ମାନସିକ ପୂରଣ ପାଇଁ ବେକ କାଟିଦେଲେ ଭକ୍ତ, ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର

Published By : Prameya-News7 Bureau | February 25, 2021 IST

ଟାଙ୍ଗୀ ୨୫।୨: ଠାକୁରଙ୍କୁ ସନ୍ତୁଷ୍ଟି କରିବାକୁ ଧାରୁଆ ଅସ୍ତ୍ରରେ ବେକ କାଟି ଦେଲେ ମାନସିକଧାରୀ ଭକ୍ତ । ଖୋର୍ଦ୍ଧା ଜିଲ୍ଲା ଚଣ୍ଡେଶ୍ବର ଗ୍ରାମରେ ଥିବା ପ୍ରସିଦ୍ଧ ଶୈବପୀଠ ଶ୍ରୀ ଶ୍ରୀ ଚଣ୍ଡୀ ହର ଦେବଙ୍କ ପୀଠରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ଭକ୍ତ ଜଣଙ୍କ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।

{"id":414442,"sizeSlug":"large","linkDestination":"none"}

ସୂଚନାଯୋଗ୍ୟ ଯେ, ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ନିକଟସ୍ଥ ସୋରଣ ଗ୍ରାମର କାବୁଲା ବେହେରା ନାମକ ଯୁବକ ମାନସିକ ରଖି ଶ୍ରୀ ଶ୍ରୀ ଶ୍ରୀ ଚଣ୍ଡୀ ହର ଦେବଙ୍କ ପୀଠରେ ବୁଧବାରଠାରୁ ଗୁହାରିଆ ପଡିଥିଲେ । ଗୁରୁବାର ସକାଳୁ ଠାକୁରଙ୍କ ପୂଜାର୍ଚ୍ଚନା ବେଳେ ପୂଜକ ଦେଖିବାକୁ ପାଇଲେ ଯେ, କାବୁଲା ନିଜ ବେକ କାଟି ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିରହିଛନ୍ତି । ଏହା ଦେଖିବା ପରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ପରିବାରଲୋକଙ୍କ ଜିମା ଦେଇଥିଲେ ।  ଚିକିତ୍ସା ପାଇଁ ତାଙ୍କୁ ଟାଙ୍ଗୀ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ମାତ୍ର ସେଠାରେ ତାଙ୍କର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ବରକୁ ସ୍ଥାନାନ୍ତର କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.