ବାହ୍ୟ ଜଗତରୁ ବିଚ୍ଛିନ୍ନ ଗାଁ ଲୋକଙ୍କୁ ସାହା ହେଲେ ସରପଞ୍ଚ : ନିଜସ୍ୱ ଖର୍ଚ୍ଚରେ ନିର୍ମାଣ କଲେ କାଠ ପୋଲ

Published By : Prameya-News7 Bureau | June 09, 2021 IST

ଭଞ୍ଜନଗର ୯/୬: ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ମୁଜାଗଡ଼ ଗ୍ରାମ ପଂଚାୟତର ଢେପାଗୁଡା ଗ୍ରାମଟି ବହୁ ଅବହେଳିତ । ଏଠି ୧୫ରୁ ଅଧିକ ପରିବାର ବାସ କରୁଥିଲେ ମଧ୍ୟ ନାଁ ଅଛି ରାସ୍ତା ଘାଟ, ନାଁ ଶିକ୍ଷା, ସ୍ୱାସ୍ଥ୍ୟ ସବୁ କିଛି ବିପର୍ଯ୍ୟସ୍ତ । ପକ୍କା ରାସ୍ତା କଥା ନ କହିବା ଭଲ । ପଞ୍ଚାୟତ କାର୍ଯ୍ୟାଳୟ ମୁଜାଗଡ଼କୁ ଆସିବା ପାଇଁ ଜଙ୍ଗଲ ରାସ୍ତା ଦେଇ ଆସିବାକୁ ପଡେ । ଆଉ ବର୍ଷା ହେଲେ ଏଠାକାର ସ୍ଥିତି ଅତ୍ୟନ୍ତ ଦୟନୀୟ ହୋଇପଡେ ।

wp:gallery {"ids":[463457],"linkTo":"none"} /wp:gallery

ବନ୍ଦ ହୋଇଯାଏ ବଜାର ସଉଦା । ଗ୍ରାମର ସମସ୍ୟା ନେଇ ବାରମ୍ବାର ପ୍ରଶାସନିକ ଅଧିକାରୀଙ୍କୁ ଜଣାଇଥିଲେ ବି ଶୁଣିବାକୁ କେହି ନାହିଁ । ତେବେ କେହି ଗୁହାରି ନ ଶୁଣିବାରୁ ସରପଞ୍ଚ ଶିବଶଙ୍କର ଲୋକଙ୍କ ସମସ୍ୟାକୁ ଗୁରୁତ୍ୱ ଦେଇଥିଲେ । ନିଜ ଖର୍ଚ୍ଚରେ ନିର୍ମାଣ କରିଥିଲେ କାଠର ପୋଲ । ତାଙ୍କର ଏହି କାର୍ଯ୍ୟରୁ ବି ବେଶ୍ ପ୍ରଶଂସା କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.