ଡିଜିଟାଲ ଯୁଗରେ ବି ଦେବଦାସୀ ପ୍ରଥା: କଅଁଳ ବୟସର ଝିଅଟି ବାରମ୍ବାର ଦୁଷ୍କର୍ମର ଶିକାର ହେବା ପରେ ଶେଷରେ ବେଶ୍ୟାଳୟରେ ଲିଭିଯାଏ ଭବିଷ୍ୟତ

Published By : Prameya-News7 Bureau | November 22, 2018 IST

ନୂଆଦିଲ୍ଲୀ ୨୨/୧୧: ଆମ ଦେଶ ଆଜି  ଡିଜିଟାଲ ହୋଇଯାଇଛି ଏବଂ ଆମେ ଚନ୍ଦ୍ରରେ ପହଞ୍ଚିଲେଣି । ଏସବୁ ସତ୍ତ୍ବେ ଲୋକମାନେ ଅନ୍ଧବିଶ୍ବାସକୁ ଛାଡ଼ିପାରୁନାହାନ୍ତି ଯାହା ଦ୍ବାରା ଝିଅମାନେ ଆଜି ମଧ୍ୟ ବିଭିନ୍ନ ନିର୍ଯ୍ୟାତନାର ଶିକାର ହେଉଛନ୍ତି। ଆଜି ଆମେ ଜାଣିବା ଏପରି ଏକ ସ୍ଥାନ ବିଷୟରେ ଯେଉଁଠାରେ ଝିଅମାନେ ଅନ୍ଧବିଶ୍ବାସ କାରଣରୁ ନିର୍ଯ୍ୟାତନାର ଶିକାର ହୁଅନ୍ତି।ଏହି ଏମିତି ଏକ ପ୍ରଥାକୁ ଦେବଦାସୀ ପ୍ରଥା କୁହାଯାଏ । ଯେଉଁଥିରେ ଛୋଟ ଛୋଟ ଝିଅମାନଙ୍କୁ ମନ୍ଦିରକୁ ସମର୍ପଣ କରି ଦିଆଯାଏ । ଏହା ପରେ ୪/୫ଜଣ ଲୋକ ମିଶି ଝିଅର ପୋଷାକ ଖୋଲିଥାନ୍ତି ଏବଂ ଏହା ପରେ ତା ସହ ଦୁଷ୍କର୍ମ କରିଥାନ୍ତି। ଆଶ୍ଚର୍ଯ୍ୟର କଥା ଯେ ସେହି ଝିଅର କେବେ ବି ବିବାହ ହୁଏ ନାହିଁ। କେବଳ ଏତିକି ନୁହେଁ ଏହା ପରେ ସେହି ଝିଅକୁ ମନ୍ଦିରରେ ସାରା ଜୀବନ ଅବିବାହିତା ହୋଇ ବିତାଇବାକୁ ପଡ଼ିଥାଏ। କୁହାଯାଏ ଯେ, ଏହି ପ୍ରକାରର ଝିଅକୁ ସାର୍ବଜନୀକ ସମ୍ପତ୍ତିଭାବେ ଗଣାଯାଏ  । ତା ସହିତ ସବୁ ପ୍ରକାର ଯୌନ ଶୋଷଣ କରାଯାଇଥାଏ । ପରବର୍ତ୍ତୀ ସମୟରେ ଏହି ଝିଅକୁ ବେଶ୍ୟାଳୟକୁ ଯିବାକୁ ପଡ଼ିଥାଏ।  ଆଜି ମଧ୍ୟ ଏହି ଭଳି ପ୍ରଥା ଅନେକ ରାଜ୍ୟରେ ପ୍ରଚଳିତ ହେଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.