରେ ମହାପ୍ରଭୁଙ୍କ ପ୍ରତିଛବି ଦେଖିବାକୁ ମିଳିଛି । ଏହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.