Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ICC ଟି-୨୦ ରାଙ୍କିଂ : ୪ର୍ଥ ସ୍ଥାନରେ ପାକିସ୍ତାନ ବ୍ୟାଟ୍ସମ୍ୟାନ୍‌ ମହମ୍ମଦ ରିଜଓ୍ବାନ, ବିରାଟ କୋହଲି (୫) ଏବଂ ଲୋକେସ ରାହୁଲ (୮) ଖସିଲେ
  • ||
  • କରଞ୍ଜିଆ : ନଭେମ୍ବର ପହିଲାରୁ ଖୋଲିବ ଶିମିଳିପାଳ ଜାତୀୟ ଉଦ୍ୟାନ
  • ||
  • ସୋର : ଭଙ୍ଗା ଘରୁ ମିଳିଲା ପୁଳା ପୁଳା ରାସନ କାର୍ଡ, ଲୋକଙ୍କୁ ଦିଆନଯାଇ ଲୁଚାଇ ରଖାଯାଇଥିଲା କାହିଁକି ?
  • ||
  • ଆନନ୍ଦପୁର : କଣ୍ଡକ୍ଟରଙ୍କ ଭୁଲ୍, ଯାତ୍ରୀଙ୍କ ଗୋଡ ଉପରେ ଚଢିଗଲା ବସ୍
  • ||
  • କୋଣାର୍କ : ବାଇକ୍ ଚୋରି ରାକେଟ୍ ଠାବ : ୮ ବାଇକ୍ ସହ ୪ ଅଭିଯୁକ୍ତ ଗିରଫ
  • ||
  • ତେଲକୋଇ : କାଞ୍ଜିପାଣି ଘାଟିରେ ଭାରସ୍ୟାମ ହରାଇ ଓଲଟିଲା ଅଟୋ, ୫ବର୍ଷର ଶିଶୁ ସମେତ ୩ ଗୁରୁତର
  • ||
  • ଚାନ୍ଦବାଲି : ଅଘୋଷିତ ବିଦ୍ୟୁତ କାଟ୍ : ଦୀର୍ଘ ୧୨ଘଣ୍ଟା ଧରି ଅନ୍ଧାରରେ ରହିଲା ଆଖଣ୍ଡଳମଣୀ ପୀଠ
  • ||
  • ଭୁବନେଶ୍ବର : ନଭେମ୍ବର ୧ରୁ ଯୁକ୍ତ ୩ ପ୍ରଥମ ବର୍ଷ ଏବଂ ୧୫ରୁ ପିଜି ପ୍ରଥମ ବର୍ଷ କ୍ଲାସ୍ ଖୋଲିବ
  • ||
  • ଖୋର୍ଦ୍ଧା : ୩ ଦିନ ହେବ ଚିଲିକା ମଝିରେ ଫସିଥିଲା ଡଙ୍ଗା, ୨ ମତ୍ସ୍ୟଜୀବୀଙ୍କ ସହ ୧୦ବର୍ଷର ଛୁଆ ଉଦ୍ଧାର
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ଘଟଣାରେ ନୀରବତାକୁ ବରଦାସ୍ତ କରାଯିବନି : କଂଗ୍ରେସ
  • ||

‘କରୋନାରୁ ବଞ୍ଚାଇବ ଗୋ ମୂତ୍ର’, ସାଧ୍ୱୀ ପ୍ରଜ୍ଞାଙ୍କ ବିବୃତ୍ତିରେ ଭଡକିଲେ ଦେବୋଲିନା, କହିଲେ-ବନ୍ଦ କର ଏସବୁ

19/05/2021 at 2:18 PM

ନୂଆଦିଲ୍ଲୀ ୧୯/୦୫: କରୋନା ମହାମାରୀ ଦେଶରେ ହାହାକାର ସୃଷ୍ଟି କରିଛି। କରୋନାରୁ ବଞ୍ଚିବା ପାଇଁ କିଛି ଲୋକ ସରକାରଙ୍କ ଦ୍ୱାରା ପ୍ରସ୍ତୁତ ନିୟମ ପାଳନ କରୁଥିବାବେଳେ କିଛି ଲୋକ ଦେଶୀ ଉପାୟ ଗ୍ରହଣ କରୁଛନ୍ତି। ଏହି ସମୟରେ ସାଧ୍ୱୀ ପ୍ରଜ୍ଞା ସିଂ ଠାକୁର କହିଥିଲେ ଯେ ଗାଈ ମୂତ୍ର ପିଇବା ଦ୍ୱାରା ଫୁସଫୁସ ସଂକ୍ରମଣ ଦୂର ହୋଇଥାଏ, ସାଧ୍ୱୀ ପ୍ରଜ୍ଞାଙ୍କ ଏହି ବିବୃତ୍ତିରେ ଅଭିନେତ୍ରୀ ଦେବୋଲିନା ଭଟ୍ଟାଚାର୍ଯ୍ୟ କ୍ରୋଧିତ ହୋଇଛନ୍ତି। ସେ ଏହାକୁ ନେଇ ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଛନ୍ତି, ଯାହା ଖୁବ୍ ଭାଇରାଲ ହେବାରେ ଲାଗିଛି।

ଦେବୋଲିନା ଏକ ଖବରକାଗଜର କଟିଂ ଟ୍ୱିଟରରେ ସେୟାର କରିଛନ୍ତି, ଯେଉଁଥିରେ ସାଧ୍ୱୀ ପ୍ରଜ୍ଞାଙ୍କ ବିବୃତ୍ତି ଛପାଯାଇଛି। ଅଭିନେତ୍ରୀ ଏହାକୁ ସେୟାର କରି ଲେଖିଛନ୍ତି, ‘ମୁଁ ପ୍ରକୃତରେନିଶବ୍ଦ। ବନ୍ଦ କର ଏବଂ ଏହାକୁ ମଜା କରି ରଖିଛ ।‘

ଦେବୋଲିନାଙ୍କ ଏହି ଟ୍ୱିଟରେ ୟୁଜରମାନେ ବିଭିନ୍ନ କମେଣ୍ଟ ଦେଉଛନ୍ତି। ଜଣେ ୟୁଜର କମେଣ୍ଟ ଦେଇ ଲେଖିଛନ୍ତି, ‘ଯେଉଁଥିରେ ଯାହାର ଶ୍ରଦ୍ଧା ଏବଂ ଯାହା ଉପରେ ଯାହାର ଭରସା, ନିଜର ଚିନ୍ତାଧାରା ଏବଂ ନିଜର ଉପାୟ।’ ଯେଉଁଥିରେ ଅଭିନେତ୍ରୀ ଲେଖିଛନ୍ତି, ‘ବିଶ୍ୱାସ ଏବଂ ଅନ୍ଧବିଶ୍ୱାସ ମଧ୍ୟରେ ବହୁତ ପାର୍ଥକ୍ୟ ଅଛି । ଶ୍ରଦ୍ଧା ନିଜ ସ୍ଥାନରେ, ଔଷଧ ନିଜ ସ୍ଥାନରେ । କେବଳ ନିଜର ଏକ ପଏଣ୍ଟ ରଖିବା ପାଇଁ କିଛି ବି ପ୍ରମୋଟ କରିପାରିବେ ନାହିଁ । ‘

ସାଧ୍ୱୀ ପ୍ରଜ୍ଞା ସିଂ ଠାକୁର ଏକ ବିବୃତ୍ତିରେ କହିଥିଲେ ଯେ ଗାଈ ମୂତ୍ର ପିଇବା ଦ୍ୱାରା ଫୁସଫୁସ ସଂକ୍ରମଣ ଦୂର ହୋଇଥାଏ। ସେ କହିଥିଲେ, ‘ମୁଁ ନିଜେ ଗାଈ ମୂତ୍ର ପିଇଛି। ତେଣୁ ମୋତେ ଏପର୍ଯ୍ୟନ୍ତ କରୋନା ପାଇଁ କୌଣସି ଔଷଧ ଖାଇବାକୁ ପଡି ନାହିଁ କିମ୍ବା ମୋତେ କରୋନା ହୋଇ ନାହିଁ। ‘

   Related Posts