Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ରାଜସ୍ଥାନ ବିପକ୍ଷରେ ଶତକ ମାରି ଇତିହାସ ରଚିଲେ ପାଡିକଲ୍‌, ନିଜ ନାଁରେ କଲେ ଏକାଧିକ ରେକର୍ଡ

23/04/2021 at 5:17 PM

ମୁମ୍ବାଇ ୨୩/୪: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌-୨୦୨୧ର ୧୬ ତମ ମ୍ୟାଚ୍‌କୁ ନେଇ ଚର୍ଚ୍ଚା ଚାଲିଛି। ରାଜସ୍ଥାନ ରୟାଲ୍ସକୁ ୧୦ ଓ୍ବିକେଟ୍‌ରେ ପରାସ୍ତ କରିଛି ଆରସିବି। ବେଙ୍ଗାଲୁରୁ ଟିମ୍‌ର ଯୁବ ବ୍ୟାଟ୍ସମ୍ୟାନ୍‌ ଦେବଦତ୍ତ ପାଡିକଲ୍‌ ରାଜସ୍ଥାନ ବିପକ୍ଷରେ ଓ୍ବାଙ୍ଖଡେ ଷ୍ଟାଡିୟମ୍‌ରେ ଧମାକେଦାର ଶତକ ମାରି ଇତିହାସ ରଚିଛନ୍ତି । ୨୦ ବର୍ଷୀୟ ପାଡିକଲ୍‌ ୫୨ ବଲ୍‌ରେ ୧୧ ଚୌକା ଏବଂ ୫  ଛକା ସାହାଯ୍ୟରେ ଅପରାଜିତ ୧୦୧ ରନ୍‌ କରିଛନ୍ତି।

ଏମିତି ଏକ ଶତକୀୟ ପାଳି ଖେଳି ସେ ଖାସ ରେକର୍ଡର ଅଧିକାରୀ ହୋଇଛନ୍ତି। ରାଜସ୍ଥାନ ବିପକ୍ଷରେ ଶତକ ମାରିବା ସହ ବହୁ ବଡ଼ ବ୍ୟାଟ୍ସମ୍ୟାନ୍‌ଙ୍କୁ ପଛରେ ପକାଇଛନ୍ତି ପାଡିକଲ୍‌। ପାଡିକଲ ୨୦ ବର୍ଷ ଏବଂ ୨୯୮ ଦିନ ବୟସରେ କମାଲ କରିଛନ୍ତି। ଏହି ଲିଷ୍ଟରେ ତାଙ୍କ ଆଗରେ କେବଳ ମନୀଷ ପାଣ୍ଡେ ଏବଂ ଋଷଭ ପନ୍ତ  ଅଛନ୍ତି। ମନୀଷ ୧୯ ବର୍ଷ ୨୫୩ ଦିନ ଏବଂ ଋଷଭ ୨୦ ବର୍ଷ ୨୧୮ ଦିନ ବୟସରେ ନିଜର ପ୍ରଥମ ଆଇପିଏଲ୍‌ ଶତକ ହାସଲ କରିଥିଲେ।

ଏହା ସହ ସେ ସଞ୍ଜୁ ସାମସନଙ୍କୁ ପଛରେ ପକାଇଦେଇଛନ୍ତି ପାଡିକଲ । ସାମସନ୍‌ ୨୨ ବର୍ଷ ବୟସରେ ଆଇପିଏଲ୍‌ ଶତକ ହାସଲ କରିଥିଲେ। ଏହା ବ୍ୟତୀତ ସେ ଚତୁର୍ଥ ଖେଳାଳି ଯିଏକି ଅନ୍ତର୍ଜାତୀୟ କ୍ରିକେଟରେ ଡେବ୍ୟୁ କରିବା ପୂର୍ବରୁ ଆଇପିଏଲ୍‌ରେ ଶତକ କରିଛନ୍ତି । ସର୍ବପ୍ରଥମେ ସନ୍‌ ମାର୍ସ, ମନୀଷ ପାଣ୍ଡେ ଏବଂ ପଲ ବଲଥାର୍ଟି ଆଇପିଏଲ୍‌ରେ ଏହି ସଫଳତା ପାଇଥିଲେ ।

   Related Posts