ଦେବୋଲିନାଙ୍କ ବିରୋଧରେ ମାମଲା ରୁଜୁ : ଜୀବନରେ ମାରି ଦେବାର ଅଭିଯୋଗ ଆଣିଲେ ମୟୁର ବର୍ମା

Published By : Prameya-News7 Bureau | May 31, 2020 IST

ମୁମ୍ବାଇ ୩୧/୫: ଟିଭି ଅଭିନେତ୍ରୀ ଦେବୋଲିନା ଭଟ୍ଟାଚାର୍ଯ୍ୟ ଏକ ସମସ୍ୟାରେ ଫସି ଯାଇଛନ୍ତି। ଅଭିନେତା ମୟୁର ବର୍ମା ପ୍ରଥମେ ତାଙ୍କ ବିରୋଧରେ ସାଇବର କ୍ରାଇମରେ ମାମଲା ରୁଜୁ କରିଥିଲେ,ଏବେ ଦେବୋଲିନାଙ୍କ ଫ୍ୟାନଙ୍କୁ ମଧ୍ୟ ଏହି ମାମଲାରେ ଟାଣିଛନ୍ତି। ତାଙ୍କ ବିରୋଧରେ ସାଇବର କ୍ରାଇମରେ ମାମଲା ରୁଜୁ କରାଯାଇଛି।

{"id":278919,"sizeSlug":"large"}

ମୟୁର ବର୍ମା ଟ୍ବିଟ୍ ଜରିଆରେ ସୂଚନା ଦେଇଛନ୍ତି ଯେ ଦେବୋଲିନାଙ୍କ ଫ୍ୟାନ୍ସ ତାଙ୍କୁ ଜୀବନରେ ମାରି ଦେବାକୁ ଧମକ ଦେଇଛନ୍ତି। ମୟୁର ଟ୍ବିଟ୍ କରିଛନ୍ତି,‘ ଦୀର୍ଘ ଦିନରୁ ଦେବୋଲିନାଙ୍କ ଫ୍ୟାନ୍ ତାଙ୍କୁ ଜୀବନରେ ମାରି ଦେବାକୁ ଧମକ ଦେଉଛନ୍ତି। ସେ ବହୁତ ଦିନରୁ ସହି ଆସୁଥିଲେ କିନ୍ତୁ ଏବେ ଆକ୍ସନ୍ ନେବାର ସମୟ।’

{"id":278921,"sizeSlug":"large"}

ମୟୁର ଅଭିଯୋଗର କପି ସୋସିଆଲ୍ ମିଡିଆରେ ସେୟାର କରିଛନ୍ତି। ତାଙ୍କ ଅଭିଯୋଗରେ ମୟୁର ଅନେକ ଆଶ୍ଚର୍ଯ୍ୟକର ଘଟଣା କହିଛନ୍ତି। ତାଙ୍କ କହିବା ମୁତାବକ ତାଙ୍କୁ କାମ କରିବାକୁ ରୋକା ଯାଉଛି।

{"id":278922,"sizeSlug":"large"}

ମୟୁର ଅଭିଯୋଗରେ ଏହା ମଧ୍ୟ କହିଛନ୍ତି ଯେ ତାଙ୍କୁ ଘରେ ପଶି ମାରିବାକୁ ଧମକ ଦିଆଯାଇଛି। ଏସବୁ ପାଇଁ ମୟୁର ଡରି ଯାଇଛନ୍ତି।

{"id":278923,"sizeSlug":"large"}

ଏହି ମାମଲାରେ ସାଇବର କ୍ରାଇମ୍ କଡ଼ା କାର୍ଯ୍ୟାନୁଷ୍ଠାନ କରିବାକୁ ମୟୁର ଦାବି କରିଛନ୍ତି। ଏହା ପୂର୍ବରୁ ମୟୁର ଦେବୋଲିନାଙ୍କ ବିରୋଧରେ ସାଇବର କ୍ରାଇମରେ ମାମଲା ରୁଜୁ କରିଥିଲେ। ସେତେବେଳେ ସେ ଦେବୋଲିନାଙ୍କ ବିରୋଧରେ ଅନ୍ୟାନ୍ୟ ଅଭିଯୋଗ କରିଥିଲେ।

{"id":278926,"sizeSlug":"large"}

ଦେବୋଲିନାଙ୍କ ଯୋଗୁଁ ତାଙ୍କ ଇମେଜର ଅନେକ କ୍ଷତି ହୋଇଛି। ଦେବୋଲିନା ସୋସିଆଲ୍ ମିଡିଆରେ ତାଙ୍କର ସେହି ପୋଷ୍ଟକୁ ଲାଇକ୍ କରୁଥିଲେ ଯେଉଁଥିରେ ତାଙ୍କୁ ଟ୍ରୋଲ୍ କିମ୍ବା ବଦନାମ୍ କରିବାକୁ ଉଦ୍ୟମ କରାଯାଇଛି।

{"id":278929,"sizeSlug":"large"}

ଏସବୁ ବିବାଦ ସିଦ୍ଧାର୍ଥ ଶୁକ୍ଳା ଏବଂ ଶେହନାଜ ଗିଲ୍‌ଙ୍କ ଗୀତ ଭୁଲା ଦୁଙ୍ଗା ସହ ଜଡ଼ିତ ହୋଇଛି। ଦେବୋଲିନା ଏହି ଗୀତରେ ସିଡନାଜଙ୍କ କେମିଷ୍ଟ୍ରିକୁ ନେଇ ପ୍ରଶ୍ନ କରିଥିଲେ। ଏହି କଥାରେ ଅସନ୍ତୁଷ୍ଟ ହୋଇ ମୟୁର ଦେବୋଲିନାଙ୍କ ସୋସିଆଲ ମିଡିଆକୁ ଟାର୍ଗେଟ୍ କରିଥିଲେ। ମୟୁରଙ୍କୁ ରିୟଲିଟି ଶୋ ମୁଝସେ ଶାଦି କରୋଗେ ରେ ଦେଖାଯାଇଥିଲା। ତାଙ୍କୁ ଶେହନାଜଙ୍କ ଭଲ ବନ୍ଧୁ ବୋଲି କୁହାଯାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.