Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଇପିଏଲ-୨୦୨୦ : ରୋମାଞ୍ଚକର ମୁକାବିଲାରେ ପଞ୍ଜାବଠୁ ୧୨ ରନରେ ହାରିଲା ହାଇଦ୍ରାବାଦ
  • ||

ଗତ ୧୪ ବର୍ଷ ଭିତରେ ବହୁତ ବଦଳିଯାଇଛନ୍ତି ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ ପତ୍ନୀ ଅମୃତା…

18/10/2019 at 4:40 PM

ମୁମ୍ବାଇ୧୮|୧୦: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍‌ଙ୍କ ପତ୍ନୀ ଅମୃତା ଫଡନାଭିସ ଜଣେ ବେଙ୍କର। ଅମୃତା ଆକ୍ସିସ୍‌ ବ୍ୟାଙ୍କର ଭାଇସ ପ୍ରେସିଡେଣ୍ଟ ସହ ୱେଷ୍ଟ ଇଂଣ୍ଡିଆର କଣ୍ଟ୍ରି କରପୋରେଟ ହେଡ ଅଛନ୍ତି। ଅମୃତା ଫଡନାଭିସଙ୍କର ରାଜନୀତିରେ ଆଗ୍ରହ ନଥିଲେ ମଧ୍ୟ ଦରକାର ପଡିଲେ ନିଜ ସ୍ବାମୀଙ୍କ ପାଇଁ ଜରୁରୀ ସ୍ଥାନରେ ଉପସ୍ଥିତ ରୁହନ୍ତି।

ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ରଙ୍କ ପତ୍ନୀ ଅମୃତା ବେଶ ପ୍ରତିଭାଶାଳୀ। ପାଠ ପଢା ସହ ତାଙ୍କୁ ଡାନ୍ସ କରିବା ପାଇଁ ବହୁତ ଭଲ ଲାଗେ। ଅନେକ କାର୍ଯ୍ୟକ୍ରମରେ ଅମୃତା ତାଙ୍କ କଳା ପ୍ରଦର୍ଶନ କରିସାରିଛନ୍ତି। ୨୦୦୫ ମସିହାରେ ଅମୃତା ଓ ଦେବେନ୍ଦ୍ରଙ୍କ ବିବାହ ହୋଇଥିଲା। ଅମୃତା ବାଣିଜ୍ୟରେ ସ୍ନାତକ କରିଛନ୍ତି। ପୁଣେର ପ୍ରତିଷ୍ଠିତ ସିମ୍ବାୟସିସ ଲା ସ୍କୁଲରୁ ଅର୍ଥ ଓ କର ବିଷୟରେ ଏମ୍‌ବିଏ କରିଛନ୍ତି।

   Related Posts