Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟୋକିଓ ଅଲିମ୍ପିକ୍ସରେ ସ୍ଥାନ ପାଇବ ପଶ୍ଚିମ ଓଡିଶାର କଳାକୃତୀ, ୮ ଓଡିଆ କଳାକାର ହାସଲ କଲେ ସଫଳତା
  • ||
  • ଚିନ୍ତା ବଢାଉଛି ମୃତ୍ୟୁସଂଖ୍ୟା, ରାଜ୍ୟରେ କରୋନା ନେଲା ୬୫ ଜଣଙ୍କ ଜୀବନ
  • ||
  • ଆଉ ଏକ ଲଘୁଚାପ, ୩୦ ଯାଏଁ ସାରା ରାଜ୍ୟରେ ବର୍ଷା
  • ||
  • ବରଗଡ଼ : ଗାଁ ମୁଣ୍ଡରେ ପଡ଼ିଛି ଯୁବକଙ୍କ ରକ୍ତାକ୍ତ ମୃତଦେହ, ହତ୍ୟା ନା ଆଉ କିଛି ?
  • ||
  • ମାଷ୍ଟରକ୍ୟାଣ୍ଟିନ୍‌ ଛକରୁ ମିଳିଲା ମୃତଦେହ, ଶାଢୀରେ ଝୁଲିପଡିଲେ ଯୁବକ
  • ||
  • ଦିନେ ବଢିବା ପରେ ପୁଣି କମିଲା ସଂକ୍ରମଣ : ୨୪ ଘଣ୍ଟାରେ ରାଜ୍ୟରେ ବାହାରିଲେ ୧୬୧୫ କରୋନା ପଜିଟିଭ୍
  • ||

ଲେଖକ ଦେବୀପ୍ରସାଦ ପାଢୀଙ୍କ ପୁସ୍ତକ ‘Soul Brother’ ଉନ୍ନୋଚିତ

29/07/2020 at 4:00 PM

ଭୁବନେଶ୍ୱର ୨୯।୦୭: ଲେଖକ ଦେବୀପ୍ରସାଦ ପାଢୀଙ୍କ ପୁସ୍ତକ ଉନ୍ନୋଚିତ ହୋଇଯାଇଛି । ପୁସ୍ତକଟିର ନାମ ‘Soul Brother – I understood Sanju like none else Coz I have a story like him’ । ନିଜ ଲେଖକ ଜୀବନର ଏହି ପ୍ରଥମ ପୁସ୍ତକ ଲେଖି ବେଶ୍‌ ଆନନ୍ଦ ପ୍ରକାଶ କରିଛନ୍ତି ଲେଖକ ଦେବୀପ୍ରସାଦ । ୨୯ ତାରିଖରେ ବଲିଉଡ ଅଭିନେତା ସଂଜୟ ଦତ୍ତଙ୍କ ଜନ୍ମ ଦିନ, ଏହି ଅବସରରେ ଲେଖକ ଦେବୀ ପ୍ରସାଦ ତାଙ୍କ ପୁସ୍ତକର ଉନ୍ମୋଚନ ଉତ୍ସବ ଆୟୋଜନ କରିଛନ୍ତି ।

‘Soul Brother’ ଏମିତି ଜଣେ ବ୍ୟକ୍ତିଙ୍କ ଦୃଷ୍ଟାନ୍ତ, ଯାହାଙ୍କ ଚିନ୍ତାଧାରା, ଭାବନା ଏବଂ ବ୍ୟବହାର ଅନ୍ୟଙ୍କ ଭାବନା ସହିତ ବେଶ୍ ମେଳ ଖାଇଥାଏ ଏବଂ ଏହି ପୁସ୍ତକଟି ଜଣେ ସାଧାରଣ ଲୋକର ଜୀବନୀକୁ ନେଇ ଏକ ଚମତ୍କାର ସତ୍ୟ କାହାଣୀ, ଯାହାକି ଅଭିନେତା ସଞ୍ଜୟ ଦତ୍ତଙ୍କ ଜୀବନ ସହିତ ଚମତ୍କାର ସମାନତା ରଖିଛି।    

ଜୀବ ଏବଂ ପ୍ରକୃତିପ୍ରେମୀ ତଥା ଲେଖକ ଦେବୀ ପ୍ରସାଦ ପାଢୀ ଭୁବନେଶ୍ୱରରେ ରୁହନ୍ତି। ମାନବତା ହିଁ ଧର୍ମ ବୋଲି ତାଙ୍କର ମତ । ସେ ଅନ୍ୟାୟ-ଅବିଚାର ଏବଂ ପଶୁମାନଙ୍କ ପ୍ରତି ଅତ୍ୟାଚାର, ଶିଶୁ ନିର୍ଯାତନା ବିରୋଧରେ କଠୋର ଆଭିମୁଖ୍ୟ ଆପଣେଇ ଆସିଛନ୍ତି। ୨୦୨୦ ଜୁଲାଇ ୨୯ ବଲିଉଡ ଅଭିନେତା ସଞ୍ଜୟ ଦତ୍ତଙ୍କ ଜନ୍ମ ଦିନ ଅବସରରେ ସେ ସଞ୍ଜୁ ବାବାଙ୍କୁ ସ୍ନେହ, ଶ୍ରଦ୍ଧା ଓ ସମ୍ମାନର ସହ ତାଙ୍କ ଲିଖିତ ପ୍ରଥମ ପୁସ୍ତକକୁ ଉପହାର ଭାବେ ପ୍ରଦାନ କରିଛନ୍ତି । ‘ମୁଁ ସଞ୍ଜୁକୁ ଯେତିକି ବୁଝିଛି ଆଉ କେହି ସେତିକି ବୁଝି ନଥିବେ, ମୋ ପାଖରେ ତାଙ୍କ ସହ ଖାପ ଖାଉଥିବା ଏକ କାହାଣୀ ମଧ୍ୟ ରହିଛି ।’

   Related Posts