Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭଞ୍ଜନଗର : ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ହେଲା ଲାଲସିଙ୍ଗି ପଞ୍ଚାୟତର କିଛି ଅଞ୍ଚଳ, କୋଭିଡ୍ ପଜିଟିଭ୍ ଚିହ୍ନଟ ପରେ ପଦକ୍ଷେପ
  • ||
  • ଭୁବନେଶ୍ବର : ବିଧାନସଭା ପରେ ସମସ୍ତଙ୍କର ହେବ RTPCR ଟେଷ୍ଟ : ବାଚସ୍ପତି
  • ||
  • ଭୁବନେଶ୍ବର : ମହାନଦୀରେ କମିଛି ଜଳ ପ୍ରବାହ, ୫୧୬ ଚେକ୍ ଡ୍ୟାମ୍ କରିଛି ଛତିଶଗଡ : ଜଳସମ୍ପଦ ମନ୍ତ୍ରୀ
  • ||
  • ଭୁବନେଶ୍ବର : ମମିତାକୁ ନ୍ୟାୟ ଦେବାକୁ ବିଜେପିର ଦାବି : ବ୍ୟାରିକେଟ୍ ଭାଙ୍ଗି ବିଧାନସଭା ଘେରାଉ ଉଦ୍ୟମ ବେଳେ ଧସ୍ତାଧସ୍ତି, ପୋଲିସର ଲାଠିଚାର୍ଜ
  • ||
  • ଜୟପୁର : ଜୟପୁର ଏସଡିଜେଏମ୍ କୋର୍ଟରେ NIAର ୨ ଜଣିଆ ଟିମ୍, ମାଓ ନେତା ଦୁବାସୀ ଶଙ୍କରକୁ ପଚରାଉଚରା ପାଇଁ ଲୋଡିଲେ ଅନୁମତି
  • ||
  • ଭୁବନେଶ୍ବର : ବିଜେଡି ଓ ବିଜେପି ବିକ୍ଷୋଭ ପ୍ରସଙ୍ଗ : କଂଗ୍ରେସ ବିଧାୟକ ମହମ୍ମଦ ମୋକିମ କହିଲେ- ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ବ
  • ||
  • ଟାଙ୍ଗୀ : କେନ୍ଦୁଆ ଜଙ୍ଗଲରୁ ମିଳିଲା ଅଜଣା ଯୁବକଙ୍କ ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ବଡବିଲ : ଶନି ମନ୍ଦିରରୁ ଲୁଟ୍, ଦାନ ବାକ୍ସ ଉଠାଇନେଲେ ଦୁର୍ବୃତ୍ତ
  • ||
  • ନିଶ୍ଚିନ୍ତକୋଇଲି : ଛେଳି ଚୋରକୁ ଛେଚିଲେ ଗାଁ ଲୋକେ, ପୋଲିସର ଜିମାଦେଲେ
  • ||
  • ଭୁବନେଶ୍ବର : କୁନ୍ନୁର ସେନା ହେଲିକପ୍ଟର ଦୁର୍ଘଟଣା ନେଇ ବିଧାନସଭାରେ ଶୋକ ପ୍ରସ୍ତାବ ଆଗତ : ଗୃହରେ ୧ ମିନିଟ୍ ନୀରବ ପ୍ରାର୍ଥନା
  • ||

ମମତାଙ୍କ ପୁତୁରା ଅଭିଷେକ ବାନାର୍ଜୀଙ୍କୁ ଚାପୁଡ଼ା ମାରିଥିବା ବ୍ୟକ୍ତିଙ୍କ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ

18/06/2021 at 3:03 PM

ପଶ୍ଚିମବଙ୍ଗ ୧୮/୬ : ୨୦୧୫ରେ ପଶ୍ଚିମବଙ୍ଗରେ ଏକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁାରା ଅଭିଷେକ ବାନାର୍ଜୀଙ୍କୁ ଚାପୁଡ଼ା ମାରିଥିବା ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ତେବେ ଅଭିଷେକ ବାନାର୍ଜୀଙ୍କୁ ଚାପୁଡ଼ା ମାରିଥିବା ବିଜେପିର ଦେବାଶିଷ ଆଚାର୍ଯ୍ୟଙ୍କର ଗୁରୁବାର ରହସ୍ୟମୟ ଭାବରେ ମୃତ୍ୟୁ ହୋଇଛି । କୁହାଯାଉଛି ଯେ କିଛି ଅଜଣା ବ୍ୟକ୍ତି ତାଙ୍କୁ ଡାକ୍ତରଖାନା ନେଇଥିଲେ । ଆଉ କିଛି ସମୟ ପରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା ।

ତେବେ ପରିବାର ଲୋକେ ଏହାକୁ ହତ୍ୟା ବୋଲି ଅଭିଯୋଗ କରିଛନ୍ତି । ଗୁରୁବାର ପୂର୍ବାହ୍ନରେ ଦେବାଶିଷ ଆଚାର୍ଯ୍ୟଙ୍କୁ ଗୁରୁତର ଅବସ୍ଥାରେ ମିଦନାପୁରର ତାମୁଲକ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ହସ୍ପିଟାଲର ରେକର୍ଡରୁ ଜଣାପଡିଛି ଯେ ତାଙ୍କୁ ସକାଳ ୪.୩୦ରେ କିଛି ଲୋକେ ଏଠାକୁ ଆଣିଥିଲେ । ହସ୍ପିଟାଲରେ ଭର୍ତ୍ତି କରିବା ପରେ ସେଠାରୁ ଶୀଘ୍ର ଚାଲି ଯାଇଥିଲେ । ତେବେ ଅପରାହ୍ନରେ ତାଙ୍କର ମୃତ୍ୟୁ ହୋଇଥିଲା ।

ଡାକ୍ତରଖାନାରେ ପହଞ୍ଚିବା ପରେ ତାଙ୍କ ପରିବାର ଲୋକେ ଜାଣିବାକୁ ପାଇଥିଲେ ଦେବାଶିଷଙ୍କ ମୃତ୍ୟୁ ସଂପର୍କରେ । ସେପଟେ ବିଜେପି ନେତାମାନେ ଏବେ ଦେବାଶିଷ ଆଚାର୍ଯ୍ୟଙ୍କ ମୃତ୍ୟୁକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ସୂଚନା ଥାଉକି, ଦେବାଶିଷ ୨୦୨୦ ରେ ବିଜେପିରେ ଯୋଗ ଦେଇଥିଲେ । ପ୍ରାଥମିକ ଅନୁସନ୍ଧାନରୁ ପୋଲିସ ଜାଣିବାକୁ ପାଇଛି ଯେ ଜୁନ୍ ୧୬ତାରିଖ ସନ୍ଧ୍ୟାରେ ଦେବଶିଷ ଆଚାର୍ଯ୍ୟ ତାଙ୍କର ଦୁଇ ସାଙ୍ଗଙ୍କ ସହ ବାହାରକୁ ଯାଇଥିଲେ ।

ତେବେ ବାଟରେ ଥିବା ଚା ’ଷ୍ଟଲରେ ଅଟକି ଯାଇ ହଠାତ୍ କେଉଁଆଡେ ଚାଲିଯାଇଥିଲେ । ଦେବାଶିଷ ଆଚାର୍ଯ୍ୟ ପ୍ରଥମେ ୨୦୧୫ରେ ସବୁ ଗଣମାଧ୍ୟମର ଆଲୋଚନାର ବିଷୟବସ୍ତୁ ପାଲଟିଯାଇଥିଲେ । ଗୋଟିଏ ରାଜନୈତିକ କାର୍ଯ୍ୟକ୍ରମରେ ଅଭିଷେକ ବାନାର୍ଜୀଙ୍କୁ ଚାପୁଡ଼ା ମାରି ସେ ଚର୍ଚ୍ଚାକୁ ଆସିଥିଲେ । ତେବେ ଏହା ପରେ ତାଙ୍କୁ ଟିଏମସି ସମର୍ଥକମାନେ ଥଟ୍ଟା କରିଥିଲେ । ତାଙ୍କୁ ପୋଲିସ ମଧ୍ୟ ଗିରଫ କରିଥିଲା, କିନ୍ତୁ ଅଭିଷେକ ବାନାର୍ଜୀଙ୍କ ହସ୍ତକ୍ଷେପରେ ତାଙ୍କୁ ମୁକ୍ତ କରାଯାଇଥିଲା ।

   Related Posts