Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକଣା କଡାକଡି କଲା ହଙ୍ଗକଙ୍ଗ, ବାହାର ଦେଶର ନାଗରିକଙ୍କ ପ୍ରବେଶ ଉପରେ ରୋକ୍
  • ||
  • ଟଳିଗଲା ମୃତ୍ୟୁ, ଅଳ୍ପକେ ମରଣ ମୁହଁରୁ ବର୍ତ୍ତିଲେ କଲେଜ ଛାତ୍ରୀ ଓ ସ୍କୁଟି ଚାଳକ : ସିସିଟିଭିରେ ଛାତିଥରା ଦୃଶ୍ୟ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୧କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୨୮ କରୋନା ସଂକ୍ରମିତ, ୧୦୪୯୧୦୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୬ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୦ ମୃତ
  • ||
  • ହଠାତ ହେଲା ବରଫ ଝଡ, ପବ୍‌ରେ ଫସିଗଲେ ୬୧ ଗ୍ରାହକ : ୩ ଦିନ ପରେ ଉଦ୍ଧାର
  • ||
  • ମା’ ସୁରେଶ୍ୱରୀ ମନ୍ଦିରରୁ ଚୋରି, ନେଇଗଲେ ଦେବୀଙ୍କ ରୁପା ମୁକୁଟ
  • ||
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

ସ୍ତ୍ରୀ ନା ରାକ୍ଷସୀ ? ସ୍ବାମୀର ଶବ ସହ ବ୍ୟଭିଚାର, ଟିକି ଟିକି କରି ମୂଷାଙ୍କୁ ଖୁଆଇଲା ମାଂସ, ପିଇଲା ରକ୍ତ

30/10/2021 at 7:55 PM

ମସ୍କୋ ୩୦/୧୦: ସ୍ବାମୀକୁ ମାରି ଶବ ସହ ସେକ୍ସ କଲା ସ୍ତ୍ରୀ। କେବଳ ସେତିକି ନୁହେଁ ସ୍ବାମୀର ଶବକୁ ଖଣ୍ଡ ଖଣ୍ଡ କରି ମୂଷାଙ୍କୁ ଖୁଆଇଲା। ବାକି ଖଣ୍ଡକୁ ଫ୍ରିଜ୍‌ ଏବଂ ଓ୍ବାଶିଂ ମେସିନ୍‌ରେ ରଖିଥିଲା ମହିଳା। ଏହା ସହ ସ୍ବାମୀ ଶରୀରରୁ ନିଗିଡ଼ି ପଡ଼ିଥିବା ସବୁ ରକ୍ତ ସାଇତି ରଖି ଦୀର୍ଘ ଦିନ ପିଇଥିଲା ସୈତାନ ସ୍ତ୍ରୀ । ଏଭଳି ବର୍ବର, ଲୋମହର୍ଷଣକାରୀ ଘଟଣାଟି ରୁଷରେ ଘଟିଛି।

ସୈତାନ ସ୍ତ୍ରୀ ମରୀନା କୋଖଲକୁ ନେଇ ଏବେ ସବୁଆଡେ ଚର୍ଚ୍ଚା। ୩୭ ବର୍ଷୀୟା ମରୀନା କୋଖଲ ନିଜ ସ୍ବାମୀ ଆଣ୍ଡି କାଟରାଇଟ୍‌ଙ୍କ ସହ ରୁଷରେ ରହୁଥିଲା । ମରୀନା ନିଜ ମା ଏଲେନା ସହ ମିଶି ଆଣ୍ଡିଙ୍କୁ ହତ୍ୟା କରିଥିଲା। ଏହା ପରେ ଶବ ସହ ଜଘନ୍ୟ କାମ କରିଥିଲା ଅଭିଯୁକ୍ତ। ମହିଳା ଜଣକ ରୁଷ-ୟୁକ୍ରେନ ରାପରଙ୍କ ଶରୀରକୁ କାଟି ୪ ଦିନ ଯାଏଁ ଘରେ ରଖିଥିଲା।

ଶବକୁ କାଟିବା ପାଇଁ ମରୀନା ଆରି ଏବଂ ଛୁରୀ ବ୍ୟବହାର କରିଥିଲା। ପ୍ରଥମେ ହତ୍ୟାକାଣ୍ଡ ପାଇଁ  ପୋଲିସ ମରୀନାକୁ ସନ୍ଦେହ କରିଥିଲା। କିନ୍ତୁ ହତ୍ୟା ଏମିତି କରାଯାଇଥିଲା ଯେ କୋର୍ଟରେ ସାବ୍ୟସ୍ତ କରିବାକୁ ପୋଲିସକୁ ପର୍ଯ୍ୟାପ୍ତ ପ୍ରମାଣ ମିଳିନଥିଲା। ସ୍ବାମୀ  ଆଣ୍ଡି କାଟରାଇଟ୍‌ଙ୍କ ହତ୍ୟା କରିଥିବା ନେଇ ମୁଖ୍ୟ ସନ୍ଦିଗ୍ଧ ମରୀନା ହୋଇଥିବା ବେଳେ ପ୍ରମାଣ ଅଭାବରୁ କୋର୍ଟ ତାକୁ ଛାଡ଼ି ଦେଇଛନ୍ତି। ତେବେ ଆବେଦନକାରୀଙ୍କ ମତରେ ମରୀନା ପ୍ରଥମେ ମଧୁମେହ ରୋଗୀଙ୍କୁ ଦିଆଯାଉଥିବା ମେଡିସିନ୍‌ ‘ଆଲେକଜାଣ୍ଡର ୟୁଶକୋ’ର ଓଭର ଡୋଜ୍‌ ଆଣ୍ଡିଙ୍କୁ ଦେଇଥିଲା ।

କିନ୍ତୁ କୋଖଲ ନିଜ ମା ସହ ମିଶି ଆଣ୍ଡିଙ୍କୁ ବିଷ ଦେଇ ମାରିଥିବା ନେଇ ଫରେନ୍ସିକ ବିଶେଷଜ୍ଞ ମଧ୍ୟ ସାବ୍ୟସ୍ତ କରିପାରୁ ନାହାନ୍ତି। ରୁଷୀୟ ମହିଳାକୁ ଅଗଷ୍ଟ ୨୦୨୦ରେ ଗିରଫ କରାଯାଇଥିଲା। ସେବେଠୁ ତାକୁ ପଚରା ଉଚରା କରାଯାଉଛି କିନ୍ତୁ ଦୋଷ ସାବ୍ୟସ୍ତ ହୋଇପାରି ନାହିଁ। ସ୍ବାମୀଙ୍କ ଶବକୁ ଘରେ ରଖିଥିବା ନେଇ ଅଭିଯୁକ୍ତ ମାନିଥିଲେ ହେଁ ହତ୍ୟାକୁ ନେଇ ତାଙ୍କର ଭୂମିକା ସ୍ପଷ୍ଟ ହୋଇନି । ପରକୀୟା ପ୍ରୀତି ପାଇଁ କାଟରାଇଟ୍‌ଙ୍କୁ ମରୀନା ହତ୍ୟା କରିଥିବା ମଧ୍ୟ କୁହାଯାଉଛି।    

   Related Posts