Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : କମିଲା କରୋନା ପରୀକ୍ଷା ଦର, ଏଣିକି ୪ଶହ ଟଙ୍କାରେ ହେବ କୋଭିଡ୍ RT-PCR ଟେଷ୍ଟ
  • ||
  • କଳାହାଣ୍ଡି : ଜମିବାଡ଼ି ବିବାଦକୁ ନେଇ ଗୋଷ୍ଠୀ ସଂଘର୍ଷ, ୪ ଆହତ
  • ||
  • ଜି.ଉଦୟଗିରି : ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣା : ଜଣେ ମୃତ, ୨ ଗୁରୁତର
  • ||
  • କଣ୍ଟାବାଞ୍ଝି : ରେଳ ଷ୍ଟେସନରୁ ୭୪ ଜଣ ଦାଦନ ଶ୍ରମିକ ଉଦ୍ଧାର, ସର୍ଦାର ଫେରାର
  • ||
  • ଜଗତସିଂହପୁର : ଭିଜିଲାନ୍ସ ଜାଲରେ ବରିଷ୍ଠ କିରାଣୀ, ବାସଭବନ ସମେତ ଏକକାଳୀନ ୪ଟି ସ୍ଥାନରେ ଚଢାଉ
  • ||
  • କୌଶାମ୍ବି : ବରଯାତ୍ରୀ ଗାଡ଼ି ଉପରେ ଓଲଟି ପଡ଼ିଲା ବାଲି ଭର୍ତ୍ତି ଟ୍ରକ୍ ,୮ମୃତ
  • ||
  • ଆମେରିକାରେ କରୋନା ସ୍ଥିତି ଭୟଙ୍କର : ଗୋଟିଏ ସପ୍ତାହ ମଧ୍ୟରେ ୧୦ହଜାର ଲୋକଙ୍କ ଗଲା ଜୀବନ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୬ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୫୦ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୪୮୦ କରୋନା ସଂକ୍ରମିତ, ୩୧୯୫୮୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ନୂଆଦିଲ୍ଲୀ : ଖସୁଛି କରୋନା ଗ୍ରାଫ, ଦେଶରେ ଗତ ୨୪ଘଣ୍ଟାରେ ୩୬୬୦୪ ନୂଆ କୋଭିଡ଼ ଆକ୍ରାନ୍ତ ଚିହ୍ନଟ
  • ||

ନବରାତ୍ରିର ତୃତୀୟ ଦିନ ମା’ ଚନ୍ଦ୍ରଘଣ୍ଟାଙ୍କ ପୂଜା : ଜାଣନ୍ତୁ ଏହି ଦିନର ମହତ୍ତ୍ବ

19/10/2020 at 11:13 AM

ମାଆ ଦୁର୍ଗାଙ୍କ ତୃତୀୟ ସ୍ବରୂପ ହେଉଛନ୍ତି- ଚନ୍ଦ୍ରଘଣ୍ଟା । ନବରାତ୍ରିର ତୃତୀୟ ଦିନ ଚନ୍ଦ୍ରଘଣ୍ଟାଙ୍କର ପୂଜା କରାଯାଏ । ଅସୁର ବିନାଶ ପାଇଁ ମାଆ ଦୁର୍ଗାଙ୍କ ତୃତୀୟ ରୂପ ଭାବେ ଦେବୀ ଚନ୍ଦ୍ରଘଣ୍ଟା ପ୍ରକଟ ହୋଇଥିଲେ । ଦେବୀ ଚନ୍ଦ୍ରଘଣ୍ଟା ରାକ୍ଷସ ସଂହାର କରି ଦେବତାଙ୍କୁ ତାଙ୍କର ଭାଗ ପ୍ରଦାନ କରିଥିଲେ । ଦେବୀ ସମ୍ପୂର୍ଣ୍ଣ ଜଗତର ଦୁଃଖ ନାଶ କରିଥାଆନ୍ତି । ତାଙ୍କ ପୂଜା ଦ୍ୱାରା ଭକ୍ତଙ୍କ ମନବାଞ୍ଛା ପୂର୍ଣ୍ଣ ହୁଏ । ଏଥିପାଇଁ ନବରାତ୍ରିର ତୃତୀୟ ଦିନରେ ଏହି ପୂଜାକୁ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ବୋଲି କୁହାଯାଇଛି ।

ଦେବୀ ଚନ୍ଦ୍ରଘଣ୍ଟାଙ୍କ ଶରୀର ସୁନା ଭଳି ତେଜମୟ । ତାଙ୍କ ମଥାରେ ଘଣ୍ଟା ଆକାରର ଅର୍ଦ୍ଧଚନ୍ଦ୍ର ରହିଛି, ଏଥିପାଇଁ ତାଙ୍କୁ ଚନ୍ଦ୍ରଘଣ୍ଟା କୁହାଯାଇଥାଏ । ତାଙ୍କର ୧୦ଟି ଭୁଜ ରହିଛି । ଭୁଜ ସବୁରେ କମଳ, ଧନୁତୀର, କମଣ୍ଡଳୁ, ଖଣ୍ଡା, ତ୍ରିଶୂଳ ଓ ଗଦା ରହିଛି । ତାଙ୍କ କଣ୍ଠରେ ଧଳାଫୁଲର ମାଳା । ରତ୍ନଜଡ଼ିତ ମୁକୁଟ ମଥାରେ ଶୋଭା ପାଉଥାଏ । ଦେବୀ ଚନ୍ଦ୍ରଘଣ୍ଟା ଭକ୍ତଙ୍କୁ ଅଭୟ ଦେଉଥିବା କଲ୍ୟାଣକାରୀ ଦେବୀ । ତାଙ୍କର ରୂପ ଓ ଗୁଣ ଅନୁସାରେ ତାଙ୍କୁ ପୂଜା କରାଯାଏ ।

ଚନ୍ଦ୍ରଘଣ୍ଟା ଶକ୍ତିର ପୂଜା ଓ ସାଧନା ଦ୍ୱାରା ମଣିପୁର ଚକ୍ର ଜାଗ୍ରତ ହୋଇଥାଏ । ତାଙ୍କୁ ପୂଜା କରିବା ଦ୍ୱାରା ବୀରତା-ନିର୍ଭରତା ସହ ସୌମ୍ୟତା ଓ ବିନମ୍ରତାର ବିକାଶ ହୋଇଥାଏ । ତାଙ୍କୁ ପୂଜା କରିବାଦ୍ୱାରା ମୁଖ, ନେତ୍ର ଓ ସମ୍ପୂର୍ଣ୍ଣ ଶରୀରରେ ଉଜ୍ଜ୍ୱଳତା ବଢ଼ିଥାଏ । କଣ୍ଠସ୍ୱର ଦିବ୍ୟ ଓ ମଧୁର ହୋଇଥାଏ । ଚନ୍ଦ୍ରଘଣ୍ଟାଙ୍କ ପୂଜା ଦ୍ୱାରା ଶାନ୍ତି ଓ ସୁଖ ଅନୁଭବ ହୋଇଥାଏ । ମାଆଙ୍କ କୃପାରୁ ସବୁ ପାପ ଓ ସମସ୍ତ ବାଧାବିଘ୍ନ ଦୂର ହୋଇଥାଏ । ଭକ୍ତଙ୍କ କଷ୍ଟ ଖୁବ୍‌ ଶୀଘ୍ର ନିବାରଣ ହୋଇଥାଏ । ସେ ଅଭୟଦାୟିନୀ ମା’ ।

   Related Posts