ଶ୍ରୀମନ୍ଦିର ଆନନ୍ଦ ବଜାରରେ ଭକ୍ତଙ୍କୁ ଅବାଧ ବିକାଳୀଙ୍କ ମାଡ ଅଭିଯୋଗ : ସିଂହଦ୍ୱାର ଥାନାରେ ଲିଖିତ ଅଭିଯୋଗ
14/09/2018 at 5:30 PM

ପୁରୀ ୧୪/୯ : ଶ୍ରୀମନ୍ଦିର ଆନନ୍ଦ ବଜାରରେ ଭକ୍ତଙ୍କୁ ଆକ୍ରମଣ ଅଭିଯୋଗ। ଏଭଳି ଅଭିଯୋଗ ଆଣିଛନ୍ତି ବାଣପୁର ଅଞ୍ଚଳର ବ୍ରଜବନ୍ଧୁ ବିଶ୍ୱାଳ। ଆଜି ସକାଳେ ବ୍ରଜବନ୍ଧୁ ଓ ତାଙ୍କ ପରିବାର ମହାପ୍ରଭୁଙ୍କ ଦର୍ଶନ ପାଇଁ ପୁରୀ ଆସିଥିଲେ। ତେବେ ଶ୍ରୀମନ୍ଦିର ଆନନ୍ଦ ବଜାର ଭିତରେ ପାଣି ରଖାଯାଇଥିବା ଏକ କୁଡ଼ୁଆ ଭିତରେ ସେ ହାତ ବୁଡ଼ାଇ ଦେବାରୁ ଜଣେ ଅବଢ଼ା ଦୋକାନୀ ତାଙ୍କୁ ଅଶ୍ରବ୍ୟ ଭାଷାରେ ଗାଳି ଗୁଲଜ କରିଥିଲେ। ଏହାସହ ବ୍ରଜବନ୍ଧୁଙ୍କ ପୁଅ ଏବଂ ଝିଅକୁ ସଂପୃକ୍ତ ଦୋକନୀ ଜଣକ ମାଡ଼ ମାରିଥିବା ସେ ଅଭିଯୋଗ କରିଛନ୍ତି। ଏନେଇ ସିଂହଦ୍ୱାର ଥାନାରେ ବ୍ରଜବନ୍ଧୁ ଲିଖିତ ଅଭିଯୋଗ କରିଥିବା ବେଳେ କିଏ ଏବଂ କେଉଁ ପରିସ୍ଥିତିରେ ତାଙ୍କୁ ଆକ୍ରମଣ କରାଗଲା ସେ ନେଇ ପୋଲିସ ତଦନ୍ତ କରୁଛି।