Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ସୁସ୍ଥହେଲେ ଆଉ ୧୦,୩୦୯ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୩୧୧୫ଜଣ ଡିସଚାର୍ଜ
  • ||
  • ରବିଚନ୍ଦ୍ରନ ଅଶ୍ବିନ ନିରାଶ, ଏହି ଖେଳାଳି ହେଲେ ‘ଟେଷ୍ଟ କ୍ରିକେଟର୍ ଅଫ୍‌ ଦି ଇୟର’
  • ||
  • ରାଜ୍ୟରେ ଆଉ ୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୨୫କୁ ବୃଦ୍ଧି
  • ||
  • ରାଜ୍ୟରେ ଖସୁଛି ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୨୯୧ କୋଭିଡ୍ ପଜିଟିଭ୍, ୧୨୧୧୯୫୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଖଲ୍ଲିକୋଟ : ଅଟୋକୁ ପଛ ପଟୁ ଧକ୍କା ଦେଲା ଟ୍ରକ, ଜଣେ ମୃତ
  • ||
  • ଭୁବନେଶ୍ୱର : ୨୬ ଯାଏଁ ରାଜ୍ୟର କିଛି ସ୍ଥାନରେ କୋହଲା ପାଗ ସହ ବର୍ଷା, ସତର୍କ କଲା ପାଣିପାଗ ବିଭାଗ
  • ||
  • ଲମତାପୁଟ : ପାଡୁଆ ପୋଲିସକୁ ସଫଳତା, ୨୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ
  • ||

ରାଜ୍ୟସଭା ପାଇଁ ମଙ୍ଗଳବାର ନାମାଙ୍କନ ଦାଖଲ କରିବେ ଦେବେଗୌଡ଼ା : ସୋନିଆଙ୍କୁ ଦେଲେ କ୍ରେଡିଟ୍ କୁମାରସ୍ବାମୀ

8/06/2020 at 2:39 PM

ବେଙ୍ଗାଲୁରୁ ୦୮/୦୬ : କର୍ଣ୍ଣାଟକରେ ରାଜ୍ୟସଭାର ୪ଟି ଆସନ ପାଇଁ ନିର୍ବାଚନ ହେବାକୁଅଛି | ନିର୍ବାଚନକୁ ନେଇ ରାଜ୍ୟରେ ରାଜନୀତି ଜୋର ଧରିଛି | ଜନତା ଦଳ ତରଫଏଓ ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ.ଡି ଦେବେଗୌଡ଼ା ନିର୍ବାଚନ ଲଢ଼ିବା ନେଇ ସ୍ପଷ୍ଟ କରିଛନ୍ତି | ସେ ମଙ୍ଗଳବାର ଦିନ ନାମାଙ୍କନ ପତ୍ର ଭରିବେ | ଦେବେଗୌଡ଼ା ନିର୍ବାଚନରେ ଜିତିବା ପାଇଁ କଂଗ୍ରେସ ବିଧାୟକଙ୍କ ଆବଶ୍ୟକତା ପଡିବ | ଏହିଭଳି ସ୍ଥିତିରେ ଦେବେଗୌଡ଼ାଙ୍କ ପୁଅ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ କୁମାରସ୍ବାମୀ ଟ୍ୱିଟ କରି କହିଛନ୍ତି ଯେ, କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଚାହୁଁଛନ୍ତି ଯେ ଦେବେଗୌଡ଼ା ରାଜ୍ୟସଭା ନିର୍ବାଚନରେ ବିଜୟୀ ହୁଅନ୍ତୁ | ଜେଡିଏସ ବିଧାୟକଙ୍କ ଅନୁରୋଧ ଓ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କ କହିବାରୁ ଦେବେଗୌଡ଼ା ରାଜ୍ୟସଭା ନିର୍ବାଚନ ଲଢ଼ିବାକୁ ନିଷ୍ପତ୍ତି ନେଇଛନ୍ତି ବୋଲି କୁମାରସ୍ବାମୀ କହିଛନ୍ତି | କଂଗ୍ରେସ ସମର୍ଥନ ପାଇଁ କୁମାରସ୍ବାମୀ କଂଗ୍ରେସକୁ ଧନ୍ୟବାଦ ଜଣାଇଛନ୍ତି | କଂଗ୍ରେସ ରାଜ୍ୟସଭା ନିର୍ବାଚନ ପାଇଁ ବରିଷ୍ଠ ନେତା ମାଲିକାର୍ଜୁନ ଖାଡ଼ଗେଙ୍କୁ ପ୍ରାର୍ଥୀ ଘୋଷଣା କରାଯାଇଛି |

ବର୍ତ୍ତମାନ ଉପସ୍ଥିତ ବିଧାୟକ ତାଲିକାରେ କର୍ଣ୍ଣାଟକରେ ୪ ରାଜ୍ୟସଭା ଆସନରୁ ବିଜେପିର ୨ଟି ଆସନ ଓ ଗୋଟିଏ ଆସନରେ କଂଗ୍ରେସର ବିଜୟ ସୁନିଶ୍ଚିତ | ଚତୁର୍ଥ ଆସନ ପାଇଁ ଜେଡିଏସ ଓ ଏଚ.ଡି.ଦେବେଗୌଡ଼ା ମଇଦାନକୁ ଓହ୍ଲାଇବାକୁ ନିଷ୍ପତ୍ତି ନେଇଛନ୍ତି | ଜେଡିଏସ ପାଖରେ ବର୍ତ୍ତମାନ ୩୪ ବିଧାନସଭା ସଦସ୍ୟ ଅଛନ୍ତି | ଦେବେଗୌଡ଼ାଙ୍କୁ ଜିତିବା ପାଇଁ ୧୦ ଭୋଟ ସମର୍ଥନ ଆବଶ୍ୟକ |

କର୍ଣ୍ଣାଟକ କଂଗ୍ରେସ ଅଧ୍ୟକ୍ଷ ଶିବକୁମାର ସ୍ପଷ୍ଟ କରିଛନ୍ତି ଯେ, ଦଳ ରାଜ୍ୟସଭା ଆସନ ପାଇଁ ଜଣେ ପ୍ରାର୍ଥୀଙ୍କୁ ଟିକେଟ ଦେବାକୁ ନିଷ୍ପତ୍ତି ଦେଇଛି | ମାଲିକାର୍ଜୁନ ଖାଡ଼ଗେ ଦଳର ରାଜ୍ୟସଭା ପ୍ରାର୍ଥୀ | ପୂର୍ବତନ ପ୍ରଧାନମନ୍ତ୍ରୀ ଦେବେଗୌଡ଼ା କହିଛନ୍ତି ଯେ ରାଜନେତା କେବେ ଅବସର ନିଅନ୍ତି ନାହିଁ, କେବଳ ରାଜନୀତିରୁ ଦୁରେଇ ଯାଆନ୍ତି | ୮୭ ବର୍ଷ ବୟସରେ ସେ ପୁଣି ସଂସଦକୁ ଯିବା ପାଇଁ ପ୍ରସ୍ତୁତ ହୋଇଛନ୍ତି | ୧୯୬୨ ମସିହାରେ କର୍ଣ୍ଣାଟକ ବିଧାନସଭା ଓ ସଂସଦ ପାଇଁ ଭୋଟ ଦ୍ୱାରା ଚୟନ ହୋଇଥିଲେ | ୧୯୯୬ ମସିହାରେ ରାଜ୍ୟସଭା ରାସ୍ତାରେ ପ୍ରଧାନମନ୍ତ୍ରୀ ହୋଇଥିଲେ |

   Related Posts