ଶବ ନେଇ ଅନ୍ତିମ ସଂସ୍କାର କରିବାକୁ ଯାଉଥିବାବେଳେ ୫ଜଣଙ୍କ ମୃତ୍ୟୁ : ଜିପକୁ ପିଟି ଦେଲା ଟ୍ରକ୍

Published By : Prameya-News7 Bureau | January 03, 2019 IST

ଦେଓଘର ୩/୧: ଦେଓଘର ମୁଖ୍ୟ ରାସ୍ତାରେ ଟ୍ରକ୍ ଏବଂ ଜିପ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ଜିପରେ ବସିଥିବା ୫ଜଣଙ୍କ ମୃତ୍ୟୁ ଘଟିଛି। ସମସ୍ତେ ଅନ୍ତିମ ସଂସ୍କାର କରିବାକୁ ଶବ ନେଇ ସୁଲତାନଗଞ୍ଜକୁ ଯାଉଥିଲେ। ଦୁର୍ଘଟଣା ପରେ ଫେରାର ହୋଇଯାଉଥିବା ଟ୍ରକକୁ ଲୋକମାନେ ପିଛା କରି କାବୁ କରିଛନ୍ତି। କିନ୍ତୁ ଡ୍ରାଇଭର ଖସି ପଳାଇବାରେ ସଫଳ ହୋଇଛି।

ଜିପରେ ଯାଉଥିବା ସମସ୍ତ ଯାତ୍ରୀ ରାଙ୍ଗାତାଡ଼ରୁ ସୁଲତାନଗଞ୍ଜ ଯାଉଥିଲେ। ଶବ ଗାଡ଼ି ଉପରେ ବନ୍ଧା ହୋଇଥିଲା। ଗାଡ଼ି ଦେଓଘର ମୁଖ୍ୟ ରାସ୍ତା ଦେଇ ଯାଉଥିବାବେଳେ ସାମନାରୁ ଆସୁଥିବା ଟ୍ରକ୍ ଜୋରରେ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ୫ଜଣ ଲୋକଙ୍କ ମୃତ୍ୟୁ ଘଟିଥିଲା।

ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ୩ଟି ଶବ ଗାଡ଼ିରେ ଫସି ରହିଥିଲା। ସ୍ଥାନୀୟ ଲୋକେ ଉତ୍ତ୍ୟକ୍ତ ହୋଇ ଟ୍ରକରେ ଥିବା ସୁଜି ଲୁଟି ନେଇଥିଲେ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.