କଂଗ୍ରେସରୁ ଇସ୍ତଫା ଦେଲେ ଜଳେଶ୍ବରର ପୂର୍ବତନ ବିଧାୟକ ଦେବୀ ପ୍ରସନ୍ନ ଚାନ୍ଦ

Published By : Prameya-News7 Bureau | March 21, 2019 IST

ବାଲେଶ୍ବର ୨୧|୩ : କଂଗ୍ରେସରୁ ଇସ୍ତଫା ଦେଲେ ଜଳେଶ୍ବରର ପୂର୍ବତନ ବିଧାୟକ ଦେବୀ ପ୍ରସନ୍ନ ଚାନ୍ଦ । ଦଳ ଭିତରେ ଗୋଷ୍ଠୀ କନ୍ଦଳ ଓ କର୍ମୀଙ୍କ ବ୍ୟବହାରରେ ଅତିଷ୍ଠ ହୋଇ ସେ ଦଳ ଛାଡିଥିବା ସେ କହିଛନ୍ତି । ଦେବୀ ଚାନ୍ଦ କହିଛନ୍ତି କଂଗ୍ରେସ ଦଳ ବର୍ତ୍ତମାନ ବ୍ୟବସାୟିକ ହୋଇଯାଇଛି ।

ସେ ୨୦୦୨ ମସିହାରୁ କଂଗ୍ରେସ ଦଳର ଜଣେ ସକ୍ରୀୟ ସଦସ୍ୟ ଭାବରେ କାର୍ଯ୍ୟ କରିଆସୁଥିଲେ। ୨୦୦୯ରୁ ୨୦୧୪ପର୍ଯ୍ୟନ୍ତ କଂଗ୍ରେସରୁ ଜଳେଶ୍ବରର ବିଧାୟକ ଭାବରେ ଦାୟିତ୍ବ ତୁଲାଇଥିଲେ । ଗତ ନିର୍ବ।ଚନରେ ସେ ମାତ୍ର ୨୦ହଜାର ଭୋଟରେ ବିଜେଡ଼ର ଅଶ୍ବନୀ ପାତ୍ରଙ୍କ ଠାରୁ ପରାଜିତ ଥିଲେ । ସେ ଦଳର ଜଣେ ଶୃଙ୍ଖଳିତ କର୍ମୀ ଅଟନ୍ତି । ପିସିସି ସଭାପତି ଭାବରେ ନିରଞ୍ଜନ ପଟ୍ଟନାୟକଙ୍କୁ ସେ ସ୍ବାଗତ କରନ୍ତି । ହେଲେ ତାଙ୍କ ପୁଅ ନବଜ୍ୟୋତି ପଟ୍ଟନାୟକ ଅନେକ ଖରାପ ବ୍ୟବହାର କରୁଛନ୍ତି । କଂଗ୍ରେସ ଦଳ ଏବେ ଲୋକଙ୍କ ନିକଟରେ ନାହିଁ । ଦଳ ଏବେ ବ୍ୟବସାୟୀକରଣ ହୋଇଯାଇଛି । ଦେବୀ ବାବୁ ଏହି ଦଳରେ ଉପଯୁକ୍ତ ଗୁରୁତ୍ବ ପାଉନାହାନ୍ତି । ତେଣୁ ସେ ଏହି ଦଳ ଛାଡିବାକୁ ବାଧ୍ୟ ହୋଇଛନ୍ତି । ସେ ଏ ସଂପର୍କରେ ପିସିସି ସଭାପତିଙ୍କୁ ସମସ୍ତ କଥା ଲେଖି ଜଣାଇଛନ୍ତି ବୋଲି ଏହି ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.