ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବୀସ କରୋନା ସଂକ୍ରମିତ, ବିହାରରେ ବିଜେପିର ପ୍ରଚାର ଅଭିଯାନକୁ ଲାଗିବ ଝଟକା !

Published By : Prameya-News7 Bureau | October 24, 2020 IST

ମୁମ୍ବାଇ, ୨୪୧୦:   ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ଦେବେନ୍ଦ୍ର ଫଡନାବୀସ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ତାଙ୍କୁ ବିହାର ବିଧାନସଭା ନିର୍ବାଚନ ପାଇଁ ବିଜେପି ପ୍ରଭାରୀ ନିଯୁକ୍ତ କରିଥିଲା । କରୋନା ପଜିଟିଭ୍ ଚିହ୍ନଟ ପରେ ସେ ନିଜେ ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ।

ସେ ଟ୍ୱିଟ୍ କରି କହିଛନ୍ତି ଯେ, ତାଙ୍କର କରୋନା ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଛି । ସେ ନିଜକୁ ଆଇସୋଲେସନ କରିଛନ୍ତି । ସେ ଲକଡାଉନ୍ ପରେ ପ୍ରତିଦିନ କାମ କରି ଆସୁଛନ୍ତି । ଏବେ କିନ୍ତୁ ଭଗବାନ ସେ ବିଶ୍ରାମ ନିଅନ୍ତୁ ବୋଲି ଚାହୁଁଛନ୍ତି । ଏବେ ଡାକ୍ତରଙ୍କ ପରାମର୍ଶରେ ସେ ଔଷଧ ଖାଉଥିବା ମଧ୍ୟ କହିଛନ୍ତି ।

ସେ ଆହୁରି ମଧ୍ୟ ଲେଖିଛନ୍ତି ଯେ, ଯେଉଁମାନେ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି ସେମାନେ ଟେଷ୍ଟ୍ କରାଇ ନିଅନ୍ତୁ । ସମସ୍ତେ ନିଜର ଧ୍ୟାନ ରଖନ୍ତୁ ବୋଲି ସେ ଟ୍ୱିଟ୍ କରିଛନ୍ତି ।

ଫଡନାବୀସଙ୍କ ବ୍ୟତୀତ ବିଜେପି ନେତା ତଥା ବିହାରର ଉପ ମୁଖ୍ୟମନ୍ତ୍ରୀ ସୁଶିଲ ମୋଦୀ ତଥା ଅନ୍ୟ ନେତା ଶାହନଓ୍ୱାଜ ହୁସେନ, ରାଜୀବ ପ୍ରତାପ ରେଡ୍ଡି ମଧ୍ୟ ପଜିଟିଭ୍ ଚିହ୍ନଟ ହୋଇଥିଲେ । ତେବେ ଫଡନାବୀସ ପଜିଟିଭ୍ ଚିହ୍ନଟ ହେବା ପରେ ବିହାରରେ ବିଜେପିର ପ୍ରଚାର ଅଭିଯାନକୁ ବଡ ଝଟକା ଲାଗିବ ବୋଲି କୁହାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.